Latest Odisha News

BREAKING NEWS

ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଅଚ୍ୟୁତାନନ୍ଦ ପତି ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ତପସ୍ୟା ଫାଉଣ୍ଡେସନର ସାହିତ୍ୟ ପୁରସ୍କାର ଘୋଷଣା

ଭୁବନେଶ୍ୱର : ବର୍ଷିଆନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତି ଚଳିତ ବର୍ଷ ପାଇଁ ସମ୍ମାନଜନକ ‘ତପସ୍ୟା ଶାଶ୍ୱତ ପୁରସ୍କାର’ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।  ତାଙ୍କ ସହିତ ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ପରମବୀର ଚକ୍ରଙ୍କୁ  ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯିବ ବୋଲି ତପସ୍ୟା ଫାଉଣ୍ଡେସନର ଟ୍ରଷ୍ଟି ଜୁଲି ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ଶ୍ରୀଯୁକ୍ତ ପତିଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ,  ଶ୍ରୀ ପ୍ରଧାନଙ୍କୁ ତାଙ୍କ ପୁସ୍ତକ ‘ଗୋନାସିକା ନନ୍ଦିନୀ ବୈତରଣୀ’ ଓ ‘ବୁଢ଼ାବଳଙ୍ଗର ମାଝୀ’ ପୁସ୍ତକ ପାଇଁ ମନୋନୀତ କରାଯାଇଥିବା ବେଳେ ଶ୍ରୀ ଚକ୍ରଙ୍କୁ ୩୦ ବର୍ଷରୁ କମ୍ ବୟସ ବର୍ଗରେ ପୁରସ୍କୃତ କରାଯିବ । ତିନି ସାହିତ୍ୟିକଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା (ମୋଟ୍ ୧ ଲକ୍ଷ ଟଙ୍କା), ମାନ ଫଳକ ଏବଂ ଉତ୍ତରୀୟ ପ୍ରଦାନ କରାଯିବ । କୋଭିଡ୍ କଟକଣା ପରିପ୍ରେକ୍ଷୀରେ ପୁରସ୍କାର ଘୋଷଣା ବିଳମ୍ବିତ ହୋଇଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ଆୟୋଜିତ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମରେ, ସାହିତ୍ୟ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ ବୋଲି ତପସ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ତପନ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.