Latest Odisha News
Browsing Category

ଓଡିଶା

Odisha

ଭିଜିଲାନ୍ସ ଜାଲରେ ଫରେଷ୍ଟର, ହାତୀ ସ୍କ୍ୱାଡ୍ ସଦସ୍ୟ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ଡିହାଡୋଲ ସେକ୍ସନର ଫରେଷ୍ଟର ବିଶ୍ୱନାଥ ସୋରେନ ଏବଂ ହାତୀ ସ୍କ୍ୱାଡ୍ ସଦସ୍ୟ ସୁଦୀପ୍ତ କୁମାର ସାହୁଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଫରେଷ୍ଟର ଜମିରେ ଚାଷ କରିବାକୁ ଅନୁମତି ଦେବା ପାଇଁ ଜଣେ ଚାଷୀଙ୍କଠାରୁ…

ଶ୍ବେତଗଙ୍ଗାରେ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

ପୁରୀ: ଶ୍ବେତଗଙ୍ଗାରେ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ। ପରିବାରର ଉପସ୍ଥିତିରେ ପୁରୀ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଅସ୍ଥି ବିସର୍ଜନ କରିବା ସହ ପରମ୍ପରା ଅନୁଯାୟୀ ପିଣ୍ଡଦାନ କରିଥିଲେ। ଅପରପକ୍ଷରେ ଆଗାମୀ ସମୟରେ ବାବୁସାନଙ୍କ ଚଳଚ୍ଚିତ୍ର ଆସିବାକୁ…

୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ 

ଭୁବନେଶ୍ୱର: ମାର୍ଚ୍ଚ ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ। ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ଅଭିଯୋଗରେ କଂଗ୍ରେସ ପକ୍ଷରୁ ଏହି ଘେରାଉ କରାଯିବ। ତାରା ବାହିନୀପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ ଦଳ।…

ଗିରଫ ହୋଇପାରନ୍ତି ରାଜା! ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ

ଭୁବନେଶ୍ବର: ଗିରଫ ହୋଇପାରନ୍ତି ବିଜେଡି ନେତା ରାଜା ଚକ୍ର । ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ । ଇଡି ଯାଞ୍ଚ ବେଳେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା ଚକ୍ର । ରାଜାଙ୍କ ସହ ତାଙ୍କର ୪ ଜଣ ସହଯୋଗୀଙ୍କ…

ରାସନ କାର୍ଡରେ ପୂର୍ବ ଭଳି ମିଳିବ ଗହମ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ । ଖୁବଶୀଘ୍ର ରାଜ୍ୟବାସୀଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଇ ଦିଆଯିବ । ଏନେଇ ଆଜି ବିଧାନସଭାରେ ପଟାଙ୍ଗୀର କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମଙ୍କ ଏକ ପ୍ରଶ୍ନ ରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି…

ଆସୁଛି ହୋଲି; ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ପାଇଁ ସଜାଗ କମିଶନରେଟ୍ ପୋଲିସ । ଏନେଇ ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ । ଉଭୟ ଦୋଳ ଏବଂ ହୋଲି ପାଇଁ ଟୁଇନ୍ ସିଟିର ସମସ୍ତ ଥାନା ଅଧିକାରୀଙ୍କୁ ହାଇ ଆଲର୍ଟ କରାଯାଇଛି । ନିଶା ସେବନ କରି ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସମିଟ୍‌ କରି…

କଟକରେ ବିଦ୍ୟୁତ ଆଘାତ ଦେଇ କୁକୁରକୁ ହତ୍ଯା

କଟକ: କଟକରେ ଚାଞ୍ଚଲ୍ୟକର ଘଟଣା। ସହରର ଜଣେ ବାସିନ୍ଦାଙ୍କ ଦ୍ୱାରା ନିର୍ମିତ ବିଦ୍ୟୁତ୍ ବାଡ଼ ସଂସ୍ପର୍ଶରେ ଆସି ଏକ ବୁଲା କୁକୁରର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ସହରର ବାଦାମବାଡି ଥାନା ଅଧୀନ ଶଙ୍କରପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ…

ହଟିବ ଟ୍ରାଫିକ ସମସ୍ୟା; ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା

ଭୁବନେଶ୍ୱର: ଦୂର ଦେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିର ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା। ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।…

ବିଧାନସଭାକୁ ମୋବାଇଲ ନେବେ ସାମ୍ବାଦିକ ହେଲେ ଭିଡିଓଗ୍ରାଫି ଉପରେ ରୋକ

ଭୁବନେଶ୍ୱର: ବିଧାନସଭାରେ ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ନିଷ୍ପତ୍ତି ବଦଳାଇଲେ ସରକାର । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ ମାନେ । କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋ…

ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆହୁରି ଅଣ୍ଡାର ଆବଶ୍ୟକତା ଅଛି । ରାଜ୍ୟରେ ପ୍ରତିଦିନ ରାଜ୍ୟରେ କୋଟିଏ ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି ସତ ହେଲେ ଦୈନିକ ଆହୁରି ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ…