Latest Odisha News
Browsing Category

ପୁରୀ

Puri

୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ଅର୍ଥାତ୍ ଗୋଟେ ଦିନ ପରେ ଖୋଲିବ ଭିତର ରତ୍ନଭଣ୍ଡାର । ଏଥିପାଇଁ କମିଟି ବୈଠକରେ ନିଷ୍ପତ୍ତି ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟିର ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥ । ପୁଣି ଆସନ୍ତା ଗୁରୁବାର ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ…

ରତ୍ନଭଣ୍ଡାର ଖୋଲିବା ନେଇ ଖୁସି ବ୍ୟକ୍ତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି କୋଟି କୋଟି ଜଗନ୍ନାଥ ପ୍ରେମୀ ଉତ୍କଣ୍ଠାରେ । ଦୀର୍ଘ ୫ ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ଧିରେ ଧିରେ ଭିତରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଧାରିତ ସଦସ୍ୟ । ଏହାପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ ବିଷୟରେ ଅବଗତ ହେବେ ଓଡିଶାବାସୀ । ଏହାରି ଭିତରେ…

ଫଟୋଚିତ୍ର ପ୍ରଦର୍ଶନୀରେ ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସର ପରେ ତିନୋଟି ରଥ ଦକ୍ଷିଣାମୋଡ଼ ନେଇଛନ୍ତି । ଏହା ପରେ ବାହୁଡ଼ା ଯାତ୍ରା ଏବଂ ପରେ ପରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ଆଜି ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୋଟି ପୂଣ୍ୟ ଅର୍ଜିବେ ଶ୍ରଦ୍ଧାଳୁ । ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହେବେ ଅଗଣିତ ଜଗନ୍ନାଥ ପ୍ରେମୀ । ଶ୍ରୀଗୁଣ୍ଡିଚା ମନ୍ଦିର…

ଶେଷ ହେଲା ରଥଟଣା, ଆଜି ଜନ୍ମବେଦୀକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶେଷ ହୋଇଛି ରଥଟଣା । ଗତକାଲି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଛି ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଛି ନନ୍ଦିଘୋଷ ରଥ । ଶରଧା ବାଲିରେ ଲାଗିଛି ୩ ରଥ । ଆଜି ଦିନ ସାରା ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଭକ୍ତ ।…

ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ: ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର, ପଛେ ପଛେ ଆସୁଛନ୍ତି ମା’ ସୁଭଦ୍ରା ଓ କାଳିଆ…

ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ। ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର…

ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି, ଆଖପାଖରେ ସୁରକ୍ଷା ବ୍ୟବସ୍ଥା

ପୁରୀ: ଗତକାଲି ରଥଟଣା ଦେଖିବାକୁ ଜଗନ୍ନାଥ ଧାମରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ। ଆଜି ସକାଳୁ…

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ପୁରୀ: ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ। ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ। ସିଂହଦ୍ବାରଠୁ କିଛି ବାଟ ଦୂରରେ ଅଟକିଛି ନନ୍ଦିଘୋଷ। ୫ ଦଶନ୍ଧି ପରେ ଏଥର ଏକାଦିନେ ରଥଯାତ୍ରା,…

ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ପୁରୀ ସହର, ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତୁଳସୀ କ୍ଷେତ୍ରରେ ଆସନ୍ତା ୭ ଓ ୮ ଦୁଇଦିନ ଧରି ଶ୍ରଦ୍ଧାଳୁ ଶ୍ରୀବ୍ରହ୍ମ ତାଳଧ୍ୱଜ ରଥ ଟାଣିବେ। ଏଥିଲାଗି ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ଓଡ଼ିଶା କି ଭାରତ ନୁହେଁ,…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଦୁଇଦିନ ଧରି ହେବ ରଥଟଣା; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ…

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’…