Latest Odisha News

BREAKING NEWS

Browsing Category

କବିତା

କବିତା : ଜୀବନ ଫୁଲ

ରଞ୍ଜିତା ହୋତା କାନନେ ଫୁଟେ କୁସୁମ କଳି, ବିବିଧ ବାସ,ରଙ୍ଗେ ଝଳି, ମଉଳି ପୁଣି ଝରଇ ମାଟି ଦେହେ । ଜୀବନ ବନେ ଯେ ଫୁଲ ଫୁଟେ, ବୃନ୍ତ ତା'ର କେବେ କି ତୁଟେ ? ଦୀପ୍ତହୋଇ ଅନ୍ତରେ ସେ ଶୋହେ। ହୃଦଫଳକେ 'ପ୍ରଣୟ ଜବା', ମୁଗ୍ଧ କରେ ଲୋହିତ ଆଭା, କିମିଆଁ କରେ କୋଟି ମରମ ତଳ।…

କବିତା : କିଣି ପାରିବା କି ସୁଖ ଶରଧା

ବିନୋଦିନୀ ଦାଶ  ସମ୍ପର୍କ ଡୋରରେ ବନ୍ଧା ଏ ଜଗତ ସ୍ରଷ୍ଟାଙ୍କ ଅନନ୍ୟ ସୃଷ୍ଟି ବିଞ୍ଚି ଦେଲେ ସିନା ଅମୀୟ ପରଶ ସଭିଏଁ ପାରିବେ ତିଷ୍ଟି ଯେବେ ଥିବ ବକ୍ରଦୃଷ୍ଟି ନ ପାଇ ଜୀବନେ ସୁଖର ସମ୍ଭାର ନ ପାରିବେ କେହି ଉଠି । ନର ପଶୁପକ୍ଷୀ କୀଟ ତରୁଲତା ସକଳ ଦେହେ ଈଶ୍ବର କରିଥାନ୍ତି ବାସ…

କବିତା : ଶିଶିର ବିନ୍ଦୁ

ପ୍ରିୟମ୍ବଦା ସାମଲ ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ ସୁକୁମାରୀ ମନ ଜାଗେ ଚନ୍ଦନ ବନର ବାସନାରେ ଭିଜେ ନବ ସପନର ମଗ୍ନେ। ତାରାଫୁଲ କିଛି ଆକାଶରୁ ପରା ଝରି ପଡିଛି ଆଞ୍ଚଳେ ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ ସତେ ପ୍ରଶସ୍ତ କପାଳେ। ହେମନ୍ତ ଆକାଶେ ଚାନ୍ଦଟା ଆଜିକି…

କବିତା : ପ୍ରେମର ଆୟୁଷ

ତପସ୍ୱିନୀ ଶତପଥୀ ଚିରନ୍ତନ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ ଭରେ ଆନନ୍ଦ ମନରେ ମୃଦୁ ମଳୟର ମଳୟ ପବନେ ପୁଲ୍ଲକିତ ସ୍ପନ୍ଦନ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା…

କବିତା : ଅଜନ୍ମା

ରାମକୃଷ୍ଣ ତାର ଜନ୍ମ ନହେବା ଅଥଚ ଦେହଟିଏ ପିନ୍ଧି ଆମେ ଦେଖିପାରି ନଥିବା ସ୍ବପ୍ନ ପରି ମାଟିରେ ଛିଡ଼ାହେବା ଗୋଟେ ଅଲୌକିକ ସମ୍ଭାବନାର ଉଦୟ ନିଶ୍ଚୟ । ଯେଉଁ ଦିନ ତାକୁ ଓହ୍ଲାଇ ଦିଆଗଲା ଏ ମାଟିରେ ମୃତ୍ୟୁ ତାର ହାତ ଧରି ବୁଲାଇ ଆଣିଲା ଆମର ଚରାଭୁଇଁରେ ଯେଉଁଠି ସେ ସଜାଇ…

