Latest Odisha News

BREAKING NEWS

Browsing Category

ଖେଳ

ହକି ବିଶ୍ୱକପ: ଜାପାନକୁ ହରାଇଲା ଦକ୍ଷିଣ କୋରିଆ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ହକି ବିଶ୍ୱକପର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି । ଏହି ବିଶ୍ୱକପରେ କୋରିଆର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ଜାପାନ କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ପ୍ରଥମ କ୍ୱାର୍ଟରରେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଓହରିଲେ ଶ୍ରେୟାସ

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଗତ ବର୍ଷ ଭାରତ ପାଇଁ ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିଥିବା ଶ୍ରେୟାସ ଆୟାର ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ପିଠି ସମସ୍ୟା…

ପନ୍ତ କହିଲେ, ଏଥର ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

ମୁମ୍ବାଇ:ଭାରତର ଷ୍ଟାର ଖେଳାଳି ରିଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତଙ୍କ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ତାଙ୍କ ଅସ୍ତ୍ରୋପଚାର ସଫଳ ହେବା ପରେ ପ୍ରଥମ ଥର ପାଇଁ ପନ୍ତ ଟୁଇଟ କରିଛନ୍ତି । ସେ ତାଙ୍କ ଟୁଇଟରେ ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଖୁବ ଶୀଘ୍ର ସୁସ୍ଥ…

ଏଥର କୋହଲୀଙ୍କ ଟାର୍ଗେଟ ୧୦୦ ଶତକ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପୂର୍ବ ଲୟକୁ ଫେରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସେ ୨ଟି ଶତକ ମାରିଛନ୍ତି । ଏଥିସହ ତାଙ୍କ ଶତକ ସଂଖ୍ୟା ୭୪ରେ ପଂହଚିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତୀୟ ଶତକକୁ ଭାଙ୍ଗିବା ଏକ…

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ମ୍ୟାନେଜର ହେବେ ଓଡିଶାର ଶିବବ୍ରତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ଏହି ୩ଟି ମ୍ୟାଚ ଜାନୁୟାରୀ ୧୮, ୨୧ ଓ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଓ ଇନ୍ଦୋରରେ ଖେଳାଯିବ । ମଙ୍ଗଳା କ୍ଲବର…

ହକି ବିଶ୍ୱକପ: ନେଦରଲାଣ୍ଡସର କ୍ରମାଗତ ଦ୍ୱିତୀୟ ବିଜୟ, ଚିଲିକୁ ହରାଇଲା ମାଲେସିଆ

ରାଉରକେଲା: ହକି ବିଶ୍ୱକପର ସୋମବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ୨ଟି ମ୍ୟାଚରେ ନେଦରଲାଣ୍ଡସ ଓ ମାଲେସିଆ ସେମାନଙ୍କ ମୁକାବିଲାକୁ ଜିତି ନେଇଛନ୍ତି । ପ୍ରଥମ ମ୍ୟାଚରେ ଚିଲି ଓ ମାଲେସିଆ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ…

୧୭ ବର୍ଷରୁ କମ ମହିଳା ଫୁଟବଲ: ଶ୍ରଦ୍ଧାଞ୍ଜଳୀଙ୍କୁ ଭାରତୀୟ କୋଚ ଦାୟିତ୍ୱ

ଭୁବନେଶ୍ୱର: ୧୭ ବର୍ଷରୁ କମ ମହିଳା ସାଫ(ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ ପାଇଁ ଓଡିଶାର ପୂର୍ବତନ ମହାନ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଏହି ଚାମ୍ପିୟନଶିପ ପାଇଁ ସେ ଜାତୀୟ ମହିଳା ଦଳର କୋଚ ଦାୟିତ୍ୱ ତୁଲାଇବେ । ପୂର୍ବରୁ ସେ ରାଜ୍ୟ…

ହକି ବିଶ୍ୱକପ: ଭାରତ ୦, ଇଂଲଣ୍ଡ ୦

ରାଉରକେଲା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବିଶ୍ୱକପ ହକିର ଏକ ରୋମାଂଚକ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ଷ୍ଟାଡିୟମରେ ୨୧୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଏହି ରୋମାଂଚକର ମ୍ୟାଚକୁ ଭରପୂର ଉପଭୋଗ କରିଥିଲେ । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଏବଂ…

ଦିନିକିଆ କ୍ରିକେଟରେ ଭାରତର ବଡ଼ ବିଜୟ, ୩୧୭ ରନରେ ହାରିଲା ଶ୍ରୀଲଙ୍କା

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତି ନେଇଛି । ଏଥିସହ ଦିନିକିଆ କ୍ରିକେଟ୍ ଇତିହାସରେ ଭାରତ ସବୁଠୁ ବଡ଼଼ ବିଜୟ ହାସଲ କରିଛି । ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି ଭାରତ । ବିରାଟ କୋହଲି ଅପରାଜିତ ୧୬୬ ରନର ପାଳି ଖେଳିଥିଲେ । ପ୍ରଥମେ…

ୟୁଏଇ ଫୁଟବଲ ଲିଗ: ମେସିଙ୍କୁ ୨୪୪୦ କୋଟି ଟଙ୍କାରେ ନେଇପାରେ ଅଲ ହିଲାଲ

ରିୟାଦ: କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବ କ୍ଲବ ସହିତ ଜଡିତ ହେବା ପରେ ଏବେ ସମସ୍ତଙ୍କ ନଜର ଆର୍ଜେଂଟିନା ଷ୍ଟାର ଲିଓନେଲ ମେସିଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଅଲ ହିଲାଲ କ୍ଲବ ମେସିଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏପରିକି ବାର୍ଷିକ ୨୪୪୦ କୋଟି ଟଙ୍କା ଦେବା ପାଇଁ କ୍ଲବ…