Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ରେଳଯାତ୍ରା…. ଜାଣିବା କଥା!

ବନ୍ଧୁଗଣ! ଜାଣି ଖୁସିହେବେ କି ମୁଁ ଏବେ ବି ସେମିତି ଦରିଦ୍ର ଅଛି; ତେଣୁ ଦୂରସ୍ଥାନକୁ ବ୍ୟୋମଯାନରେ ନଯାଇ ଭାରତୀୟ ରେଳରେ ଯାତ୍ରା କରୁଛି! ସତକଥା ହେଲା ଧାରଣା ଉପରେ ଧାବମାନ ରେଳର ଗୋଟେ ବାସ୍ନା ଅଲଗା; ବାରମ୍ବାର ବ୍ୟବହାର କରିକରି ରେଳ ନିଶାଗ୍ରସ୍ତ ପାଲଟିଚି ଏ ଅଭାଗା ।…

କବିତା : ଆସ୍ଥା ଟୋପାଏ ଆଲୋକର

ସୁଜାତା ମିଶ୍ର ରାତିର ଆଖିରୁ ଲୁହ ଝରି ଯାଉଛି ରଜନୀଗନ୍ଧାର ପଣତରେ.., ମୌସୁମୀର ବୁକୁ ସାରା ହାହାକାରର ଜଳ କଣା, ଅବ୍ୟକ୍ତ ଦୁଃଖମାନେ ଝୁଲୁଛନ୍ତି କଦମ୍ବ ଫୁଲର ବାସ୍ନାରେ.. ସମୟର ପାଦ ଚିହ୍ନ ଭିତରୁ କିଏ ଉଠାଇ ନେଉଛି ନିଖୋଜ ମଣିଷର ଛାଇ...., ଅଣସର ଘରେ କୁହାଟ ମାରୁଛି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଏପଟେ ସୂର୍ପଣଖା ପଡ଼ିଗଲେ ବିଦ୍ୟୁତ୍ ଜିହ୍ଵାଙ୍କ ପ୍ରେମରେ। ଏହାର ଲାଭ ଉଠାଇ ବିଦ୍ୟୁତୄ ଜିହ୍ଵା କୂଟନୀତି ପ୍ରୟୋଗ କରି ସୂର୍ପଣଖା ସହ ବିବାହ କରିନେଲେ। ରାକ୍ଷସ ଓ ଦାନବ ଚିରକାଳ ପରସ୍ପରର ଶତ୍ରୁ। ତେଣୁ ବିଦ୍ୟୁତ୍ ଜିହ୍ଵା…

ଭାଷା ଭାଗବତ : ପ୍ରସଂଗ ଆଲୋଚନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୧ ପ୍ରସଂଗ ହେଲେ ଆଲୋଚିତ ଭାଷାଟେ ହୁଏନି ଉନ୍ନତ ସମସ୍ୟା କଲେ ଉତ୍‌ଥାପନ ଆପେ ମିଳେନି ସମାଧାନ ଆମର ଆଲୋଚକଗଣ ଅନେକ ପ୍ରବଂଧ ଲିଖନ କରଂତି ସିନା ଘନଘନ କିଛି ତ ଦିଶେନି ନୂତନ! ପୁନର୍ଲିଖନକାରୀଗଣ କରିଲେ ଚର୍ବିତ ଚର୍ବଣ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଆମ କୁଳର କଳଙ୍କ ବିଭୀଷଣ କାକା, ରାମର ଆଶ୍ରୟ ନେଇଛନ୍ତି। ଗୁପ୍ତଚର କହିଲା, ରାମ କୁଆଡେ ତାଙ୍କୁ ଲଙ୍କାର ରାଜା କରିବେ ବୋଲି ବଚନ ଦେଇଛି । ହା.. ହା.. ନିଜେ ତ ଭିକାରୀ , ସେ ପୁଣି କରିବ ଆଉ କାହାକୁ ରାଜା !! " " ସୁଗ୍ରୀବଙ୍କୁ…

