Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ଦେବୀ

ଧାରାବାହିକ ଉପନ୍ୟାସ : ଦେବୀ (୨୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୩  ବାପାଙ୍କ ସହିତ ଘରକୁ ଫେରି ନଖାଇ ଶୋଇପଡ଼ିଲା ଦେବୀ।ତାକୁ ଭୋକ ଲାଗୁନଥିଲା ଏମିତି ନୁହେଁ, ତା ଭିତରେ ମୁଣ୍ଡ ଟେକୁଥିବା ଆଉ ଏକ ଭୋକକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା। ତାକୁ ସେତେବେଳେ ଷୋହଳ ବର୍ଷ ହୋଇଥିଲା । ସେ ବୁଝୁଥିଲା…

ଧାରାବାହିକ ଉପନ୍ୟାସ : ଦେବୀ (୨୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୨   ସମୟ ଆସି ଭୋର ହେଲାଣି। ସାରା ରାତି ଉଜାଗର ହୋଇ ଦେବ ବସିଛି ମୁହାଣ ପାଖରେ। ୟା ଭିତରେ ସହସ୍ର ଲହରୀ ଆସି ମିଳେଇ ଗଲେଣି ନଈ ଛାତିରେ । ନିର୍ବାକ ତାରା କେତୋଟି ସତେ ଯେମିତି ଦେବ ସହିତ ଉଜାଗର ହୋଇ ବସିଛନ୍ତି।ତା' ଆଖି ଆଗରେ…

ଧାରାବାହିକ ଉପନ୍ୟାସ : ଦେବୀ (୨୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୧ ମାଆ...ଦେବ ଆସିଲା କି ? ବାପାଙ୍କ କରୁଣ କଣ୍ଠସ୍ୱର ଦେବୀକୁ ଉଠେଇ ଦେବା ପାଇଁ ଯଥେଷ୍ଟ ଥିଲା। ଲାଇନ କଟି ସାରା ଘର ଅନ୍ଧାରର କବଳରେ। କଳା ରଙ୍ଗର କାମିଜ ପିନ୍ଧି ଏକୁଟିଆ ବସିଛି ଲଣ୍ଠନ। ତା' ଆଲୋକରେ ଦିଶୁଥିଲା ଏକ ଫୁଲଫୁଟା…

ଧାରାବାହିକ ଉପନ୍ୟାସ : ଦେବୀ (୧୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୯ ପ୍ରାଚୀ କୂଳରେ ଏକ ଗାଆଁ,ମୁକ୍ତାପୂର। କିଏଦେଲା ଏତେ ସୁନ୍ଦର ନାଆଁ? ପିଲାଦିନରୁ ଶୁଣିଆସିଛି ଦେବ ଏଇ ଗାଆଁକୁ ନେଇ ଏକ ସୁନ୍ଦର କାହାଣୀ। ଦୀର୍ଘ ଅତୀତର କେଉଁ ଏକ ଅନ୍ଧାରୀ ଗୁମ୍ଫାରେ ରହିଛି ସେହି କାହାଣୀର ମଞ୍ଜି। ଦେବ…

ଧାରାବାହିକ ଉପନ୍ୟାସ : ଦେବୀ (୧୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୮ ସମସ୍ତ ଆଶଙ୍କାକୁ ସତ ପ୍ରମାଣିତ କରି ପଶ୍ଚିମ ଦିଗରୁ ଭାସି ଆସୁଥିଲା ବିଶାଳ ଏକ ଘନ କୃଷ୍ଣ ବାଦଲ। କିଛି ସମୟ ପରେ ତାହା ସ୍ଵତଃ କଳେବର ବୃଦ୍ଧିକରି ସାରା ଆକାଶକୁ ବ୍ୟାପିଗଲା। ଏକ ଅସହ୍ୟ ନିରବତା ସଞ୍ଚରିଗଲା ଚାରିଆଡ଼େ।…

ଧାରାବାହିକ ଉପନ୍ୟାସ : ଦେବୀ (୧୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୭ ଯେବେଠୁ ହେତୁ ପାଇଛି ସେବେଠୁ ଦେବ ଭାଇକୁ ଦେଖି ଆସୁଛି।ପତଳା ଦେହ, ହସନ୍ତ ମୁଁହ। କଥା କଥାକେ ଅନ୍ୟକୁ ହସେଇବାରେ ପାରଙ୍ଗମ । ବିନୟ ଭାଇଙ୍କ ପିଲାଦିନର ସାଙ୍ଗ।ସବୁବେଳେ ଘରକୁ ଯିବା ଆସିବା, ଖିଆପିଆ। ଏବେ ଦେବୀ ବଡ଼ ହେଲାଣି…

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…

ଧାରାବାହିକ ଉପନ୍ୟାସ : ଦେବୀ (୧୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୫  ଆଖି ଆଗରେ ଅଥଳ ସମୁଦ୍ର। ଚାରିଦିଗରେ ଅନନ୍ତ ନୀଳ ବିସ୍ତୃତି। ଖୁବ୍ ଦୂରରେ ଦିଶୁଛି ଘଞ୍ଚ ଜଙ୍ଗଲ ଘେରା ଛୋଟ ଏକ ଦ୍ଵୀପ। ଖଣ୍ଡେ ଭଙ୍ଗା ପଟାରେ ଭାସିଭାସି ଯାଉଛି ଦେବୀ । ସେ ଦ୍ଵୀପ ଯେତିକି ପାଖ ହେଉଛି ସେତିକି ଧୁଆଁଳିଆ…

ଧାରାବାହିକ ଉପନ୍ୟାସ : ଦେବୀ (୧୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୩  ଅଦୂର ସମୁଦ୍ର କୂଳରୁ ଶୁଣାଯାଉଥିଲା ମିଳନ ବ୍ୟାକୁଳ ପ୍ରାଚୀ ନଈର ଚୁପ୍ ଚୁପ୍ କଥା। ଗାଁର ଶେଷ ମୁଣ୍ଡରୁ ମୁହାଣ ଯାଏ ଯାଇଥିବା ସରୁ ରାସ୍ତାରେ ଧୀର ପାଦରେ ଚାଲୁଥାଏ ଦେବ।ହାଲକା ଶୀତକୁ ବଳ ଦେଉଥାଏ ପବନ। ଅନ୍ଧାର ଭିତରୁ ନଈ…

ଧାରାବାହିକ ଉପନ୍ୟାସ : ଦେବୀ (୧୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୨  କିଏ? କିଏ ବସିଛି ସେଠି? କାହାର କର୍କଶ କଠୋର ସ୍ୱର ଦେବକୁ ଡରେଇଦେଲା ଯେମିତି। ସେ ଚାନ୍ଦିନୀ ଉପରୁ ଉଠିପଡ଼ି ଠାକୁର ବରଗଛ ପାଖ ଅନ୍ଧାର ଭିତରେ ହଜିଗଲା। କେତେ ବର୍ଷ ପରେ ଗାଆଁ ଭିତରେ ସ୍ତୁପିଭୂତ ଅନ୍ଧାରକୁ ଅନୁଭବ…