Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ଯାଉଛି…

ଓଡ଼ିଶାରୁ ୧୭ ପୋଲିସ ଅଧିକାରୀ ପାଇବେ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ। ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ। ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ। ବିଶିଷ୍ଟ ସେବା…

ବିବାଦରେ ବିଏମସି: କର୍ପୋରେଟରଙ୍କୁ ଅଣଦେଖା ,ପତାକା ଉତ୍ତୋଳନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ବର: ବିଏମସିରେ ଅଫିସର ରାଜ୍ । ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରକୁ ଠେଲି ହୋଇଯାଉଛି ବିଏମସି । ଆସନ୍ତା ସ୍ବାଧୀନତା ଦିବସରେ ଓ୍ବାର୍ଡ ଅଫିସରେ କର୍ପୋରେଟରଙ୍କୁ ବାଦ୍ ଦେଇ ଓ୍ବାର୍ଡ ଅଫିସର ପତାକା ଉତ୍ତୋଳନ କରିବେ । ଯାହାକୁ ନେଇ ଏବେ କର୍ପୋରେଟର ମହଲରେ…

ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅତ୍ୟାଧୁନିକ ତେଜସ୍ ରେକ୍ଲ ଲଗାଯାଇଥିବା ଏହି ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଏହାର ଯାତ୍ରା ସମୟରେ…

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ ଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ, ସାଂସଦ ଅପରାଜିତା

ଭୁବନେଶ୍ୱର: ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ରାଜ୍ୟ ଶାଖା ପକ୍ଷରୁ ସୋମବାର ଭୁବନେଶ୍ୱରରେ 'ହର ଘର ତ୍ରିରଙ୍ଗା' ରାଲି ଆୟୋଜନ କରାଯାଇଛି। ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ…

ଅଗ୍ନି ନିର୍ବାପକ ନୋଟିସ ଅବଧି ଶେଷ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ?

ପୁରୀ (ସନ୍ତୋଷ କୁମାର ଦାସ): ବଡଦାଣ୍ଡରେ ଥିବା କୋଠା ଗୁଡିକୁ ଦିଆଯାଇଥିବା ତିନିମାସର ଅଗ୍ନି ନିରାପତ୍ତା ନୋଟିସ ଅବଧି ପୂରଣ ହୋଇଛି। ଏବେ କଡାକଡି ଯାଞ୍ଚର ସମୟ। ତେବେ ଏହି ତିନିମାସ ଭିତରେ କିଏ କେତେ ନିୟମ ଆନୁପାଳନ କରିଛି, ଯାଞ୍ଚ ହେବ ତ ତାହା ଏବେ ବଡ ପ୍ରଶ୍ନ। ନିୟମ ଅନୁପାଳନ…

ମଧ୍ୟାହ୍ନରେ ମିଶନ କାଫେର ଉଦ୍‌ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ

ଝାରସୁଗୁଡା: ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଦ୍ୱାରା ଉଦଘାଟିତ ଏକ ମିଶନ ଶକ୍ତି କାଫେକୁ ମାତ୍ର କିଛି ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ତାଲା ପକାଇ ଦେଲେ। ଲଇକେରା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ବେହେରା କହିଛନ୍ତି ଯେ ଉଦଘାଟନ ଉତ୍ସବରେ ସେ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି।…

ସହଜ ଓ ସରଳ କରିବାକୁ ଆରଟିଓର ନୂଆ ପ୍ରକ୍ରିୟା, ପେପରଲେସ ପରେ ଫେସଲେସ

ଭୁବନେଶ୍ୱର: ଗାଡି ବିକ୍ରି କରିବା ହେଉ ଅବା ମାଲିକାନା ବଦଳାଇବା ପ୍ରକ୍ରିୟାକୁ ଅନଲାଇନ ଜରିଆରେ ଆହୁରି ସରଳ କରିବାକୁ ରାଜ୍ୟ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭିଡ ମୁକ୍ତ ଆରଟିଓ ଅଫିସ ସହ ଲୋକଙ୍କ ସମୟ ବଞ୍ଚାଇବା ଏବଂ ଦଲାଲ ମୁକ୍ତ ଦିଗରେ ଆରଟିଓ ଏବେ ପେପରଲେସରୁ ଫେସଲେସ…

୧୫ରୁ ୧୮ ଅବିଶ୍ରାନ୍ତ ବର୍ଷା ଆକଳନ, ଏବେ ବି ୧୦ଟି ଜିଲ୍ଲାରେ ଅଭାବୀ ବର୍ଷା

ଭୁବନେଶ୍ୱର: ବର୍ଷାରେ ଏଥର ଧୋଇଯିବ ସ୍ୱାଧୀନତା ଦିବସ। ଆସନ୍ତାକାଲିଠୁ ଚାରି ଦିନ ଜାରି ରହିବ ବର୍ଷା। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଉତ୍ତର ଓଡ଼ିଶା, ଛତିଶଗଡ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହାର ପ୍ରଭାବରେ…

ଜନ୍ମ ପୂର୍ବରୁ ଛୁଆ ବିକ୍ରି ପାଇଁ ଡିଲ୍ : ପୋଲିସ ହାତରେ ଧରାପଡିଲା ବାପା

ଟିଟଲାଗଡ: ମାଆ, ବାପା ନିଜ ଛୁଆର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନଖାଇ ନପିଇ କଷ୍ଟ କରନ୍ତି  । କିନ୍ତୁ ଆଜିର ସମୟରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି  । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା । କଥାଟା ହୁଏତ ଆପଣ ମାନଙ୍କୁ…