Latest Odisha News

BREAKING NEWS

ଅଗ୍ନି ନିର୍ବାପକ ନୋଟିସ ଅବଧି ଶେଷ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ?

ପୁରୀ (ସନ୍ତୋଷ କୁମାର ଦାସ): ବଡଦାଣ୍ଡରେ ଥିବା କୋଠା ଗୁଡିକୁ ଦିଆଯାଇଥିବା ତିନିମାସର ଅଗ୍ନି ନିରାପତ୍ତା ନୋଟିସ ଅବଧି ପୂରଣ ହୋଇଛି। ଏବେ କଡାକଡି ଯାଞ୍ଚର ସମୟ। ତେବେ ଏହି ତିନିମାସ ଭିତରେ କିଏ କେତେ ନିୟମ ଆନୁପାଳନ କରିଛି, ଯାଞ୍ଚ ହେବ ତ ତାହା ଏବେ ବଡ ପ୍ରଶ୍ନ। ନିୟମ ଅନୁପାଳନ ନକରିଥିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ନା ଚାପରେ ପ୍ରଶାସନ ନିରବ ରହିବ ସେ ନେଇ ପ୍ରଶ୍ନ ଉଠିଛି।

ପୁରୀ ବଡ଼ଦାଣ୍ଡର ୬୦ ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ନିକଟରେ ଏକ ପୁରୁଣା କୋଠରେ ଅଗ୍ନିକଣ୍ଡ ଘଟିବା ପରେ ମଲ, ଲଜିଂ ଓ ହୋଟେଲ ମାଲିକ ଅଗ୍ନି ନିରାପତ୍ତା ନିୟମ ଅନୁପାଳନ କରୁନଥିବା ଜଣାପଡିଥିଲା। ଏହାପରେ ରଥ ସମୟରେ ଅଗ୍ନି ନିରାପତ୍ତା ଯାଞ୍ଚ କରି ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ଏହାରି ଭିତରେ ନୋଟିସର ଅବଧି ଅର୍ଥାତ ତିନି ମାସ ପୁରିଯାଇଛି । ଏବେ କେଉଁ ଅନୁଷ୍ଠାନ କେତେ ନିୟମ ଅନୁପାଳନ କରିଛି ତାହାର ଯାଂଚ ହେବାର ସମୟ । ଜିଲ୍ଲା ଡେପୁଟି ଫାୟାର ଅଫିସରଙ୍କ କହିବା ଅନୁଯାୟୀ ବଡଦାଣ୍ଡରେ ଅନେକ ବିଲ୍ଡିଂ ରେ ବିଡିଂ ପ୍ଲାନ ଠାରୁ ଆରମ୍ଭ କରି ଅନେକ ଅନୁମତି ନାହିଁ।ବିଲ୍ଡିଂ ଷ୍ଟ୍ରକଚର ଏବଂ ବିଲ୍ଡିଂ ବିଲ୍ଡିଂ ଭିତରେ ଅନ୍ତର ନରହିବା ଯୋଗୁଁ ନିୟମ ଅନୁଯାୟୀ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପାଇବା ଏହି ସବୁ ବିଲ୍ଡିଂ ପାଇଁ କଷ୍ଟକର ହେବ। ତେଣୁ ଧନ ଜୀବନର ସୁରକ୍ଷା ପାଇଁ ଅନ୍ତତଃ ମିନିମମ ନିରାପତ୍ତା ଗ୍ରହଣ କରିବାକୁ ବିଲ୍ଡିଂ ଗୁଡିକୁ ନିର୍ଦେଶ ଦିଆଯାଇଛି । ଅନ୍ତତଃ ଏତିକି ନମାନିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ କହିଛନ୍ତି ଡେପୁଟି ଫାୟାର ଅଫିସର ନାରାୟଣ ଦାସ।

ସେପଟେ କେବଳ ବଡଦାଣ୍ଡ କାହିଁକି ସହରର ଅଧିକାଂଶ ବିଲ୍ଡିଂରେ ନିରାପତ୍ତା ପ୍ରମାଣ ପତ୍ର ଓ ମିନିମମ ନିରାପତ୍ତା ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ରହିଛି । ଗତ ମାର୍ଚ୍ଚ ୯ ତାରିଖରେ ପୁରୀ ବଡଦାଣ୍ଡ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂର ଭୟାବହ ଅଗ୍ନିକାଣ୍ଡ ପରେ ବି ଚେତିନାହାନ୍ତି ବିଲ୍ଡିଂ ମାଲିକ । ସେପଟେ କେବଳ ରଥଯାତ୍ରା ସମୟକୁ ଛାଡି ଅନ୍ୟ ସମୟରେ ଯାଞ୍ଚ ବ୍ୟବସ୍ଥା ମଧ୍ୟ ଶୁନ୍ୟ ।ବିନା ନିରାପତ୍ତା ବ୍ୟବସ୍ଥାରେ ବିଲ୍ଡିଂ ପାଇଁ ଅନୁମତି ଦେଉଛି କିଏ ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଫାୟାର ଡିପାର୍ଟମେଂଟ ତରଫରୁ ସମସ୍ତ ଯନ୍ତ୍ରପାତି ମହଜୁଦ ଥିବା କୁହାଯାଉଥିବା ବେଳେ ଆଧୁନିକ ଯନ୍ତ୍ରପାତି ପୁରୀ ଅଗ୍ନିଶମ ପାଖରେ ନାହିଁ ବୋଲି ସାଧାରଣରେ ରହିଛି ଅଭିଯୋଗ । ସେଇଭଳି ବଡ଼ ଅଗ୍ନିକାଣ୍ଡ ପରେବି ଚେତିନି ପ୍ରଶାସନ। ମାସେ କି ଦୁଇମାସରେ ବି ଥରୁଟିଏ ଅଗ୍ନି ନିରାପତ୍ତା ନେଇ ଯାଞ୍ଚ ହେଉନାହିଁ।

ଯାହାଫଳରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା ସହର ଶ୍ରୀକ୍ଷେତ୍ରରେ ଧନ ଜୀବନ ବାଜିରେ ଲାଗୁଛି । ଏବେ ବି ବଡଦାଣ୍ଡର ବିଡ଼ଲ୍ଡିଂ ସମେତ ସହରର ଅଧିକାଂଶ ବିଲ୍ଡିଂ ନିୟମ ଅନୁପାଳନ କରିବାରେ ଅସମର୍ଥ। ଏମିତିକି କୋଠାରେ ରହୁଥିବା ଅନେକ ବ୍ୟବସାୟୀକ ଅନୁଷ୍ଠାନ ର ବିମା ମଧ୍ୟ ନାହିଁ । ଯାହାର ଭୟାବହ ଫଳ ନିକଟରେ ଘଟିଥିବା ସମ୍ରାଟ ମାର୍କେଟ କମ୍ପ୍ଲକ୍ସ ଅଗ୍ନିକାଣ୍ଡରୁ ଅଙ୍ଗେ ଲିଭାଇଛନ୍ତି ବ୍ୟବସାୟୀ।

Leave A Reply

Your email address will not be published.