Latest Odisha News

BREAKING NEWS

Browsing Category

ସହର

City

ଏମ୍ସ ବର୍ଣ୍ଣ ୱାର୍ଡରେ ଏଫଏମ୍‌ କଲେଜ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ଯାଇ ବାଲେଶ୍ୱର ଫକିର ମୋହନ କଲେଜର ଗୁରୁତର ଛାତ୍ରୀଙ୍କୁ ଭେଟିଛନ୍ତି । ଏମ୍ସ ସମାବର୍ତ୍ତନ ଉତ୍ସବ ପରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌କୁ ଯାଇ ଭେଟିଲେ…

ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ହେବ: ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ମହାମହିମ । ଏହି ଅବସରରେ ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି…

ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ

ଭୁବନେଶ୍ୱର: ଫକିର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ । ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇ ବିସ୍ତୃତ ତଥ୍ୟ ମାଗିଛି । କେଉଁ ସ୍ଥିତିରେ ଏଭଳି ଘଟିଲା, କ'ଣ ପଦକ୍ଷେପ…

ଓଡ଼ିଶା ପାଇଁ ବନ୍ୟା ଚେତାବନୀ ଦେଲେ ଆଇଏମଡି ଡିଜି

ଭୁବନେଶ୍ୱର: ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଇଏମଡି । ବନ୍ୟାଜନିତ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅବପାତଜନିତ ବର୍ଷା ବନ୍ୟାଭଳି ସ୍ଥିତି ଆଣିପାରେ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଜି ଉତ୍ତର…

ପୀଡିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ଆତ୍ମାହୁତୀ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପୀଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି । ପୀଡ଼ିତା ପରିବାରକୁ ଭେଟି ସମବେଦନା ଦେଲି । ଡାକ୍ତରଙ୍କ ସହ ଆଲୋଚନା କଲି । ସେ ଶୀଘ୍ର…

କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ୁଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ଫକିର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ, କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍‌କୁ ଟାର୍ଗେଟ୍‌ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।…

‘ଲଘୁଚାପ ବର୍ଷା ପରିମାଣ ଦେଖି ଡ୍ୟାମର ନିଷ୍କାସନକୁ ନେଇ ଆକଳନ କରିବାକୁ ହେବ’

ଭୁବନେଶ୍ବର: ଆଜିର ସ୍ଥିତି ଅନୁସାରେ, ବିଭିନ୍ନ ନଦୀର ଜଳସ୍ତର ସତର୍କ ଲେବୁଲରୁ କମ ଅଛି । ଲଘୁଚାପରେ ଦେଖିବାକୁ ପଡିବ କେତେ ବର୍ଷା ହେଉଛି ଓ ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ଦେଖିବାକୁ ପଡିବ । ସୁବର୍ଣ୍ଣରେଖାରେ ଯେଉଁ ବର୍ଷା ହେବ, ତାହା ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ନିଷ୍କାସନକୁ ନେଇ…

କଟକ ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡିକର ଉନ୍ନୟନ କାର୍ଯ୍ୟକୁ ଅତି ଶୀଘ୍ର ଶେଷ କରିବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ମା' କଟକ ଚଣ୍ଡୀ, ନୀଳମାଧଵ, ମା' ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍: ଲାଠିକଟା ବାଳିକା, କୁଆଁରମୁଣ୍ଡା ବାଳକ ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ ଠାରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍ ୨୦୨୫ର ୫ମ ସଂସ୍କରଣର ଶେଷ ପର୍ଯ୍ୟୟ ସମାପ୍ତ ହୋଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଉଦୀୟମାନ ହକି ପ୍ରତିଭାମାନଙ୍କ ପାଇଁ ଏହି ୫ ଦିନିଆ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ବାଳିକା…

ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାଲେଶ୍ଵର ପୀଡ଼ିତା; ଏମ୍ସ ଯାଇ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକିର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ପୀଡ଼ିତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖି…