Latest Odisha News

ଶ୍ରୀମନ୍ଦିରର ୧୦୦ ମିଟର ପରିଧି ହେବ ନିଷିଦ୍ଧାଞ୍ଚଳ

() ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ ହେଲା ପ୍ରସ୍ତାବିତ ବାଇ ଲ । ନ୍ୟାସନାଲ ମନୁମେଣ୍ଟ ଆଇନ ଅନୁସାରେ ପ୍ରସ୍ତୁତ ହୋଇଛି ଏହି ବାଇ ଲ । ପ୍ରସ୍ତାବିତ ବାଇ ଲ ଅନୁସାରେ ଶ୍ରୀମନ୍ଦିରର ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହାସହ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟକକୁ ବାରଣ କରାଯାଇଛି । ସେହିପରି ନିଷିଦ୍ଧାଞ୍ଚଳ ଠାରୁ ଦୁଇ ଶହ ମିଟର ପରିଧିକୁ ନିୟନ୍ତ୍ରିତ ଅଞ୍ଚଳ ବୋଲି ଉଲ୍ଲେଖ ରହିଛି । ଏହି ନିଷିଦ୍ଧାଞ୍ଚଳରେ କୌଣସି ବି ନିର୍ମାଣ କାର୍ଯ୍ୟ କରିବାକୁ ମନା କରାଯାଇଛି ।

ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଅନୁମତି ଆବଶ୍ୟକ । ଏଥିପାଇଁ ନ୍ୟାସନାଲ ମନୁମେଣ୍ଟ ଅଥରିଟିଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଯେକୌଣସି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନେବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି । ଶ୍ରୀମନ୍ଦିରର ସଂରକ୍ଷିତ ଅଞ୍ଚଳ ୯.୭ ଏକର ହୋଇଥିବା ବେଳେ, ମେଘନାଦ ପାଚେରୀ ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର । ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହେବ । ସେହି ନିୟନ୍ତ୍ରିତ ଅଞ୍ଚଳ ବାହାରୁ ନୂଆ ନିର୍ମାଣ, ଯେପରି ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନଆସେ, ସେଥିପାଇଁ ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଛି ।

ଅନ୍ୟପଟେ ପ୍ରସ୍ତାବିତ ବାଇ ଲକୁ ନେଇ ମଗାଯାଇଛି ମତାମତ । ଫେବୃଆରୀ ୧୮ ପର୍ଯ୍ୟନ୍ତ ପ୍ରସ୍ତାବ ଦେବା ପାଇଁ ମତାମତି ନିଆଯାଇଛି । ଇମେଲ ବା ଚିଠି ମାଧ୍ୟମରେ ମତାମତ ରଖିପାରିବେ ।

Leave A Reply

Your email address will not be published.