Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଥମ ଥର ପାଇଁ ଓଡିଶାର ୧୦ଟି ଦ୍ବୀପରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଥମ ଥର ଉପକୂଳରେ ଉଡିଲା ତ୍ରିରଙ୍ଗା । ସମୁଦ୍ର ତଟବର୍ତ୍ତୀ ୧୦ଟି ଦ୍ବୀପରେ ଉଡିଛି ଜାତୀୟ ପତାକା । ବାଲେଶ୍ବରର ସୁବର୍ଣ୍ଣ ଦ୍ବୀପ, ଭଦ୍ରକର ନୟାଟାପୁର, ଉଡ଼ାବାଲି, କନିକା ଦ୍ବୀପ, ଲଙ୍ଗ ହୁଇଲର ଦ୍ବୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲର ଦ୍ବୀପରେ…

୪ ଓଡିଆଙ୍କୁ ‘ପଦ୍ମଶ୍ରୀ’: ଜାଣନ୍ତୁ କିଏ କେଉଁ କ୍ଷେତ୍ରରେ ପାଇବେ ପୁରସ୍କାର

ଭୁବନେଶ୍ବର: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ…

ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୧୫ରୁ ଉର୍ଦ୍ଧ୍ବ ଆହତ

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା । ଏକ ବାଲି ବୋଝେଇ ଟିପର୍ ର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା । ଏପଟେ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବା ମୋ ବସ୍ ପଛପଟୁ ପ୍ରଥମେ ଟିପର୍ କୁ…

କିଟ୍ ଓ କିସ୍ ପକ୍ଷରୁ ମାରାଥନ; ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା

ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ୩୭ଟି ସ୍ଥାନ ଓ ଭାରତର ୬୫ରୁ ଅଧିକ ସ୍ଥାନରେ ମିନି ମାରାଥନ ଆୟୋଜନ କରାଯାଇଛି। ଏହାର ଏକ ଅଂଶ ବିଶେଷ ଭାବେ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ଦ୍ୱିତୀୟ…

ଗୁଦୁରାମୁଣ୍ଡା ଗାଁରେ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ଜଣଙ୍କ ଜୀବନ

ବରଗଡ:ମଦ ଭାଟିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ପଞ୍ଚାୟତ ଗୁଦୁରାମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ଜଣକ ହେଲା ମହେଶ୍ବର ବେହେରା। ମହେଶ୍ୱର ଓ ତାଙ୍କ…

ଉତ୍କର୍ଷ ଓଡିଶା କନକ୍ଲେଭ; ୫ ଲକ୍ଷର ପୁଞ୍ଜିନିବେଶ ଆଶା

ଭୁବନେଶ୍ୱର: ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ। ୨୦୨୫ ଜାନୁଆରୀ ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ର ପ୍ରାଥମିକ…

ରାଜନୀତି ପାଇଁ ସୁରଙ୍କ ଘରେ କଳି !

ଭୁବନେଶ୍ବର: ରାଜନୀତି ପାଇଁ ସୁରଙ୍କ ଘରେ କଳି ! ପରିବାର ଦୁଇ ଫାଳ ! ବଡ଼ ଭାଇଙ୍କୁ ମନ୍ମଥଙ୍କ ବଡ଼ ଆକ୍ଷେପ । ନାଁ ନନେଇ ଭାଇଙ୍କୁ କହିଲେ, ଫ୍ରଡ୍ । ଦାଣ୍ଡରେ ପଡି ହାଟରେ ଗଡୁଛି ବରିଷ୍ଠ ରାଜନେତା ସୁର ରାଉତରାୟଙ୍କ ଘର କଳି । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସରେ ତ ସାନପୁଅ…

ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’

ଭୁବନେଶ୍ବର: ଆକାଶରେ ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’ । ଓଡିଶା ଉପକୂଳ ଗୋପାଳପୁର ସମନ୍ବିତ କ୍ଷେପାଣାସ୍ତ୍ର ଘାଟିରେ ଏହି ସ୍ବଦେଶୀ ମିଶାଇଲର ପରୀକ୍ଷା କରାଯାଇଥିବା ବେଳେ, ପରୀକ୍ଷଣ ସଫଳ ହୋଇଛି । ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ କରିବାରେ ନିଖୁଣ । ଏବେ ଭାରତ…

ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହେଇଛି ରାଜଧାନୀ ଭୁବନେଶ୍ଵର

ଭୁବନେଶ୍ଵର: ରାତି ପାହିଲେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶବ୍ୟାପୀ ଉତ୍ସବର ମାହୋଲ ରହିଥିବାବେଳେ ରାଜଧାନୀ ଭୁବନେଶ୍ଵର ମଧ୍ୟ ଆଲୋକମାଳାରେ ସଜେଇ ହୋଇଛି । ଏଠାରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତ୍ରିରଙ୍ଗା ରଙ୍ଗର ଆଲୋକମାଳାରେ…

ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ବର: ବିଭିନ୍ନ ଜିଲ୍ଲା ପାଇଁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ବିଭିନ୍ନ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରୁଛି । ଏଥିପାଇଁ ବରିଷ୍ଠ ନେତାଙ୍କୁ ଜିଲ୍ଲାର ଦାୟିତ୍ବ ବାଣ୍ଟିଛି ଦଳ । ଏଥିସହିତ ଜିଲ୍ଲାର ସମସ୍ତ ଦଳୀୟ କର୍ମୀଙ୍କ…