Latest Odisha News

BREAKING NEWS

Browsing Category

ଓଡିଶା

Odisha

କାରକୁ ଧକ୍କା ଦେଲା ଟ୍ରକ୍‌, ଡିସିପିଙ୍କ ସହ ୨ ମୃତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌ ଏକ କାରକୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ଡିସିପି ବଳରାମ ନାୟକ ଥିବା ଜଣାପଡିଛି । ଅନ୍ୟଜଣଙ୍କ ପରିଚୟ…

୩୩ କେଭି ବିଦ୍ୟୁତ୍ ତାରକୁ ଛୁଇଁ ଗୁରୁତର ଜଳସମ୍ପଦ କର୍ମୀ

ପୁରୀ: ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନ ଚିତଳପୁରଠାରେ ୩୩କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରବିନାରାୟଣ ନାୟକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…

ନାତୁଣୀଙ୍କ ଚାଞ୍ଚଲ୍ୟକର ବୟାନ, ଏବେବି ଖୁଲାମଖୁଲା ଚାଲିଛି ନିଶା ବେପାର

ଭୁବନେଶ୍ଵର: ସହଦେବ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ହତ୍ୟା ଘଟଣାରେ ରମା ନାଏକର ସମ୍ପୃକ୍ତି ରହିଛି । ରମାର ସମ୍ପୃକ୍ତି ନେଇ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି । ଅନ୍ୟପଟେ ରମାର ସମ୍ପୃକ୍ତି ନେଇ ସହଦେବଙ୍କ ପରିବାର…

୧୯ରୁ ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷିବ…!

ଭୁବନେଶ୍ବର: ୧୯ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ୧୯ ଓ ୨୦ରେ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ…

୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଭୁବନେଶ୍ବର: ଆସନ୍ତା ୧୮ ତାରିଖରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ । ଏହାପରେ ପୁଣି ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଏହି ସଂକଳ୍ପ ପଦଯାତ୍ରା ଯିବ । ସଫଳ ସଡିଶାର ରୂପାୟନ ସହ ଓଡିଶାର…

ପ୍ରୋ ଲିଗ୍ ୨୦୨୪-୨୫: ଭୁବନେଶ୍ୱରରେ ପହଞ୍ଚିଲେ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲ୍ୟାଣ୍ଡ ଟିମ୍

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ରବିବାର) ନେଦରଲ୍ୟାଣ୍ଡର ମହିଳା ହକି ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି ଦଳ ଚାରିଟି ଖେଳରୁ ନଅ ପଏଣ୍ଟ ହାସଲ କରି ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । …

ପୁରୀ ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି ପୂଜା କଲେ ସେବାୟତ

ପୁରୀ: ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ସେନେଇ ଆଜି ଶ୍ରୀମନ୍ଦିରରେ ପହଞ୍ଚିଲା ଆଇପିଏଲ୍ ଟ୍ରଫି । ମ୍ୟାଚ୍ ପୂର୍ବରୁ ଆଇପିଏଲ୍ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ସେବାୟତ ମାନେ ପୂଜାର୍ଚ୍ଚନା କରିଛନ୍ତି  । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ…

ୟୁଟ୍ୟୁବରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି: ଧରାପଡିଲେ ୫ ଜଣ

ଭୁବନେଶ୍ବର: ୟୁଟ୍ୟୁବ ମାଧ୍ୟମରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି । ଗିରଫ ହେଲେ ୫ ଜଣ । ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥଇବା ଏକ ବଡ ରାକେଟ ଠାବ କରିଛି ପୋଲିସ । ଏହି ରାକେଟରେ ସଂପୃକ୍ତ ଥିବା ୪ ଜଣ ୟୁଟ୍ୟୁବର ଓ ଜଣେ ସରକାରୀ…

ଶ୍ରୀମନ୍ଦିର ଭକ୍ତନିବାସ ନାମରେ ନକଲି ୱେବସାଇଟ୍ ଠକେଇ ଘଟଣା; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା । ଏହି ମାମଲା ନଜରକୁ ଆସିବାପରେ, ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢୀ । ଏକ ଚିଠି ମାଧ୍ୟମରେ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; ସରିଲା ସାକ୍ଷ୍ୟ ଗ୍ରହଣ

ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଶେଷ ସାକ୍ଷୀ ଭାବେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ତଥା ତଦନ୍ତକାରୀ ଅଧିକାରୀ ଅନିଲ କୁମାର ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରାଯାଇଛି । ସରକାରୀ ଓକିଲ ଚିତ୍ତରଞ୍ଜନ…