Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଟରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍‍ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍ ଉଦଘାଟିତ ହୋଇଯାଇଛି । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା ବୁଧବାର ଏହାକୁ ଉଦ୍‍ଘାଟିତ କରିଛନ୍ତି । ଭାରତର ପ୍ରଥମ ମହିଳା…

ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା: ମନ୍ତ୍ରମୁଗ୍ଧ କଲା ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ

ଭୁବନେଶ୍ୱର: ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବୁଧବାର ପରିବେଷିତ ହୋଇଛି ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ । ସଙ୍ଗୀତ ତାଳେ ତାଳେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ । ବିଶିଷ୍ଟ ତବଲା ଶିଳ୍ପୀ ଶ୍ରୀ କୁଳମଣି ସାହୁଙ୍କ ନିର୍ଦ୍ଦେଶନାରେ ଅବନଦ୍ଧ କୁଟପ ନାଦରେ ବାଦ୍ୟ ସମୂହ ମିଳିତ…

ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ

ଭାରତୀୟ ବଂଶୋଦ୍ଭବ ବିଶ୍ୱ ସଂଗଠନ ପକ୍ଷରୁ ଭୁବନେଶ୍ୱର: ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ: ୨ୟ ଦିବସରେ ଓଡ଼ିଶୀ ଛନ୍ଦ-ରସର ଭାବମୟ ପରିବେଷଣ

ଭୁବନେଶ୍ୱର:  ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଦ୍ୱିତୀୟ ଦିବସ ଥିଲା । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୋଟିଏ ମଞ୍ଜରେ ଯୁବ ପ୍ରତିଭା ଓ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟକୁ…

ପାଣ୍ଠି ଅଭାବରୁ ରାଜ୍ୟରେ ବନ୍ଦ ପଡିଛି CRIF ଅଧିନସ୍ଥ ୪୨ ପ୍ରକଳ୍ପ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି (CRIF) ପକ୍ଷରୁ ପାଣ୍ଠି ପ୍ରଦାନରେ ବିଳମ୍ବ କାରଣରୁ ଓଡ଼ିଶାରେ ୪୨ଟି ପ୍ରମୁଖ ରାସ୍ତା ଏବଂ ସେତୁଗୁଡିକର କାମ ବନ୍ଦ ହୋଇ ପଡିରହିଛି। ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ କେନ୍ଦ୍ର ତରଫରୁ କୌଣସି ପାଣ୍ଠି…

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, କାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ବର: ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି । ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ…

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୱାଲଟିୟର ଡିଭିଜନ ମଧ୍ୟରେ ଆସୁଥିବା ଓଡିଶାର ସମସ୍ତ ରେଳ ନେଟୱାର୍କ ଇଷ୍ଟକୋଷ୍ଟ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଆରପିଏଫ୍ ଏଏସଆଇ ଗିରଫ

ଭୁବନେଶ୍ୱର: ରକ୍ଷକ ସାଜିଲେ ଭକ୍ଷକ । ସାହାଯ୍ୟ କରିବା ବାହାନାରେ ଘରେ କବାଟ ଦେଇ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଆରପିଏଫରେ କାର୍ଯ୍ୟରତ ଏଏସଆଇ ନିରଞ୍ଜନ ଜେନା । ଯୁବତୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ଦୁଇ ଦିନ ପୂର୍ବେ ସେ…

କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆଜି କୁମ୍ବିଂ ଅପରେସନ ବେଳେ ସିଆରପିଏଫ ଏବଂ ଏସଓଜି ଯବାନ ମାଓ କ୍ୟାମ୍ପ ସହ ଦୁଇଟି ଆଇଇଡି ଠାବ କରିଛନ୍ତି । ଏନେଇ କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି । ନକ୍ସଲଙ୍କ ଗତିବିଧି…

ରସୁଲଗଡ ହତ୍ୟାକାଣ୍ଡ; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଆଜି ସକାଳୁ ଘଟିଥିବା ହତ୍ୟାକାଣ୍ଡରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅବଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଏମାନଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଆଜି ସନ୍ଧ୍ୟାରେ ଗରିଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ…