Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ଖରା ଖୋଳତାଡ଼

ଯଦିଓ ଅଧିକାଂଶ ମଣିଷ କଥା କଥାରେ ଗରମ ହୁଅନ୍ତି; ଏ ଦିନେ ଅଧିକ ଗରମ ବୋଲି ବିଚରା ଖରାକୁ ଦୋଷ ଦିଅନ୍ତି! ସବୁ ତ ଗରମାଗରମ ଚାହୁଁଚେ ଆମେ ଖାଉ ପିଉ ଶୋଉ; ସେଥି ପାଇଁ ଖରା ବୋଧେ କହୁଥିବ ମଣିଷ ନିଜେ ବି ଗରମ ହେଉ! ଶୀତରେ ବି ଆମ ନାୟିକାଙ୍କ ଖୋଲା ଦିହକୁ ଯଦି ଖରା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୯)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୯  ଆଜି କି’ ବେଳା! ଏତେ ପାଖରେ ଥାଇ ବି, ଏ କଥା କେହିହେଲେ କେବେ ଦିନେ କୁହାକୁହି ହେଇନାହାଁନ୍ତି । ଆଜି ଯାଏ ଜାଣି ନାହାଁନ୍ତି । ଏବେ ଦୁହେଁ ପରସ୍ପର ପାଖରେ ଅଧିକ ନିଜର ଲାଗିଲେ । ସ୍ୱାଭାବିକ । ନିଜ ସାଇଡ଼ର ଲୋକ ବୋଲି…

ତିନି ଶହ ରାମାୟଣ (୪)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ, ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାୟୀ …

ଭାଷା ଭାଗବତ : ମନଲୋଭା ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୬ ସ୍ବଭାଷା କହି ଶିଖି ଶିଶୁ ବିଦ୍ୟାଳୟରେ ପଶୁ ପଶୁ ଶୁଣେ ଓ ଲେଖେ ଭିନ୍ନ ଭାଷା ଏହା ହିଁ ଅସଲ ଦୁର୍ଦଶା ପରିବାରରୁ ଶିଖା ଭାଷା କହିଲେ ହୁଏ ଲୋକହସା ତହିଁରୁ ତୁଟିଲେ ଭରସା ଉଭେଇଯାଏ ସବୁ ଆଶା ଅହିତକର ପରଂପରା ଚଳୁଛି ଏବେ…

ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଅଚ୍ୟୁତାନନ୍ଦ ପତି ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ଭୁବନେଶ୍ୱର : ବର୍ଷିଆନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତି ଚଳିତ ବର୍ଷ ପାଇଁ ସମ୍ମାନଜନକ 'ତପସ୍ୟା ଶାଶ୍ୱତ ପୁରସ୍କାର' ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।  ତାଙ୍କ ସହିତ ରଞ୍ଜନ ପ୍ରଧାନଙ୍କୁ 'ତପସ୍ୟା ସୃଜନ ପୁରସ୍କାର' ଏବଂ ପରମବୀର ଚକ୍ରଙ୍କୁ  'ତପସ୍ୟା ସମ୍ଭାବନା ପୁରସ୍କାର' ପ୍ରଦାନ…

କବିତା : କବି ପ୍ରସନ୍ନ କୁମାର ମିଶ୍ରଙ୍କ ଉନ୍ମୋଚିତ ତୈଳଚିତ୍ର

ଆଶିଷ ମହାପାତ୍ର ରେଳ ଷ୍ଟେସନରୁ ବାହାରିଲି ତ ପିଠିରେ ଲଦାଥିଲା ମାର୍ଚ୍ଚର ଖରା ଭିତରୁ ବାଜୁଥିଲା ମଧ୍ୟାନ୍ତର ଭୋକର ବିଗୁଲ୍ କଲେଜ ଛକରେ ଆସିଲା ମନୋଜର ଫୋନ୍ । ଅଣଓଡ଼ିଆ ଇଂଜିନିୟରିଂ ଛାତ୍ର ସେ ଏକାକୀ ରହେ ଉପର ମହଲାରେ ହିନ୍ଦୀରେ କହୁଥିଲା ଅଙ୍କଲ୍ ଚାଳିଶ ଥର ଓ୍ବାସରୁମ୍…

ଭାଷା ଭାଗବତ : ଭାଷା ବିଲୋପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୫ ନିରବ ଲୋକ ହିଁ କୃପଣ କରେନି ଚିଂତା ଉଚ୍ଚାରଣ ଧାରଣା ବିଚାର ଲିଖନ ମନକୁ ଦିଏନାହିଁ ମାନ ସବୁ ଚିଂତା ଭାବନା ସଂଚି ରହେ ସେ ସଂସାରରେ ବଂଚି କରେନି କିଛି ବି ପ୍ରକାଶ କରେ ଅଜ୍ଞାତେ ଭାଷା ନାଶ ଆଂକେ ସେ ନିଜର ପରିଧି ରହେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୮)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୮ ଏତେ ବାଟ ଡ଼୍ରାଇଭିଂ ପରେ ମଧ୍ୟ କୁମାର ମୁହଁରେ ଟିକେ ହେଲେ କ୍ଲାନ୍ତିର ଚିହ୍ନ ବର୍ଣ୍ଣ ନାହିଁ । ଯିବାକୁ ହେବ ଆହୁରି ଅନେକ ଦୂର । ସନ୍ଧ୍ୟା ନଇଁ ଆସୁଥାଏ । ପଶ୍ଚିମ ଆକାଶର ମଥାରେ ସୂର୍ଯ୍ୟ ଲାଲ୍‌ ସିନ୍ଦୂର…

ଭାଷା ଭାଗବତ : ନିର୍ଦିଷ୍ଟାର୍ଥକ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୪  ବିଜ୍ଞାନ, ବିଚାର, ଶାସନ କ୍ଷେତ୍ରରେ ଲୋଡ଼ା ଶବ୍ଦମାନ ନିର୍ଦିଷ୍ଟାର୍ଥକ ଆଉ ସ୍ପଷ୍ଟ ଭାବରେ ହୁଅଂତି ପ୍ରକଟ ରହିଲେ ଯତ୍‌ସାମାନ୍ୟ ତ୍ରୁଟି ଜ୍ଞାନ ଶୃଂଖଳା ଯାଏ ତୁଟି ଆବେଗ ବିରହିତ ଭାଷା ପ୍ରଯୁକ୍ତ ହେଲେ ବଢ଼େ ଆଶା…

ଅନୁବାଦ କବିତା : ଚିଲ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ରାସ୍ତାରେ ଯାଉ ଯାଉ ହଠାତ ଦେଖିଲି ଫୁଟପାଥରେ ଏକ ମରି ପଡ଼ିଥିବା ଚିଲ। ଚମକି ପଡ଼ିଲି ତାର କରୁଣ ଓ ବିଭତ୍ସ ଚେହେରା ଦେଖି ଅନେକ ଉଚ୍ଚରୁ ସେ ଏଇ ଧରାକୁ ଦେଖିଛି ଲୁଣ୍ଠନର ଏକ ଅବାଧ୍ୟ ଉପନିବେଶ ରୂପେ, ତା'ର ଲୋଲୁପ ଦୃଷ୍ଟିରେ…