Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ରାଜ୍ୟ ଜିଏସଟି ଓ ସେଣ୍ଟ୍ରାଲ ଜିଏସଟି ସକ୍ରିୟ, ସବୁଠି କୋଟି କୋଟି ଟଙ୍କାର ଠକେଇ ସୂଚନା

ଅନୁଗୋଳ: ଗତକାଲି ଯାଜପୁର ଜିଲ୍ଲାରେ ସେଣ୍ଚ୍ରାଲ ଜିଏସଟି ରେଡ୍ କରି କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଜାଣିବାକୁ ପାଇଥିଲା। ଆଉ ଆଜି ରାଜ୍ଯ ଜିଏସଟି ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନରେ ଚଢ଼ାଉ କରିଛି । ଯାଜପୁର ଓ ତାଳଚେରରେ ହଠାତ୍ ଜିଏସଟି…

ନବ ଦାସଙ୍କ ମୃତ୍ୟୁକୁ ତିନି ମାସ: ହତ୍ୟାର କାରଣ ବାବଦରେ କ୍ରାଇମବ୍ରାଞ୍ଚ ନିରବ, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତିନି ମାସ ପୂରଣ ହୋଇଛି। ଗୋଟିଏ ପଟେ ଝାରସୁଗୁଡାବାସୀ ନିଜର ପ୍ରତିନିଧି ବାଛିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଏବେ ବି ରହସ୍ୟ ଘେରରେ ରହିଛି ନବ ଦାସଙ୍କ ହତ୍ୟା ପଛର କାରଣ। ଯାହାର ତଦନ୍ତ କରୁଛି…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ବଢ଼ିଛି ସିଜରିଆନ୍! ମେ’ରୁ ହେବ ସି ସେକ୍ସନ ଅଡିଟ୍

ଭୁବନେଶ୍ୱର: ଦେଶରେ ସର୍ବାଧିକ ସିଜରିଆନ୍ ଓଡ଼ିଶାରେ ହେଉଛି। ଯାହା ଆବଶ୍ୟକତାଠୁ ଅଧିକ। ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ନିୟନ୍ତ୍ରଣ କରିବାକୁ ଯାଇ ଘରୋଇ ଡାକ୍ତରଖାନାରେ ସିଜେରିଆନ୍ ଡେଲିଭରି (ସି-ସେକ୍ସନ)ର ଅଡିଟ୍ କରିବାକୁ ନିର୍ଦ୍ଦେଶ…

ଏଲ୍ଆଇସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲ୍ଆଇସି ଅଧ୍ୟକ୍ଷ ଭାବେ ଜୁନ୍ ୨୦୨୪ ଯାଏ କାର୍ଯ୍ୟ କରିବେ । ଏହାପରେ ସେ ଜୁନ୍ ୨୦୨୫ ଯାଏ ମୁଖ୍ୟ କାର୍ଯ୍ୟନିର୍ବାହୀ…

କିସ୍‌ ବୁଲି ଦେଖିଲି, ଅନେକ କିଛି ଶିଖିଲି: ହେମନ୍ତ ସୋରେନ୍‌

ଭୁବନେଶ୍ୱର: କିସ୍‌ ବୁଲି ଦେଖିଲି ଓ ଅନେକ କିଛି ଶିଖିଲି ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି । ଶୁକ୍ରବାର କିସ୍‌ ପରିଦର୍ଶନରେ ଆସି କିସ୍‌ର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ସୋରେନ୍‌ କହିଲେ, କିସ୍‌ ଏକ ସାଧାରଣ ପ୍ରୟାସ ନୁହେଁ । ଏଥିପାଇଁ ପ୍ରତିଷ୍ଠାତା…

ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର: ହେବ କି ବାତ୍ୟା ?

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ମେ’ ୫ ତାରିଖ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଶନିବାର ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ…

ରାଜସ୍ୱ ନୀରିକ୍ଷକ ପିଅନ ହତ୍ୟା ମାମଲା: ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ

ଧର୍ମଗଡ:ଏକ ହତ୍ୟା ମାମଲାର ବିଚାର କରି ଧର୍ମଗଡ ଅତିରିକ୍ତ ଜିଲ୍ଳା ଦୌରାଜଜ୍  ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ,  ହତ୍ୟାକାରୀ ମା କୁଚିତା ଦଣ୍ଡସେନା, ପୁଅ ରାଧୁ ଦଣ୍ଡସେନା, ପିତୁ ଦଣ୍ଡସେନା ଓ ଯଦୁ ଦଣ୍ଡସେନା । ଏଥସହିତ ଏମାନଙ୍କୁ ୫୦ହଜାର ଟଙ୍କା…

ହନୁମାନ ଜୟନ୍ତୀ ହିଂସାର ଯାଞ୍ଚ କରିବ ବିଜେପି ଯାଞ୍ଚ କମିଟି; ମେ’ ୧ରେ ପହଞ୍ଚିବ ସମ୍ବଲପୁରରେ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ୪ ଜଣିଆ ସଦସ୍ୟ ସମ୍ବଲପୁର ଗସ୍ତ କରି ହନୁମାନ ଜୟନ୍ତୀରେ ହୋଇଥିବା ହିଂସାର ଅନୁଧ୍ୟାନ କରିବେ । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଗଠିତ ଏହି କେନ୍ଦ୍ରୀୟ ଅନୁଧ୍ୟାନ…

ମେ ୨ ଯାଏ କାଳବୈଶାଖୀ, ତା’ପରେ ଅସମ୍ଭାଳ ତାତି

ଭୁବନେଶ୍ୱର: ମେ ଦୁଇ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ତେବେ ଆଜି ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୩୦ ତାରିଖ ଦିନ କାଳବୈଶାଖୀର ପ୍ରଭାବ…

ଥମୁନି ହାତୀ ଉପଦ୍ରବ; ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ

ଅନୁଗୁଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଏହି ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଘଟିଛି । ସୂଚନା ଅନୁଯାୟୀ, ମୃତକ ହେଲେ ଝଟକ ବେହେରା । ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା…