Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି  । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି  । ନବରଙ୍ଗପୁର ଓ ଜୟପୁର ସମେତ ୪ଟି ସ୍ଥାନରେ ଚଢାଉ…

ମହାପଞ୍ଚୁକ ବ୍ରତ: ଆଜି ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି  । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ  ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ…

ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଡିସେମ୍ବର ୧ରେ ପୁରୀ ଯିବ ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ଆଜି (ଗୁରୁବାର) ପ୍ରଦେଶ କଂଗ୍ରେସ ସଭାପତି ଶରତ…

ପାରାଦୀପ ପୋର୍ଟ ୱେଷ୍ଟର୍ଣ୍ଣ ଡକ୍ ନିମନ୍ତେ ନବୀନ ଜିନ୍ଦଲଙ୍କ ଭୂମିପୂଜନ

ପାରାଦୀପ: ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଦ୍ବାରା ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ ହାରନାଧ (ଆଇଆରଟିଏସ) ଏବଂ…

ସ୍ୱାମୀର ବିଷ ଷଡ଼ଯନ୍ତ୍ର; ଘରେ ନାଗ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା

ବ୍ରହ୍ମପୁର: ମନରେ ଘୃଣାଭାବ ଯଦି ବଢିଯାଏ, ତେବେ ଜଣେ ବ୍ୟକ୍ତି ନିଜ ଲୋକଙ୍କୁ ହତ୍ୟା କରିବାକୁ ବି ପଛାଏ ନାହିଁ। ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ୱାମୀ ରଚିଲା ଷଡ଼ଯନ୍ତ୍ର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟିଛି।…

ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୩୨୪ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପଟି ହେଉଛି ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ବାରା…

ଶୂନ୍ୟ ମୃତ୍ୟୁ ସପ୍ତାହ: ‘ଆଇନ ଅମାନ୍ୟକାରୀଙ୍କ ଉପରେ କଠୋର ହୁଅ’

ଭବାନୀପାଟଣା: ଆଜି (ଗୁରୁବାର) କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପରିବହନ ବିଭାଗରେ…

‘ଓଡ଼ିଶା ସମ୍ବାଦ’ର ଖବରକୁ ନିଜ ସାଇଟରେ କପି କରି ଛାପୁଛି ଉତ୍କଳ ମେଲ ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶାରେ ମାଳ ମାଳ ଗଣମାଧ୍ୟମ । ସାମ୍ବାଦିକ ବୋଲି ପରିଚୟ ଦେବାକୁ ଅନେକ ଆଗ୍ରହୀ। କିନ୍ତୁ ସଂସ୍ଥା ଚଳାଇବାକୁ ଯାଇ ପରର ସମ୍ବଳ ଉପରେ ଆଖି ପକାଇବା ନିହାତି ନିନ୍ଦନୀୟ। ଏହି ପରିପ୍ରେକ୍ଷୀରେ ଆମ ନଜରକୁ ଆସିଛି ଉତ୍କଳ ମେଲ (https://utkalmailtv.com/odia/) ନାମକ ଏକ ଓ୍ବେବ୍…

ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା; ଗତ ପାଞ୍ଚ ବର୍ଷ ମଧ୍ୟରେ ଯାଇଛି ୨୫ ହଜାରରୁ ଊର୍ଦ୍ଧ୍ୱ ଜୀବନ

ଭୁବନେଶ୍ୱର: ରାଜ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁର୍ଘଟଣାରେ ୧୦,୩୦୨ ଜଣ ଆହତ ହୋଇଛନ୍ତି। ଗତ ପାଞ୍ଚ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨୫,୯୩୪ ଜଣଙ୍କ ଜୀବନ ଯାଇଛି। ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ବିଧାନସଭାରେ…

ରାଜ୍ୟ ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ବିଜେଡ଼ି ସରକାର ଆଦିବାସୀ ସ୍ୱାର୍ଥ ପରିପନ୍ଥି। ଉଭୟ ବିଜେଡ଼ି ଏବଂ ବିଜେପି ଆଦିବାସୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ଲୋକ ସଂଖ୍ୟା ଅନୁପାତରେ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ସୁଯୋଗ…