Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ବାଭାବିକ ହେଲା ରାଜ୍ୟ ଡାକ ସେବା: ୩ ଦିନ ହେଲା ହନ୍ତସନ୍ତ ହେଉଥିଲେ ଗ୍ରାହକ

ଭୁବନେଶ୍ବର: ୩ ଦିନ ବ୍ୟବଧାନ ପରେ ପୁଣି ସ୍ବାଭାବିକ ହେଲା ରାଜ୍ୟ ସମସ୍ତ ଡାକ ସେବା । ଗତ ୩ ଦିନ ହେବ ଲିଙ୍କ ଫେଲ୍ ସମସ୍ୟା ଯୋଗୁଁ ହଇରାଣ ହେଉଥିଲେ ସାଧରଣ ଲୋକ । ଲିଙ୍କ୍ ଫେଲ ଯୋଗୁ ପୋଷ୍ଟ ଅଫିସ ଗୁଡ଼ିକରେ ଟଙ୍କା ଦେଣନେଣ ଠପ୍ ହୋଇଥିଲା । ଟଙ୍କା ଡିପୋଜିଟ ହୋଇପାରି ନଥିବାରୁ ବହୁ…

କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର: ବଡଗଡ଼ ସ୍ଥିତ କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ମାର୍କେଟ ବିଲ୍ଡିଂରେ ମାଲିକଙ୍କ ଦୋକାନ ଥିବା ବେଳେ ବଡଗଡ଼ ଅଞ୍ଚଳରେ ଗୋଦାମ ଥିଲା। ଏହି ଗୋଦାମରେ ଆଜି ନିଆଁ ଲାଗିଯାଇଥିଲା। ଏଥିରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର କପଡ଼ା ପୋଡ଼ି ପାଉଁଶ…

ଓଡିଶାରେ ଲଭ୍ ଜିହାଦ: ଗିରଫ ହେଲା ଅଭିଯୁକ୍ତ ସମୀର

ଭୁବନେଶ୍ବର: ଓଡିଶାରେ ପୁଣି ଲଭ୍ ଜିହାଦ ମୁଣ୍ଡ ଟେକିଥିବା ବେଳେ ଏହାର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ବର ପୋଲିସ୍ । କଶ୍ମୀର ଯୁବକ ସମୀର ମନସୁରକୁ ଏବେ ଗିରଫ କରିଛି ରାଜଧାନୀ ମହିଳା ପୋଲିସ୍ । ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଖୋଲୁଛି ସମୀରର ମୁଖା । କେବଳ ଜଗତସିଂହପୁର ଯୁବତୀ…

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ: ୨୧ ଦିନ ଭିତରେ ବ୍ଲାଇଣ୍ଡ କେସ୍‌ର କିପରି ହେଲା ପର୍ଦ୍ଦାଫାସ?

ଭୁବନେଶ୍ୱର/ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ତିନିଜଣ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କବାଡି ହୋଇଥିବାବେଳେ ଜଣେ ଭିକ ମାଗନ୍ତି ଏବଂ ତୃତୀୟ ଅଭିଯୁକ୍ତ ଏକ ଅଟୋ ଚଳାନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ୨୧ ଦିନ ଭିତରେ ଏହି…

ପୁଣି ଏହି ଦିନ ମିଳିବ ସୁଭଦ୍ରା ଟଙ୍କା, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ…..

ଭୁବନେଶ୍ବର: ପୁଣି ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ଆସନ୍ତା ୨୪ ତାରିଖରେ ମହିଳାଙ୍କ ଖାତାକୁ ତୃତୀୟ ପର୍ଯ୍ୟାୟ ଟଙ୍କା ଚଢିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।…

କଟକ ଛାତ୍ରୀ ଗଣଦୁଷ୍କର୍ମ ମାମଲା; ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ

କଟକ: କଟକ ଛାତ୍ରୀ ଗଣଦୁଷ୍କର୍ମ ଘଟଣା ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ବେହେରାର ଫଟୋ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ,…

ଦାଦାବଟି ନଦେବାରୁ ଠିକାସଂସ୍ଥା ଉପରେ ବୋମାମାଡ

ବାଙ୍କୀ: ଦାଦାବଟିକୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ । କଟକ-ବାଙ୍କୀ କଇଁମୁଣ୍ଡି ଛକରେ ଏହି ବୋମାମାଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, କାଇଁମୁଣ୍ଡି ଗାଁରେ ଏକ ସେତୁ ନିର୍ମାଣ ଚାଲିଥିବା ବେଳେ ସେତୁ ନିର୍ମାଣ କରୁଥିବା…

ଏହି ସବୁ ପାଠ୍ୟକ୍ରମର ବଳକା ସିଟରେ ହେବ ସ୍ପଟ୍‌ ଆଡମିଶନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ୟୁଜି, ପିଜି, ବି.ଏଡ୍‌/ଏମ୍‌.ଏଡ୍‌ ପାଠ୍ୟକ୍ରମର ବଳକା ସିଟ୍‌ ରେ ହେବ ସ୍ପଟ୍‌ ଆଡମିଶନ । ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍‌ ରେ ହେବ ସ୍ପଟ୍‌ ଆଡମିଶନ । ଆସନ୍ତା ୧୧ରୁ ୧୫ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରାଯିବ । ୧୯ ତାରିଖରେ…

୩୩୫୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ, ୪୬୩୭ ଜଣଙ୍କୁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୩୩୫୩.୧୫କୋଟି ଟଙ୍କାର ୧୫ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୪୬୩୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ମୁଖ୍ୟ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ…

ସୀମାନ୍ତରେ ମାଓବାଦୀ-ଯବାନ ଗୁଳି ବିନିମୟ, ଦୁଇ ମାଓବାଦୀ ନିହତ

ମାଲକାନଗିରି:  ସୀମାନ୍ତରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଉସୁର-ବାସାଗୁଡା-ପମେଡ ଜଙ୍ଗଲରେ ମାଓବାଦୀଙ୍କ ଗୁପ୍ତ ବୈଠକ ଚାଲିଥିବା ଖବର ପାଇ…