Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ଆରପାରିରେ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ

ବ୍ରଜରାଜନଗର: ଆଉ ନାହାନ୍ତି ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ । ଆଜି ଭୋର ପ୍ରାୟ ୪ଟା ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳେ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ତେବେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କର ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ…

ତହିସିଲଦାରଙ୍କୁ ପାଠ ପଢାଇଲେ ମନ୍ତ୍ରୀ, ମାଗିଲେ ଜବାବ

ସମ୍ବଲପୁର: ତହସିଲଦାରକୁ ପାଠ ପଢାଇଲେ ମନ୍ତ୍ରୀ । ଫାଇଲ କାହିଁକି ପେଣ୍ଡିଙ୍ଗ ପଡିଛି ସେନେଇ ଜବାବ ମାଗିଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ତହସିଲ ଅଫିସରେ । ତହସିଲ ଅଫିସକୁ ହଠାତ୍ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେଠାରେ ପହଞ୍ଚି ସରକାରୀ…

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଭୁବନେଶ୍ବର: ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଆଜି ପୁଣି ୨ଟି ଗେଟ୍ ବନ୍ଦ କରିଛନ୍ତି…

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଉଡିଲା ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ । ଖାଲି ସେତିକି ନୁହେଁ ଗତକାଲି ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଏବେ ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।…

ରେଢାଖୋଲରେ ଚାଞ୍ଚଲ୍ୟ, ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ସମ୍ବଲପୁର: ରେଢାଖୋଲରେ ଚାଞ୍ଚଲ୍ୟ । ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ…

ରଜରେ ଅଘଟଣ: ପୋଖରୀରେ ବୁଡି ୨ ନାବାଳକ ମୃତ

ସମ୍ବଲପୁର: ରଜରେ ଘଟିଲା ଅଘଟଣ । ବାପା ମାଙ୍କ କୋଳ ଖାଲି କରି ଚାଲିଗଲେ ଦୁଇ ପୁଅ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍‌ଏସିର ୯ ନମ୍ବର ୱାର୍ଡର କଳିନ୍ଦର ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ପ୍ରିୟାଂଶୁ ସେଠ ଓ ଶ୍ରୀୟାଂଶୁ ସେଠ ।…

ବସଷ୍ଟାଣ୍ଡରେ ବସ୍‌ ହେଲ୍‌ପରକୁ ଛୁରାମାଡ଼

ସମ୍ବଲପୁର: ସମ୍ବଲପୁର ବସଷ୍ଟାଣ୍ଡରେ ବସ୍‌ ହେଲ୍‌ପରକୁ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ହେଲେ ହେଲପର । ଗୁରୁତର ହେଲପରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ୩ ରୁ ୪ ଜଣ ଛୁରାମାଡ଼ କରିଥିବା ସୂଚନା ମିଳିଛି । ସେପଟେ…

ରାତି ପାହିଲେ ନିର୍ବାଚନ, କଟକ ଓ ସମ୍ବଲପୁରରେ ୧୪୪ ଧାରା ଲାଗୁ

କଟକ: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ ହେବାକୁ ଯାଉଛି। ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହେବାକୁ ଥିବା ମତଦାନ ପାଇଁ କଟକ ଓ ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ୧୪୪ ଧାରା ଲାଗୁ ହୋଇଛି।…

ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ । ଭୀମସାରର ଫାର୍ମାକୋଲୋଜି ବିଭାଗର ଏମଆରୟୁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବୁର୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।…

ସମ୍ବଲପୁରରେ ଅମିତ ଶାହାଙ୍କ ରଣହୁଙ୍କାର: ନବୀନ ବାବୁ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ତଣ୍ଟି ଚିପୁଛନ୍ତି

ସମ୍ବଲପୁର: ଆଜି ଗଙ୍ଗାଧର ମେହେରଙ୍କ ଆତ୍ମାଙ୍କୁ ଶାନ୍ତି ମିଳିଥିବ, କାରଣ ୨୫ ବର୍ଷ ପରେ ଓଡିଶାର ଭାଷା ଓ ସାହିତ୍ୟ, କଳା ଓ ସଂସ୍କୃତିର ଆଧାରରେ ସରକାର ଗଠନ ହେବାକୁ ଯାଉଛି । ଦେଶର ପଶ୍ଚିମ, ଦକ୍ଷିଣ, ଉତ୍ତର ଓ ଉତ୍ତର ପୂର୍ବ, ମଧ୍ୟ ସବୁଠି ଡବଲ ଇଞ୍ଜିନ ସରକାର ଚାଲିଛି । ଆଉ ଏବେ ଓଡିଶାରେ…