କବିତା : ଅପେକ୍ଷା

ପଞ୍ଚାନନ ମିଶ୍ର ଜଦୀର୍ଘ ସୁଡ଼ଙ୍ଗର ଏପଟେ ମୁଁ କିଏ ଜଣେ ଅପେକ୍ଷା କରିଥାଏ ସୁଡ଼ଙ୍ଗ ଯେଉଁଠି ଶେଷ ହୋଇଯାଏ । ସୁଡ଼ଙ୍ଗ ଭିତରେ କେବଳ ଶବ୍ଦ ପରେ ଶବ୍ଦ ଛନ୍ଦାଛନ୍ଦି ପରସ୍ତରେ ଟିକିଏ ବି ଶୂନ୍ୟସ୍ଥାନ ନଥାଏ ସେଠାରେ । ସୁଡ଼ଙ୍ଗ ଭିତରେ ବିଚ୍ଛୁରିତ ଆଲୋକର ରେଖା ଆଲୋକ କ'ଣ…

କବିତା : ଶୀତରାତି

ଈଶ୍ୱରୀ ଶୀତରାତି ଲାଗେ ବଡ଼ ନିଛାଟିଆ ସଞ୍ଜ ଗଡ଼ିଗଲା ପରେ ତୁମ ଆସିବାର ଠିକଣା ନଥାଏ ତଥାପି ଏ ମନ ଝୁରେ।। କୁଆଁରୀ କୁମୁଦ ଚାନ୍ଦ-ପ୍ରେମାମୃତ ଜୋଛନାର ପରଶରେ ପ୍ରିୟର କୋଳରେ ମଧୁ-ଆଲିଙ୍ଗନେ ପ୍ରସ୍ଫୁଟିତ ସରସୀରେ।। ଗାଆଁରୁ ସହର ଶୀତର ଚାଦର ତନୁମନେ ଭରାପ୍ରୀତି ଚଉଷଠି…

କବିତା : ନା’ଟେ କହିହୁଏନି ବୋଲି

ସଂଘମିତ୍ରା ରାଏଗୁରୁ ନା'ଟେ କହିହୁଏନି ବୋଲି ବୁହେଇନିଏ ପାଣି ଉଡେଇନିଏ ପବନ ରାସ୍ତା ରୋକିବସେ ପଥର ଫୁଲ ପାଲଟିଯାଏ କଣ୍ଟା ଉଜୁଡିଯାଏ ଅଯୋଧ୍ୟା ଯୁଗେ ଯୁଗେ ସୀତାଙ୍କୁ ଛଳୁଥାଏ ରାବଣର ଥାଳ ନା' ଟେ କହିହୁଏନି ବୋଲି ଅନ୍ଧ ହୋଇଯାଏ ମୁହୂର୍ତ୍ତ ଚଡକିଯାଏ ଆଇନାର କାଚ ସୁଖରେ…

କବିତା : ଭଲ ପାଇବାର ଋତୁ

ସୁଜାତା ମିଶ୍ର  କିଛି ଅନ୍ୟ ମନସ୍କତାର ଓଦା ଓଦା ଶିହରଣ.. ଅଳ୍ପ ମିଛି ମିଛିକା ଲାଜର ଟୋପା ଟୋପା ଆତ୍ମହରା ପଣ.. ନେଇ ଆସୁଛି ନିଃଶବ୍ଦରେ ଭଲ ପାଇବାର ଋତୁ, ପଣତ ସାରା ମେଲାଇଛି ମହ ମହ ଉଚ୍ଛ୍ୱାସ.. ପଲକରେ ଖଞ୍ଜିଚି ସ୍ବପ୍ନ ବିଭୋର ତାରା ଫୁଲ, ଫୁଲର ଫୁଲେଇ ପଣକୁ ନେଇ କୁଞ୍ଚ…

କବିତା : କିଛି କରିବାକୁ ହେବ

ସଞ୍ଜିତା ପ୍ରଧାନ  ଅତୀତର କିଛି ତିକ୍ତତାକୁ କବର ଦେବାକୁ ହେବ ନୂତନତାର ପ୍ରଲେପ ପକେଇ , କିଛି ମିଠା ମିଠା ସ୍ମୃତି ସାଉଁଟିବାକୁ ହବ ବିଗତ ଦିନର ଚିତ୍ରପଟ୍ଟରୁ , ବହୁତ କିଛି ଯୋଜନାର ଶୁଭାରମ୍ଭ କରିବାକୁ ହେବ ବର୍ତ୍ତମାନର ଘଣ୍ଟା କଣ୍ଟା ଟିକ୍ ଟିକ୍ ଶବ୍ଦରେ , ପୁରାତନକୁ…