Latest Odisha News

BREAKING NEWS

ଦୁର୍ଘଟଣା ଘଟାଇ ଖସିଯାଉଥିବା କାରକୁ ଜାଳିଦେଲେ ଲୋକେ

ଭୁବନେଶ୍ବର : ଦୁର୍ଘଟଣା ଘଟାଇ ଖସି ପଳାଉଥିବା କାରକୁ ଜାଳିଦେଲେ ଲୋକେ । ଭୁବନେଶ୍ବର କପିଳେଶ୍ୱରରେ ଦେଖିବାକୁ ମିଳିଛି ଏପରି ଘଟଣା । କାର ଚାଳକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ମାଡି ବସିଥିଲେ ଲୋକେ । କାର ଚାଳକ ଓ ଭିତରେ ବସିଥିବା ବ୍ୟକ୍ତିଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ଲୋକେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ କାରଟି ଅଧାରୁ ଅଧିକ ଜଳି ଯାଇଥିଲା । ଲିଙ୍ଗରାଜ ଥାନା ପୋଲିସ କାର ଚାଳକ ଓ ଅନ୍ୟ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । କାର୍ ଚାଳକ ଓ ବ୍ୟକ୍ତି ଜଣକ ଭୁବନେଶ୍ୱର ବାହାରର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.