Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୀମସାରରେ ନବଜାତକ ଚୋରି ଘଟଣା, ସୂଚନା ଦେଲେ ମିଳିବ ୫ ହଜାର

ବୁର୍ଲା: ବୁର୍ଲା ଭୀମସାରରୁ ଚୋରି ହୋଇଥିବା ଶିଶୁ ବିଷୟରେ ସୂଚନା ପାଇବା ଲାଗି ସମ୍ବଲପୁର ପୋଲିସ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି। ମଙ୍ଗଳବାର ଦିନ ଭୀମସାରରେ ଏକ ନବଜାତ ଶିଶୁକୁ ଚୋରି ଘଟଣାରେ ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ଚାରୋଟି ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ…

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ

ଭୁବନେଶ୍ୱର: ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି l ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି l କାଲି ଠାରୁ ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ l…

ଚଢାଉ ବେଳେ ଇଡି ଉପରେ ଆକ୍ରମଣ, ଅଧିକାରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଢାଉ କରିବା ସମୟରେ ଇଡି ଉପରକୁ ଆକ୍ରମଣ । ଦିଲ୍ଲୀର ବିଜୱାସନ ଅଞ୍ଚଳରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଇଡିର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଆହତ ହୋଇଛନ୍ତି । ସାଇବର କ୍ରାଇମ ନେଇ ଇଡି ଚଢାଉ କରିଥିବା ବେଳେ ୫ ଜଣ ଦୁର୍ବୃତ୍ତ…

ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଆସିଛି ପିଏମ ମୋଦିଙ୍କୁ ହତ୍ୟା କରାଯିବାର ଧମକପୂର୍ଣ୍ଣ କଲ୍। ଏନେଇ ଚାଲିଛି ଷଡଯନ୍ତ୍ର। ସୂଚନାନୁସାରେ, ଗତକାଲି ରାତି ୯ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଏହି କଲ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର…

ଏଣିକି ହ୍ୱାଟ୍ସଆପ୍‌, ଜିମେଲ୍‌ରେ ତଥ୍ୟ ଦିଆନିଆ କରିପାରିବେନି ସରକାରୀ କର୍ମଚାରୀ

ଶ୍ରୀନଗର: ସରକାରୀ ଡକ୍ୟୁମେଣ୍ଟ ପଠାଇବା ପାଇଁ ହ୍ୱାଟସ୍ ଆପ୍ ଏବଂ ଜିମେଲ୍ ପରି ତୃତୀୟ-ପକ୍ଷ ପ୍ଲାଟଫର୍ମ ବ୍ୟବହାର କରିବାକୁ ଜମ୍ମୁ-କାଶ୍ମୀର ସରକାରଙ୍କ ନା। ଜାମ୍ମୁ-କାଶ୍ମୀରର ସରକାରୀ କର୍ମଚାରୀ ହ୍ବାଟ୍ସଆପ୍‌, ଜିମେଲ୍‌ ଜରିଆରେ ସରକାରୀ ତଥ୍ୟ ଆଦାନପ୍ରଦାନ କରିପାରିବେ ନାହିଁ।…

ସଂସଦରେ କମ୍ପିବେ ଗାନ୍ଧୀ ପରିବାର: ମା’, ଭାଇଙ୍କ ପରେ ଏବେ ପ୍ରିୟଙ୍କା..

ନୂଆଦିଲ୍ଲୀ: ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରିୟଙ୍କା ଭଦ୍ରା ଗାନ୍ଧୀ । କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳର ଓ୍ବାୟନାଡ ଆସନରୁ ନବନିର୍ବାଚିତ ସାଂସଦ ପ୍ରିୟଙ୍କା ଆଜି ବିଧିବଦ୍ଧ ଭାବେ ଲୋକସଭାରେ ଶପଥ ଗ୍ରହଣ କରିଛନ୍ତି । ପ୍ରଥମ ଥର କେରଳର ୱାୟାନାଡରୁ ବିପୁଳ ଭୋଟରେ ଜିତିଥିବା…

ଓଡ଼ିଶାରେ ପୁଣି ବଢ଼ିବ କି ଆଳୁ ସଂକଟ? ସୀମାରେ ଅଟକିଲା ଗାଡି

ବାଲେଶ୍ୱର: ପଶ୍ଚିମବଙ୍ଗ ସୀମାରେ ପୁଣି ଅଟକିଲା ଆଳୁ ଗାଡ଼ି। ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଗାଡ଼ି। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ। ତେବେ ଏହି ପରିସ୍ଥିତିକୁ ଦେଖିଲେ ଲାଗୁଛି ପୁଣି ଓଡିଶାରେ…

ବାଂଲାଦେଶରେ ବ୍ୟାନ ହେବ ଇସ୍କନ୍‌! ହାଇକୋର୍ଟରେ ଆବେଦନ କଲେ ଆର୍ଟର୍ଣ୍ଣି ଜେନେରାଲ

ଢାକା: ଇସ୍କନ ନେତା ତଥା ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶରେ ଗିରଫ କରିବା ଘଟଣା ଏବେ ଜୋର ଧରିଛି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବାଂଲାଦେଶର ଓକିଲ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜଷ୍ଟିସ ଫରାହ ମେହବୁବଙ୍କୁ ନେଇ…

ଧନୁଯାତ୍ରା ପାଇଁ ହେବ ନୂତନ କଂସ ଚୟନ, ସ୍ଥିର ହେଲା ତାରିଖ

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ହେବ ନୂତନ କଂସ ଚୟନ। ଏଥିପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୧ ତାରିଖ ଦିନ ହେବ ନୂତନ କଂସ ଚୟନ। ଚୟନ ପ୍ରକିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା। ସେହି କଳାକାରମାନେ…

ଆସୁଛନ୍ତି ମୋଦୀ, ରାତିସାରା ରାଜଧାନୀରେ କଡା ଚେକିଂ

ଭୁବନେଶ୍ଵର: ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଭୁବନେଶ୍ବର ଗସ୍ତରେ ଆସିବେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ ଏହି ଡିଜିପି ସମ୍ମିଳନୀ । ଆସନ୍ତା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ…