Latest Odisha News

BREAKING NEWS

Browsing Category

ପାଣିପାଗ

ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା ବାତ୍ୟା ବୁଲବୁଲ୍; ବାଂଲାଦେଶରେ ୧୮ ଲକ୍ଷ ଲୋକ ସ୍ଥାନାନ୍ତରୀତ !

ଭୁବନେଶ୍ୱର: ବାତ୍ୟା ବୁଲବୁଲର ପ୍ରକୋପ ଓଡ଼ିଶାରେ କ୍ରମଶଃ ହ୍ରାସ ପାଇ ଏହା ଏବେ ବାଂଲାଦେଶ ମୁହାଁ ହୋଇ ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି । ଓଡ଼ିଶାରୁ ବାତ୍ୟା…

ମନରୁ ଲିଭିନି ‘ଫନୀ’ର ଭୟଙ୍କର ଦୃଶ୍ୟ; ପଲିିଥିନ୍ ତଳୁ ପୁଣି ଏକ ବାତ୍ୟାର ଆତଙ୍କରେ ଆତଙ୍କିତ ପୁରୀ…

ପୁରୀ: ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାର ୧୪ଟି ଜିଲ୍ଲାରେ ଯେଉଁ ତାଣ୍ଡବଲୀଳା ରଚିଯାଇଛି ତାହାର ଚିହ୍ନ ଏବେ ମଧ୍ୟ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ଫନୀ ବାତ୍ୟା ଭୟଙ୍କର ତାଣ୍ଡବ ରଚିଥିଲା ଯେହି ଜିଲ୍ଲାଗୁଡ଼ିକ ହେଲା ଯଥାକ୍ରମେ…

ବାତ୍ୟା ବୁଲବୁଲ୍: ସନ୍ଧ୍ୟା ପରଠାରୁ ପବନର ବେଗ ବଢିପାରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲୁବୁଲ୍ ଶୁକ୍ରବାର ଭୋର୍ ୫ଟା ସମୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାପରେ ଏହା କ୍ରମେ ଓଡ଼ିଶାର ନିକଟବର୍ତ୍ତୀ ହେଉଛି । ଏବେ ଏହା ପାରାଦୀପ ଉପକୂଳଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ଭାରତୀୟ…

ଅତି ଭୟଙ୍କର ରୂପ ନେଉଛି ‘ବୁଲବୁଲ୍’, ଜାଣନ୍ତୁ କେଉଁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରୁଥିବା ବେଳେ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି । ଆଇଏମଡି ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ୍…

ବାତ୍ୟା ବୁଲବୁଲର ପ୍ରଭାବ; ସାମାନ୍ୟ ପବନ ସହିତ ବର୍ଷା ଆରମ୍ଭ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲର ପ୍ରଭାବ ଆଜି ଓଡ଼ିଶାରେ ଅନୁଭୂତ ହୋଇଛି । ଏହି ବାତ୍ୟା ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଏହାର ପ୍ରଭାବ ଅନୁଭବ କରିହେଉଛି । ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାର କେତେକ ଉପପୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହିତ…

ବାତ୍ୟା ବୁଲବୁଲ୍: ୯ ତାରିଖରେ ୯ଟି ଜିଲ୍ଲାର ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାରେ ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବାତ୍ୟା ବୁଲବୁଲର…

ଆସନ୍ତା ଦୁଇଦିନ ଏହି ୩ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଓଡ଼ିଶାର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସାମୁଦ୍ରିକ ଝଡ଼ ବୁଲବଲର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେଉଁ ୩ଟି ଜିଲ୍ଲାର ସ୍କୁଲ ଗୁଡ଼ିକୁ ୮ ଓ ୯ ତାରିଖ ଦିନ ବନ୍ଦ…

ସାମୁଦ୍ରିକ ଝଡ଼ ବୁଲବୁଲ୍ ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ସାମୁଦ୍ରିକ ଝଡ଼ ବୁଲବୁଲ୍ ଓଡ଼ିଶାରେ ଆଂଶିକ ପ୍ରଭାବ ପକାଇବ । ଏହାଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଆଇଏମଡ଼ିର ଏହି…

ଉଚ୍ଚସ୍ତରୀୟ ବୈଠକରେ ‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର…

ବାଂଲାଦେଶ ମୁହାଁଉଛି ସାମୁଦ୍ରିକ ଝଡ଼ ‘ବୁଲବୁଲ୍’; ଜାଣନ୍ତୁ, ଓଡ଼ିଶାରେ କିପରି ରହିବ ପ୍ରଭାବ…

ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାରାଦ୍ୱୀପ ବନ୍ଦରଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ସାମୁଦ୍ରିକ ଝଡ଼ ବୁଲବୁଲ୍ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ତଥା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ…