Latest Odisha News

BREAKING NEWS

Browsing Category

ଫିଚର

ଆଇଏସଆଇ ସହ ଲିଙ୍କ୍ ଅଭିଯୋଗ, ୟୁପିରୁ ଦୁଇ ଯୁବକ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ (ୟୁପିଏଟିଏସ୍) ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସହଯୋଗ କରିଥିବା ସନ୍ଦେହରେ ଅମ୍ରିତ ଗିଲ୍ (୨୫) ଓ ରିୟାଜୁଦ୍ଦିନ୍ (୩୬) ନାମକ ଦୁଇ ଜଣଙ୍କୁ ଗିରଫ କରିଛି। ଆଇଏସ୍ଆଇ ସହ ସମ୍ପର୍କ ଥିବା ଅଭିଯୋଗରେ ଗତ ସପ୍ତାହରେ…

ହାର୍ଦ୍ଦିକ ପାଣ୍ଡ୍ୟା ଏବେ ‘ସୁନା ଇଲିଶି’, ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଚାଲିଛି ଟଣାଓଟରା

ନୂଆଦିଲ୍ଲୀ: ବିଶ୍ବକପ ପରେ ଏବେ ଆଇପିଏଲ ପାଇଁ ବଢିଛି ଉତ୍ସାହ। ଖାସ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କେଉଁ ଦଳ ନେବ ସେଥିପାଇଁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ରଣନୀତି। ମଝିରେ ସୁନା ଇଲିଶି ଭୂମିକାରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଯିଏକି କିଏ ତାଙ୍କୁ ଅଧିକ ପଇସା ଦେବ ତାକୁ ବସି…

ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼

ରାଉରକେଲା: ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼ । ରାଉରକେଲା-ଭୁବନେଶ୍ୱର ଆସୁଥିବା ଏହି ନୂଆ ଟ୍ରେନକୁ  ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ ଓ ବୁଢାପଙ୍କ ମଧ୍ୟରେ ପଥର ମାଡ଼ ହୋଇଛି। ଏହି ଘଟଣା ଫଳରେ ଏଗଜିକ୍ୟୁଟିଭ୍ କ୍ଲାସ୍ କୋଚର କାଚ ଭାଙ୍ଗି ଯାଇଛି।…

‘ଯୁବ ଓଡ଼ିଶା, ନବୀନ ଓଡ଼ିଶା’: କଲେଜ କ୍ୟାମ୍ପସ ପାଲଟିବ କି ବିଜେଡିର ପ୍ରୟୋଗଶାଳା?

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ବେଳେ ବିଜେଡି ସରକାରର 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ଯକ୍ରମକୁ ନେଇ ସାରା ଓଡ଼ିଶାର କଲେଜଗୁଡ଼ିକରେ ବିବାଦ ତେଜିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ଯୋଜନାକୁ ବିଜେଡିର ପ୍ରଚାର ପାଇଁ ବ୍ୟବହାର କରୁଛି ଏବଂ ସେମାନଙ୍କ କଲେଜକୁ ଦଳୀୟ…

ଆଦିବାସୀ ଜମି କାରବାର ପାଇଁ ସରକାର ଆଇନରେ ପରିବର୍ତ୍ତନ ଆଣି “ନିଆଁ ସହ ଖେଳୁଛନ୍ତି”: ଜୁଏଲ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ କଡ଼ା ଭର୍ତ୍ସନା କରି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ବିବାଦୀୟ ଆଦିବାସୀ ଜମି ହସ୍ତାନ୍ତର ଓ ବିକ୍ରି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି। ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଚେତାବନୀ ଦେଇଛନ୍ତି ଯେ, ଏ…

ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଭାରତ

ଥିରୁୱନ୍ତପୁରମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୩୫ ରନର ବିଶାଳ ସ୍କୋର କରିଥିଲା । ୟଶସ୍ୱୀ ଜୈସୱାଲ ୫୩, ରିତୁରାଜ…

ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ

କଳାହାଣ୍ଡି: ଏକ ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ। ସୂଚନା ଅନୁସାରେ ରବିବାର ସକାଳୁ ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମକ ଜଣେ…

ଚୀନ ମାଷ୍ଟର୍ସ ସୁପର ସିରିଜରେ ରନର୍ସଅପ ହେଲେ ସାଇରାଜ-ଚିରାଗ ଯୋଡି

ବେଜିଂ: ଚୀନ ମାଷ୍ଟର୍ସ ସୁପର ସିରିଜ ୭୫୦ ବ୍ୟାଡମିଂଟନର ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ରେଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରି ଯାଇଛନ୍ତି । ଟାଇଟଲ ମୁକାବିଲାରେ ଭାରତୀୟ ଯୋଡି ଚୀନର ଲିୟାଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚୁଙ୍ଗଙ୍କ ନିକଟରୁ ୧୯-୨୧, ୨୧-୧୮ ଓ ୧୯-୨୧ରେ ହାରିବା ସହ…

ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ

ପୁରୀ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁଙ୍କ ପ୍ରତିକୃତି ତିଆରି କରି ପ୍ରତ୍ୟେକ ଓଡିଆଙ୍କୁ…

ସାତକୋଶିଆକୁ ଫେରିବେ ହଳେ ମହାବଳ, ଅଭୟାରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ

ଅନୁଗୁଳ: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଫେରିବ ମହାବଳ। ଅଭାୟରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ। ପ୍ରୋଜେକ୍ଟ ଟାଇଗରର ବିଫଳତା ପରେ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିବାକୁ ପଡିଥିଲା। ଏହା ପରେ ସାତକୋଶିଆରେ ଆରମ୍ଭ ହୋଇଥିଲା…