କବିତା : ରଥାରୁଢ ମହାପ୍ରଭୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ରଥାରୁଢ ହେବୁ କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ନେଇ, ଗୁଣ୍ଡିଚା ମାଉସୀ ଅତି ସରାଗରେ ବସିଅଛି ବାଟ ଚାହିଁ । ସ୍ବନେତ୍ରରେ ତୋତେ ନନ୍ଦିଘୋଷେ ଦେଖି ହୋଇବେ ଭକ୍ତ ବିଭୋର, ଶରଧା ବାଲିକୁ ମୁଣ୍ଡରେ ଲଗେଇ ପାଇବେ ଖୁସି ଅପାର । କରୋନା ଭୟରେ ଗତ ଦୁଇବର୍ଷ…

ଭାଷା ଭାଗବତ : ପୁନର୍ବିଶ୍ଳେଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୦ ସ୍ତାବକ ମିଠା ମିଛ କହି ପାରେ ନେତାଂକ ମନ ମୋହି ତହିଁରୁ ମିଳେ ଅନୁଗ୍ରହ ଥାଉ ବା ନ ଥାଉ ଆଗ୍ରହ କ୍ଷମତାଖୋର୍‌ ହେଲେ ଲୋକ ମନରେ ଯଶ ଖ୍ୟାତି ଭୋକ କ୍ରମଶଃ ହୁଏ ଅସଂଭାଳ ଅଂତତଃ ମିଳେ ମିଠାଫଳ ରାଜନୀତିର ଏହି ପ୍ରଥା…

ଅନୁବାଦ କବିତା : ନିର୍ବାସିତା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ନିର୍ବାସିତା, ନିର୍ବାସିତା ମୁଁ ତୁମକୁ ଡାକିଚାଲେ ବାରମ୍ବାର ସହରର ଘୁମନ୍ତ ରାତିରେ କେହି ହେଲେ ନାହିଁ ଉଜାଗର ରାତ୍ରି ବି ତ ଅଚେତନ ନିଦର ନିଶାରେ ମୋହାଛନ୍ନ ଅନିଦ୍ରାରେ ଚଷମାରେ ଆଖି ଢାଙ୍କି ମୁଁ ଖାଲି ଡାକି ଚାଲେ ନିର୍ବାସିତା,…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାବଣର ଜିଦ୍ ସମ୍ମୁଖରେ ଅବଳା ନାରୀର ପ୍ରାର୍ଥନା ବ୍ୟର୍ଥ ଗଲା। ମୟ ଦାନବ ମନ୍ଦୋଦରୀଙ୍କର ପିତା। ନିପୁଣ ରାଜଶିଳ୍ପୀ ସେ। ରାବଣର ଅନୁରୋଧରେ ପୁନଶ୍ଚ ସେ ସ୍ୱର୍ଣ୍ଣ ଲଙ୍କାର ନିର୍ମାଣ କରିଦେଲେ। ଏକପ୍ରକାର ଉତ୍ତେଜନା ଲାଗି ରହିଥିଲା…

ଭାଷା ଭାଗବତ : ସ୍ବାନୁଭୂତିରୁ ଭାଷାଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୯  ସ୍ବାନୁଭୂତିରୁ ଜ୍ଞାନ ପାଇ ସୁଖେ ସଂସାରେ ରହିଥାଇ ଅର୍ଜିବା ଅଂତରଂଗ ଶାଂତି ଏହା ହିଁ ଜୀବନ ସଂସ୍କୃତି ମନକୁ କଲେ ଯୁଦ୍ଧକ୍ଷେତ୍ର ଫିଟିବନାହିଁ ଜ୍ଞାନନେତ୍ର ଆମର ନିଷ୍କାମ ସାଧନା କରିବା କଟକଣା ବିନା ମନର ସ୍ପଷ୍ଟ କଥା…