Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସାହିତ୍ୟର ହିତ, ସାହିତ୍ୟ-ରହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୪ ପରସ୍ପରକୁ କରି ପ୍ରୀତ ହୁଏନି ସାହିତ୍ୟର ହିତ ଭାଷା ବି ହୁଏନି ଆଦୃତ ଏହା କି ନୁହେ ଶୁଦ୍ଧ ସତ ? ଏ ସତ୍ୟ କଲେ ଅସ୍ବୀକାର କେବେ ହେବନି ଉପକାର ଜୁହାର ଆଉ ନମସ୍କାର କାନ ଶୁଣଇ ବାରଂବାର ସ୍ବଜନ-ତୋଷଣ ପ୍ରବୃତ୍ତି କରଇ…

ସ୍ୱଳ୍ପ ଗଳ୍ପ : ଜଣେ ଲେଖକର ଇଚ୍ଛାପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୬ ଜଣେ ଇଂରେଜୀ ଔପନ୍ୟାସ ହିସାବରେ ସେ ଖୁବ୍ ଚର୍ଚ୍ଚିତ । ବିଶେଷତଃ ତାଙ୍କର ରଚିତ କିଶୋର ଉପନ୍ୟାସଗୁଡିକର ବିଶ୍ୱବ୍ୟାପୀ ଚାହିଦା ଆଜି ବି ରହିଛି । ସେ ହେଉଛନ୍ତି "ଟ୍ରେଜର୍ ଆଇଲାଣ୍ଡ","ଡକ୍ଟର ଜେକିଲ୍ ଆଣ୍ଡ ମିଃ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବିଷ୍ଣୁଭକ୍ତମାନଙ୍କୁ ଇନ୍ଦ୍ରଜିତ ମୁକ୍ତ କରିଥିବାର ସମ୍ବାଦଟିକୁ ରାବଣ ସହଜରେ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କର ଯେଉଁମାନେ ଶତ୍ରୁ ସେମାନଙ୍କ ପ୍ରତି ଇନ୍ଦ୍ରଜିତଙ୍କର ଏପରି ଉଦାର ମନୋଭାବର କାରଣ ଜାଣିବା ପାଇଁ ଲଂକାଧିପତି ସ୍ଵୟଂ…

ସନେଟ୍ : ମାଆ

ବିଦ୍ୟାଧର ପଣ୍ଡା ମାଆ ଏକ ଚଞ୍ଚଳ ଚିରସ୍ରୋତା ଝରଣା ମମତାବୋଳା ରାଗିଣୀର ଅପୂର୍ବ ମୂର୍ଚ୍ଛନା ମାଆ ଅନାବିଳ ଶ୍ରଦ୍ଧାର ମଧୁର ସମ୍ବୋଧନ ମା'ଡାକରେ କେତେ ସ୍ନେହ ଆଉ ସମ୍ମୋହନ। ମାଆ ଏକ ଶୀର୍ଣ୍ଣକାୟା ନଦୀର ନମ୍ର ଧାର କାହାକୁ ନ ଚାହିଁ ଆଗକୁ ବଢେ ନିରନ୍ତର। ମାଆ ଏକ ପାଞ୍ଜି ଯା'ର…

ଭାଷା ଭାଗବତ : ପରିବର୍ତନ ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୩ ବର୍ଣ ବିକଳ୍ପ ରୂପେ ବର୍ଣ୍ଣ କରିଲେ ଅଯଥା ଲିଖନ ସଂଭବ ନୁହେ ଉଚ୍ଚାରଣ ତେଣୁ ହିଁ କରିବା ବର୍ଜନ ସେପରି ର୍କ ର୍ଚ ର୍ଛ ର୍ତ ର୍ଦ ର୍ଧ ଅଥବା ର୍କ୍କ ର୍ଚ୍ଚ ର୍ଚ୍ଛ ର୍ତ୍ତ ର୍ଦ୍ଦ ର୍ଦ୍ଧ ଉଭୟ ରୂପ ସର୍ବଶୁଦ୍ଧ କିଂତୁ ସରଳ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କୁବେର କୈଳାଶ ପର୍ବତରେ ଅଳକାପୁରୀ ନିର୍ମାଣ କରି ସେଠାରେ ରହିଗଲେ । ପିତା ଆଉ କ'ଣ କହିବେ? ସେ ନିରବ ରହିଲେ। ଏହାପରେ ରାବଣ ଅଳକାପୁରୀକୁ ମଧ୍ୟ ଆକ୍ରମଣ କରିଥିଲେ । " " ଅନେକ ବିଳମ୍ବ ହେଲାଣି ଆଜି। ମୋତେ ବର୍ତ୍ତମାନ ଫେରି…

ଭାଷା ଭାଗବତ : ଭାଷାର ପ୍ରକୃତ ରକ୍ଷକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୨  ଭିତରେ ଥାଏ ଜ୍ଞାନ, ବଳ ବାହାର କଲେ ମିଳେ ଫଳ ହୋଇଲେ ଅତି ସାବଧାନ ଅଟକିରହେ କାର୍ଯମାନ ପ୍ରଥମେ ଯାଉଁ କାମ କରି ତା'ପରେ ପାରିବା ସୁଧାରି ମନରେ ଧରିଥିଲେ ଦ୍ବିଧା କାମରେ ଉପୁଜାଏ ବାଧା ଅତିଶୁଦ୍ଧତା ଲୋଡ଼ୁଥିଲେ ପଡ଼ିବା…

ମାନବିକ ମୂଲ୍ୟବୋଧ ପ୍ରତି ସମ୍ବେଦନଶୀଳ ଭାବନା ଓ ଆନ୍ତରିକତା ହିଁ ସାହିତ୍ୟ : ଲଳିତ ମୋହନ ମିଶ୍ର

ଓଡ଼ିଆ ସାହିତ୍ୟ ଜଗତରେ ଲଳିତ ମୋହନ ମିଶ୍ର ଏକ ସଶ୍ରଦ୍ଧ ଉଚ୍ଚାରଣ। ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୯  ମୂଳ ହିନ୍ଦୀ: ସ୍ୱୟମ୍ ପ୍ରକାଶ ଆପଣମାନେ କୁର୍ବାନ ଭାଇ ନାଁ ଶୁଣିଛନ୍ତି? ଆମ ଏଇ ଛୋଟିଆ ଟାଉନରେ ସେ ହେଲେ ଜଣେ ଅତି ପରିଚିତ ଓ ସମ୍ମାନାସ୍ପଦ ଲୋକ । ଆମ ଟାଉନର କେନ୍ଦ୍ରସ୍ଥଳ ହେଲା ଆଜାଦ ଚୌକ, ଆଉ ସେଇଠି କୁର୍ବାନ ଭାଇଙ୍କର…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’   ସରମା କହିଲେ, " ଶିଶୁ କାଳରୁ କୁବେର ଧାର୍ମିକ ସ୍ୱଭାବର। ତପ ସାଧନା ନିମିତ୍ତ ପିତାମାତାଙ୍କ ନିକଟରୁ ଅନୁମତି ନେଇ ଗୃହତ୍ୟାଗୀ ହୋଇଥିଲେ। ଅନେକ ବର୍ଷର ଏକନିଷ୍ଠ କଠୋର ସାଧନା ବଳରେ ପ୍ରଜାପତି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି…