Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ: ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌, ଯାତ୍ରୀ ହନ୍ତସନ୍ତ

କୋରାପୁଟ:ଘରୋଇ ବସ୍‌ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ । ବିବାଦ ଯୋଗୁଁ କୋରାପୁଟ୍‌ରୁ ୪୦ଟି ରୁଟ୍‌ରେ ଗଡ଼ୁନି ବସ୍‌। ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବସ୍‌ ଚଳାଚଳ ଟାଇମିଂକୁ ନେଇ କର୍ମଚାରୀଙ୍କୁ ଗାଳିଗୁଲଜରୁ ବିବାଦ ଉପୁଜିଥିବା ଜଣାପଡିଛି । ଆଜି ସକାଳୁ କୌଣସି ବସ ଗଡୁନି।…

ଭୁବନେଶ୍ୱରରେ ପହଞ୍ଚିଲା ୨ ଓଡ଼ିଆଙ୍କ ମରଶରୀର, ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୁଏତରେ ମୃତ ୨ ଓଡ଼ିଆଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଲା। ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଲା ଦୁଇ ଜଣଙ୍କ ପାର୍ଥିବ ଶରୀର। କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଦୁଇ ଓଡ଼ିଆଙ୍କ ହେଲେ, ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ଓ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା…

ପୁଣି ହାତୀ ଆତଙ୍କ, ୨ ଜଣଙ୍କ ଘର ଭାଙ୍ଗିଲା ବଣୁଆ ହାତୀ

ସମ୍ବଲପୁର: ପୁଣି ବଣୁଆ ହାତୀ ଉପଦ୍ରବ। ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂହଗଡ ପଞ୍ଚାୟତର ବସିଆପଡାଠାରେ ବଣୁଆହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏଠାରେ ହାତୀ ଉପଦ୍ରବ କରି ଗ୍ରାମର ୨ ଜଣଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ବହୁମାସ ହେବ ବଣୁଆ…

ମଝି ଚିଲିକାରେ ଅଚଳ ହେଲା ଡଙ୍ଗା, ଫସିଲେ ୨୦ରୁ ଅଧିକ ଯାତ୍ରୀ

ପୁରୀ: ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡାଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛାନିଆଁ ହୋଇଗଲେ। କାରଣ ନା ଆଗକୁ ନା ପଛକୁ ଯାଇ ହେଉଥାଏ। ଡଙ୍ଗାରେ ଥିଲେ ୨୦ରୁ ଅଧିକ ଯାତ୍ରୀ। ଶନିବାର ସକାଳେ ଏହି ଘଟଣା ଘଟିଛି। ଆଜି ସକାଳ ସାଢ଼େ ୯ଟା ସୁଦ୍ଧା ଡଙ୍ଗାଟି ପ୍ରାୟ ଦେଢ଼ ଘଣ୍ଟା ଧରି…

ଥମୁନି ପ୍ରକୋପ: ଅଜଣା ରୋଗରେ ଗଲାଣି ୫ ଶିଶୁଙ୍କ ଜୀବନ, ୬ ଚିକିତ୍ସାଧୀନ

ରାୟଗଡ଼ା: ଅଜଣା ରୋଗରେ ଗଲାଣି ୫ ଶିଶୁଙ୍କ ଜୀବନ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନିସିଂ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ ଖେଳିଯାଇଛି। ଏଠାରେ ମେଡିକାଲରେ ଜଣେ ଓ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଗତ ବୁଧବାର ସୁଦ୍ଧା ୪ଜଣ ଶିଶୁଙ୍କ…

୨୨ରେ ଦେବସ୍ନାନ ପୂର୍ଣ୍ଣିମା; ୨୦ ସୁଦ୍ଧା ସରିବ ସମସ୍ତ ପ୍ରସ୍ତୁତି

ପୁରୀ: ସ୍ନାନ ଯାତ୍ରା ଓ ଘୋଷ ଯାତ୍ରା କୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍‌ ହାଉସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୧୭ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ…

୨ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ

ପାରାଦୀପ: ହଟିଲା କଟକଣା । ୬୧ ଦିନ ପରେ ଆଜି ଠାରୁ ଆରମ୍ଭ ହୋଇଛି ମାଛ ଧରା । ମାଛ ମାନଙ୍କ ବଂଶ ବିସ୍ତାର ଲାଗି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ଧରି ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା । କଟକଣା ହଟିବା ପରେ ଦୁଇ ମାସ ଧରି ହାତ ଗୋଡ ବାନ୍ଧି ବସିଥିବୀ ମତ୍ସଜୀବୀ ମାନେ ମାଛ…

ଆଜି ରଜ ସଂକ୍ରାନ୍ତି: ପିଠା ମିଠାରେ ମହକୁଛି ଗାଁଠୁ ସହର, ଚାଲିଛି ଦୋଳି ଖେଳ

ଭୁବନେଶ୍ବର: ତିନି ଦିନିଆ ରଜ ପର୍ବର ଆଜି ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଚାରିଆଡେ ହର୍ସ ଉଲ୍ଲାସର ସହ ରଜ ପାଳୁଛନ୍ତି ରାଜ୍ୟବାସୀ । ପହିଲି ରଜ ପରି ଦ୍ବିତୀୟ ଦିନରେ ମଧ୍ୟ ପୋଡ ପିଠା ଓ ରଜ ପାନ ଖାଇ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ହାତରେ…

ପରିବେଶକୁ କ୍ଷତି ପହଁଚାଉଥିବା ଶିଳ୍ପ ଏବଂ ସମ୍ବଳର ଶୋଷଣ କରିବାକୁ ଦେବୁନି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କୌଣସି ଶିଳ୍ପକୁ ପରିବେଶକୁ କ୍ଷତି ପହଞ୍ଚାଇବା ଓ ପ୍ରାକୃତିକ ସମ୍ପଦର ଶୋଷଣ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ଆମ ସରକାର ସବୁ ପ୍ରକାର ପଦକ୍ଷେପ ନେବେ। ଏହା ସହିତ ଏହା ପରିବେଶଗତ…

ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ତଥ୍ୟ: ମୁଖ୍ୟ ଶାସନସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ବହୁ ବରିଷ୍ଠ…