Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ

ଦେବଗଡ଼: ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ । ହୋମଗାର୍ଡ ପରୀକ୍ଷାର ଦୌଡ଼ ପ୍ରତିଯୋଗିତା ସମୟରେ ଅଘଟଣ । ଦେଓଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା । ମୃତକ ଜଣଙ୍କ ହେଉଛନ୍ତି ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗାଁର ପ୍ରଦୀପ ଦେହୁରୀଙ୍କ ପୁଅ ୨୧…

ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚିଲା ବିଜେଡ଼ି 

ଭୁବନେଶ୍ୱର: କଂଗ୍ରେସ ଗଲା, ଏବେ ବିଜେଡିର ପାଳି। ଆଜି ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିଧାନସଭା ଚାରିପଟେ ଗଙ୍ଗା ଜଳ ଛିଞ୍ଚିଛି ବିଜେଡି । ବିଜେଡ଼ି ବିଧାୟକ ମାନେ ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଛନ୍ତି। ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ…

ଆଜି ପ୍ରସିଦ୍ଧ ବାରୁଣୀ ସ୍ନାନ, ବୁଡ ପକାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ

ଭୁବନେଶ୍ଵର: ଆଜି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନ । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ । ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋରରୁ ଶହ ଶହ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ବିଶ୍ବାସ…

ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଯିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଲୋକଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ବରରେ ସୀମିତ ନରହି ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ଲୋକଙ୍କ ପାଖରୁ ଅଭିଯୋଗ ଶୁଣାଯିବ। ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ଭାବେ ପ୍ରସ୍ତୁତି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୨୪…

ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ, ଜଗିଛନ୍ତି ୮୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ଵର: ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ବିଧାନସଭା ଘେରାଉ କରିଛି କଂଗ୍ରେସ। ଯାହାକୁ ନେଇ ରାଜଧାନୀ ଭୁବନେଶ୍ଵରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ…

ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା: ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା। ଅଘଟଣ ପରେ ହଷ୍ଟେଲ୍‌ ଛାଡ଼ିଲେ ୧୭୦ ଅନ୍ତେବାସୀ। ଅନ୍ତେବାସୀ ଛାତ୍ରୀଙ୍କୁ ହଷ୍ଟେଲ୍‌ରୁ ନେଇଗଲେ ଅଭିଭାବକ। ଗତକାଲି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଅନ୍ଵେଷା ହଷ୍ଟେଲରୁ ଉଦ୍ଧାର…

ଘରୋଇ କଳହ ନେଲା ଉଗ୍ରରୂପ: ବାପା ନେଲା ପୁଅର ଜୀବନ

ଫୁଲବାଣୀ: ବାପା ପାଲଟିଗଲା ଜହ୍ଲାଦ। ପତ୍ନୀ ସହ ଲାଗି ରହୁଥିବା କଳହର ରାଗ ପୁଅ ଉପରେ ଶୁଝାଇଲା। ଶେଷରେ ନାବାଳକ ପୁଅକୁ ମାରିଦେଲା। ଏପରି ଏକ ସାଂଘାତିକ ଅଭିଯୋଗ ଫୁଲବାଣୀ ସହରରୁ ଆସିଛି। ନିଜ ପୁଅକୁ ମାରି ବାପା ଜୀବନ ହାରିଥିବା ରୂପ ଦେବାକୁ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।…

ବୌଦ୍ଧ-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କଲେ ରେଳ ସୁରକ୍ଷା ଆୟୁକ୍ତ

ରେଳ ସୁରକ୍ଷା ଆୟୁକ୍ତ ବ୍ରିଜେଶ ମିଶ୍ର ତାଙ୍କର ଦୁଇ ଦିନିଆ ପୂର୍ବତଟ ରେଳପଥ ପରିଦର୍ଶନ ସମୟରେ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନବନିର୍ମିତ 26.888 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଲାଇନର ଯାଞ୍ଚ କରିଛନ୍ତି। ଯାହା ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲୁଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ…

ଘାଟିରେ ଓଲଟିଲା ବସ୍‌: ୩ ଗୁରୁତର, ୨୩ ଆହତ

ରାୟଗଡ଼ା: କୋଲନରା ବ୍ଳକ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ମା ବାଙ୍ଗାରାମା ନାମକ ବସ୍‌। ବସ୍‌ରେ ଯାତ୍ରୀ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୨୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେଥିମଧରୁ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ…

ରାଜ୍ୟରେ ଉପରମୁହାଁ ତାତି, ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ତାତି। ଦିନ ତାପମାତ୍ରା କ୍ରମଶଃ ବଢିଚାଲିଛି। ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରୀ ବଢ଼ିଛି। କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତି କମ୍‌ ରହୁଥିଲା। କିନ୍ତୁ ଏବେ ଖରା ବଢ଼ିବା ସହ ୨୯ରୁ ପୁଣି ଜଳାଇବ ବୋଲି ପାଣିପାଗ…