Latest Odisha News

BREAKING NEWS

Browsing Category

ଓଡିଶା

Odisha

Javed Akhtar: ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ…

ସିକ୍‌ସେମ୍‌ କମ୍ପାନୀ ପକ୍ଷରୁ ଆଇଆଇଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ‘ରିସର୍ଚ୍ଚ ଓ ଇନୋଭେସନ୍ ସେଣ୍ଟର’…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି । ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର…

ରାଉରକେଲାରେ ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବାଳକ ହକି ତୃଣମୂଳ ଚାମ୍ପିଅନସିପର ୪ର୍ଥ ସଂସ୍କରଣ

ରାଉରକେଲା: ଓଡ଼ିଶା ନାଭାଲ ଟାଟା ୧୪ ବର୍ଷରୁ କମ୍ ବୟସ ବାଳକ ହକି ତୃଣମୂଳ ଚାମ୍ପିଅନସିପ-୨୦୨୫ର ଚତୁର୍ଥ ସଂସ୍କରଣ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ଏକ ଉତ୍ସାହପୂର୍ଣ୍ଣ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ନାଭାଲ ଟାଟା ହକି…

Subhadra Yojana: ‘ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ୨ଟି କିସ୍ତିର ଟଙ୍କା ମିଳିବ’

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ନୂଆ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ମହିଳା ଦିବସରେ ସୁଭଦ୍ରା ଟଙ୍କା ମିଳିବ । ଏଥିପାଇଁ ଆଜିଠୁ ଆବେଦନ କରିପାରିବେ ନୂଆ ହିତାଧିକାରୀ । ଆଜିଠୁ ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲରେ ଆବେଦନ…

ଏଣିକି ୪୪ ତହସିଲ ଅଫିସରେ ଜମି କିଣାବିକା…

ଭୁବନେଶ୍ୱର: ଜମି ପଞ୍ଜିକରଣ ସେବାକୁ ଆହୁରି ସରଳ ଓ ସୁବିଧାଜନକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ତହସିଲ କାର୍ଯ୍ୟାଳୟରେ ଜମି କ୍ରୟ ଏବଂ ବିକ୍ରୟ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଯୋଜନା ଦ୍ବାରା ଲୋକମାନେ ସହଜରେ ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ…

୨୦୨୬ରେ ବଲାଙ୍ଗିରରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ହାଫ୍ ମାରାଥନ

ଭୁବନେଶ୍ବର: ୨୦୨୬ ମସିହା ଫେବୃଆରୀ ୧ ତାରିଖରେ ବଲାଙ୍ଗିର ଠାରେ ଜାତୀୟ ସ୍ତରୀୟ ହାଫ୍ ମାରାଥନ ଦୌଡ଼ ଆୟୋଜିତ ହେବ। ଏହି ଘୋଷଣା ୩୧ ଅକ୍ଟୋବର ୨୦୨୫ ରେ ବଲାଙ୍ଗିର ସହରରେ ହୋଇଥିବା ଏକ ଉଦ୍ଘାଟନୀ ସଭାରେ କରାଯାଇଥିଲା। ସଭାରେ ଉପସ୍ଥିତ ଥିଲେ ସହାୟକ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର,…

Mahendragiri Reopen: ପୁଣି ଖୋଲିଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରି

ଗଜପତି: ବାତ୍ୟା ମୋନ୍ଥାର ପ୍ରଭାବ ସମ୍ପୂର୍ଣ୍ଣ କମିବା ପରେ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଥରେ ଖୋଲିଛି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ । ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ଼…

କାମରୁ ଫେରିବା ବେଳେ ସୋନପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଟକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ କଲେଜ କ୍ୟାମ୍ପସ ପଛରେ ଜଣେ ଯୁବତୀଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ବୀରମହାରାଜପୁର ଥାନା ଅଧୀନ ଧର୍ମଶାଳା ଅଞ୍ଚଳରେ ମହିଳା ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।…

ଉଡ଼ାଣ ପୂର୍ବରୁ ଷ୍ଟାର୍ ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି, ଝାରସୁଗୁଡା ବିମାନ ବନ୍ଦରରେ କଲା ଏମରଜନ୍ସି…

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉଡ଼ାଣ ଭରିବା ପୂର୍ବରୁ ଟଳିଲା ବଡ଼ ଦୁର୍ଘଟଣା । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯ରେ ଦେଖାଦେଇଥିଲା ଯାନ୍ତ୍ରିକ…

Pitavas Murder Case: ପୀତବାସ ହତ୍ୟା: ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା

କଟକ: ବ୍ରହ୍ମପୁର ଏସ୍‌ପି ଡାକ୍ତର ସରଭଣା ବିବେକ ଏମ୍‌ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍‌ପି।…