Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାଷାର ସ୍ତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୃଦ୍ଭାଣ୍ଡରେ ସିଦ୍ଧ ତଣ୍ଡୁଳ ଗ୍ରାସୋନ୍ମୁଖ ଅତି ବ୍ୟାକୁଳ ଧନାଢ଼୍ୟ କ୍ଷୁଧାର୍ତ୍ତ ମଣିଷ କରି ଶିଖିନି ଉପବାସ ମାଟି ହାଂଡିରେ ରଂଧା ଭାତ ଖାଇବା ପାଇଁ ପାତି ହାତ ଲୋକେ ଏଠି ଅବିଚଳିତ ପାଳଂତି ବହୁ ଓଷା, ବ୍ରତ…

ଗାନ୍ଧୀବାଦୀ ଐତିହାସିକ ଅଶୋକ କୁମାର ପାଣ୍ଡେଙ୍କ ଦ୍ୱାରା ଉନ୍ମୋଚିତ ହେଲା ଚିତରଂଜନ ଦାସଙ୍କ ଅନ୍ୟ ଏକ ସକାଳ

ପୁରୀ: ଶ୍ରୀ ଆଖଣ୍ଡଳମଣି ପୀଠ ପରିସରରେ ପ୍ରଫେସର ଚିତରଂଜନ ଦାସଙ୍କ ଶତବାର୍ଷିକୀ ବକ୍ତୃତାମାଳାର ସଂଦର୍ଭ ସଙ୍କଳନ ଅନ୍ୟ ଏକ ସକାଳକୁ ବିଶିଷ୍ଟ ଗାନ୍ଧୀବାଦୀ ଐତିହାସିକ ଅଶୋକ କୁମାର ପାଣ୍ଡେଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ପ୍ରଜ୍ଞା ଚକ୍ର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ…

ଶିଖି-ଶିଖାଇବା ହିଁ ସାହିତ୍ୟ ସର୍ଜନାର ମୂଳମନ୍ତ୍ର : ସୁଜିତ୍ କୁମାର ସତପଥୀ

ଓଡ଼ିଆ ସାହିତ୍ୟର ଧାରାରେ ଅନେକ ନୂଆ ସମ୍ଭାବନାର ଖିଅ ଯୋଡ଼ିଥିବା ଏକ ଅନ୍ୟନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଜିତ କୁମାର ସତପଥି। ଗଳ୍ପ, କବିତା, ଉପନ୍ୟାସ ତଥା ପ୍ରବନ୍ଧ ଆଦି ସବୁ ବିଭାଗରେ ସେ ସିଦ୍ଧହସ୍ତ। ତାଙ୍କ ଗଳ୍ପର ଗାମ୍ଭିର୍ଯ୍ୟ, କବିତାର ମାଦକତା, ଉପନ୍ୟାସର ଗତିଶୀଳତା ଏବଂ ଅନାଲୋଚିତ…

ଅନୁବାଦ ଗଳ୍ପ : ଡେରା ବାବା ନାନକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୭ ମୂଳ ଉର୍ଦ୍ଦୁ : ଯୋଗୀନ୍ଦର ପାଲ୍‌ ଯେତେବେଳେ ଶରୀରକୁ କିଛି ଗୋଟିଏ ବାଧା ପହଞ୍ଚେ, ତାହା ଆତ୍ମାକୁ ବି ଛୁଇଁଥାଏ । ଜୀବନସାରା ସେ ସ୍ମୃତି ଅପାସୋରା ରହିଯାଏ । ସେଇଥିପାଇଁ ପ୍ରାୟ ପଚାଶ ବର୍ଷ ବିତି ସାରିଥିଲେ ସୁଦ୍ଧା ବାରମ୍ବାର…

କବିତା : ଆକାଶ-ପୁରୁଷ

ସଞ୍ଜୟ କୁମାର ସାହୁ ମୋତେ ଏକା ପରି ଦିଶନ୍ତି ଆକାଶ ଆଉ ପୁରୁଷ !! ସମୁଦ୍ରରେ ପାଦ ଥାଇ ଦୁହିଁଙ୍କ ଆଁ ଭିତରେ ଯେମିତି ଅୟୁତ ଯୁଗର ଶୋଷ !! ପିଲାଙ୍କ ଚିତ୍ରଖାତା ପରି ବହୁବର୍ଣ୍ଣା ଚିତ୍ରିତ ଆକାଶ ତା' ହସରେ ଜହ୍ନରାତି ତା' ଲୁହରେ ମେଘରାତି ତା' କୋହରେ ଖରାତାତି ତା'…

ଭାଷା ଭାଗବତ : ଲେଖାଲେଖି କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାକୁ ଭଲ ଲାଗେ କ'ଣ କରେଁନାହିଁ ମୁଁ ଅନୁମାନ ଯାହା ଭାବେ ମୋ ଚିତ୍ତ, ମନ ତାହା ହିଁ କରିଛିଁ ଲିଖନ ହେଉ କି ନ ହେଉ ସାହିତ୍ୟ ହୁଏନି ଯେଣୁ ମୁଁ ଚିଂତିତ ନିଜର ଭାବନା ସହିତ ସର୍ବଦା ରହୁଛିଁ ଜଡ଼ିତ ନିଜର ଭାବକୁ…

କୁଳାଙ୍ଗାର ଉବାଚ : ସବୁଦିନ ଛୁଟି ହେଉ !

ବହୁ ଜିନିଷ ତ ମିଳିଲାଣି ମାଗଣାରେ, କାହିଁକି ପଢିବା ଓ ଖଟିବା ବେକାରରେ! ସୋମବାର ଅଟେ ବଡ ପବିତ୍ର ବାର, ଏହିଦିନ ବ୍ରତ ରଖିଲେ ହର ଦିଅନ୍ତି ବର! ମଙ୍ଗଳବାର ମାଆ ମଙ୍ଗଳାଙ୍କର ଦିନ, ପୂଜିଲେ କୃପା କରି ଦିଅନ୍ତି ଧନ ଜନ! ଲାଭ ମିଳେ ବୁଧବାରେ ବୁଧେଇ ଓଷା କଲେ, ମାଆ ତାହା…

ଜ୍ଞାନୀ ଦେବାଶିଷ ମିଶ୍ର ଏବଂ ସତ୍ୟଜିତ ଦାସ ପାଇବେ ‘ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାର ବିକାଶ ପାଇଁ କାର୍ଯ୍ୟ କରୁଥିବା ତାଳପଦେଶ୍ୱରୀ ସାହିତ୍ୟ ଆସରର ରଜତ ଜୟନ୍ତୀର ଉଦଯାପନ ଉତ୍ସବ ସେପ୍ଟେମ୍ବର ମାସ ୧୦ ଓ ୧୧ ରେ ଆୟୋଜିତ ହେବ ବୋଲି ଆସରର ସଦସ୍ୟ ଏବଂ ଅଭ୍ୟର୍ଥନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ରେଭେନ୍ସା…

କବିତା : ବଦଳା ବ୍ୟକ୍ତିତ୍ୱ

ମାନସ ରଞ୍ଜନ ନାୟକ ବ୍ଯକ୍ତ ଅବ୍ଯକ୍ତର ଅସ୍ପଷ୍ଟ ଦିଗନ୍ତେ ଚକଚକ୍ ବ୍ଯକ୍ତିତ୍ବର ଧ୍ରୁବତାରା ସବୁ ଛଳନାର ଆବରଣ ତଳେ ସୁପ୍ତ ଅମାୟିକ ଚେତନାର ଧାରା ବିବର୍ତ୍ତନ ଡିଣ୍ଡିମେ ନୀରବଛିନ୍ନ ବଦଳେ ଭବ୍ୟ ସଭ୍ଯତାର ଅସ୍ତିତ୍ଵ ପାର୍ଥିବ ସଂସାରେ ସ୍ବାର୍ଥ ଶାସନରେ କ୍ଷଣିକେ ବଦଳେ କୃତ୍ରିମ…

ଭାଷା ଭାଗବତ : ଦୁଇମୁଖୀ ବିଚାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନା କି ହଁ କଲେ ଉଚ୍ଚାରଣ ବିରୋଧ ଅବା ସମର୍ଥନ ରୂପେ ତା ହୋଇଥାଏ ଗଣ୍ୟ ତେଣୁ ମୁଁ ରହିଥାଏଁ ମୌନ ଜଳ ସ୍ଥଳ ଓ ଦିନ ରାତି ଜନ୍ମ ମୃତ୍ୟୁ ଓ ଘୃଣା ପ୍ରୀତି ପାପ ପୁଣ୍ୟ ଓ ଦଂଭ ଭୀତି ଦ୍ବିରୂପୀ ଚିଂତା କରେ କ୍ଷତି…