Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକ୍‌ଡାଉନ୍ କଟକଣା: ଭୁବନେଶ୍ୱରରେ ୮୪୭, କଟକରେ ୧୦୧୯ ଗାଡି ସିଜ୍‌

ଭୁବନେଶ୍ୱର: ୪୮ ଘଂଟାର ସଟଡାଉନ୍ ହଟିବା ପରେ ଟ୍ୱିନ୍ ସିଟିରେ ପୁଣି ଅମାନିଆ ଗାଡି ଚାଳକଙ୍କ ମନମାନି ଦେଖିବାକୁ ମିଳିଛି । ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକେ ବାହାରେ ବୁଲିଛନ୍ତି । ସୋମବାର ବିଭିନ୍ନ ବାହାନା ଦେଖାଇ ବାଇକ ଧରି ଲୋକେ ପଦାକୁ ବାହାରିଥିଲେ । ତେବେ…

ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ଜିବ୍ରିଲ କରୋନା ଭାଇରାସ ସଂକ୍ରମଣରେ ମୃତ୍ୟୁ

କାଇରୋ: ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ଜିବ୍ରିଲ କରୋନା ଭାଇରାସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିବାଦୀୟ ଶାସକ ମୁଆମର ଗଦ୍ଦାଫିଙ୍କୁ ହଟାଇ ସେ ୨୦୧୧ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କୋଭିଡ-୧୯ରେ ସଂକ୍ରମିତ…

କରୋନାଭାଇରସକୁ ନେଇ ସର୍ଟ ଫିଲ୍ମ ; ଅଭିନୟରେ ଅମିତାଭ, ରଜନୀକାନ୍ତ ଓ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: କରୋନା ମୁକାବିଲାରେ ଆଗେଇ ଆସିଛି ଅଭିନୟ ଜଗତ । ଅର୍ଥରାଶି, ଉପକରଣ ସହାୟତା ଓ ସଚେତନତା ମୂଳକ ଭିଡିଓ ଜରିଆରେ ଅଭିନୟ ଜଗତ ଭାରତ ସରକାରଙ୍କୁ କରୋନା ବିରୋଧୀ ଲଢେଇରେ ସମର୍ଥନ କରିଆସିଛି । ମେଗାଷ୍ଟାର ଅମିତାଭ ବଚ୍ଚନ, ଥଲାଇଭା ରଜନୀକାନ୍ତ, ଦିଲଜିତ୍ ଦୋସାଂଜ ଓ କ୍ୱାଣ୍ଟିକୋ ଫେମ୍…

କରୋନା ବିରୋଧୀ ସଂଗ୍ରାମ ଦୀର୍ଘ ଦିନ ଧରି ଚାଲିବ: ମୋଦି

ନୂଆଦିଲ୍ଲୀ: ସୋମାବର ବିଜେପି ୪୦ ବର୍ଷରେ ପାଦ ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ…

ସମ୍‌ରେ ଆରମ୍ଭ ହେଲା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଭୁବନେଶ୍ୱର: ରାଜଧାନୀରେ ସମ୍‌ରେ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ ନବୀନଙ୍କ ନିବେଦନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । cmrfodisha.gov.inରେ ଟଙ୍କା ଦାନ କରିବାକୁ ନବୀନ ଅପିଲ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି ଅପିଲ କରିଛନ୍ତି। Human race is facing one…

ରାଜଧାନୀରେ ଘର ପାଖରେ ପନିପରିବା ଓ ଗ୍ରୋସରୀ ପହଞ୍ଚାଇବାର ବ୍ୟବସ୍ଥା କଲା ପ୍ରଶାସନ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ସହରରେ ଲୋକଙ୍କ ଘର ପାଖକୁ ମୋବାଇଲ ଭ୍ୟାନ ପନିପରିବା ଓ ଗ୍ରୋସରୀ ପହଞ୍ଚାଉଛି । ବିଏମସି ପକ୍ଷରୁ ଆଜି ୨୦୦ଟି ଭ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଛି । ତେବେ କେଉଁ ଅଞ୍ଚଳରେ କେଉଁ ଭ୍ୟାନକୁ ଫୋନ କଲେ ଏହି ସାମଗ୍ରୀ ଆପଣଙ୍କୁ…

ଘରେ ସୁରକ୍ଷିତ ରହିବା ନେଇ ଭିଡିଓ ଜରିଆରେ ନିବେଦନ କଲା ଓଡିଶା ପୋଲିସ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ସମସ୍ତଙ୍କୁ ଘରେ ରହିବା ସହ ଅଯଥା ବାହାରକୁ ଆସି ଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ଏହି ସମୟରେ ଯେଉଁମାନେ ଆମକୁ ସୁରକ୍ଷା ଯୋଗାଇ ଦେଇ ଆସୁଛନ୍ତି ଅର୍ଥାତ ପୋଲିସ କର୍ମଚାରୀଙ୍କ ପାଇଁ…

କୋଭିଡ-୧୯: ଭାରତରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି କରୋନା। ଏହାର ପ୍ରଭାବରେ ଭାରତରେ ମୃତ୍ୟ ସଂଖ୍ୟା ସୋମବାର ଦିନ ୧୦୦ ଟପି ୧୦୯ ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୦୬୬ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର…

ବମିଖାଲରୁ ଚିହ୍ନଟ ସମସ୍ତ କରୋନା ପଜିଟିଭ ଗୋଟିଏ ପରିବାରର

ଭୁବନେଶ୍ୱର : ରାଜ୍ୟରେ ମୋଟ ୩୯ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୩୨ ଜଣ । ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ।…