Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲା: ନମୂନା ପରୀକ୍ଷା ପରେ ଆସିଲା ସ୍ପଷ୍ଟ ତଥ୍ୟ, ଡିପଥେରିଆରେ ଯାଇଛି ଶିଶୁଙ୍କ ଜୀବନ

ରାୟଗଡା: ସାମ୍ନାକୁ ଆସିଲା କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲାର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛନ୍ତି ବିଶେଷଜ୍ଞ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ରୋଗରେ…

ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ। ଆଜି ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ରାଜ୍ଯପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ…

ଉପବାଚସ୍ପତି ଆସନ ନଦେଲେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବେ ବିରୋଧୀ!

ନୂଆଦିଲ୍ଲୀ: ଯଦି ଉପବାଚସ୍ପତି ପଦ ବିରୋଧୀ ଶିବିରକୁ ନ ଦିଆଯାଏ ତେବେ ବିରୋଧୀ ଦଳମାନେ ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ। ୯ ଦିନ ଧରି…

ତେଜୁଛି ନିଟ୍ ପରୀକ୍ଷା ବିବାଦ, ଦୁଇ ଦିନିଆ ଧର୍ମଘଟ ଡାକରା ଦେଲେ ବାମପନ୍ଥୀ ଛାତ୍ର ସଂଗଠନ

ନୂଆଦିଲ୍ଲୀ: ମେଡିକାଲ ନାମଲେଖା ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଆୟୋଜନରେ ଅନିୟମିତତା ଅଭିଯୋଗରେ ବାମପନ୍ଥୀ ଛାତ୍ର ସଂଗଠନ ଗୁଡ଼ିକ ଶନିବାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି…

ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ ଓ ଅର୍ଥ ସହ ଏକାଧିକ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ନୂଆ ସରକାର ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ । ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ- କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି…

ଋଷିକେଶ-ବଦ୍ରିନାଥ ଘାଟିରେ ଦୁର୍ଘଟଣା: ୧୫୦ ମିଟର ତଳକୁ ଖସିଲା ଟେମ୍ପୋ ୮ ମୃତ, ୯ ଆହତ

ଡେରାଡୁନ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା । ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଯାଉଥିବା ଏକ ଟେମ୍ପୋ ପ୍ରାୟ ୧୫୦ ମିଟର ତଳ ଖାଇକୁ ଖସିପଡ଼ିବାରୁ ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…

ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି । ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଛି । ସେମାନେ ହେଲେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ଓ ସଞ୍ଜୟ ପଣ୍ଡା । ତେବେ…

ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ପ୍ଲାଟଫର୍ମ ଭିତରେ ଅଗ୍ନିକାଣ୍ଡ

ଜଟଣୀ: ଖୋର୍ଦ୍ଧା ରୋଡ୍‌‌ ଷ୍ଟେସନ ପ୍ଲାଟଫର୍ମରେ ଅଗ୍ନିକାଣ୍ଡ । ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଥିବା ଡାକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବାର ଅନୁମାନ…

ମୋରମ ଖୋଳିବା ବେଳେ ଅଘଟଣ; ଜଣେ ମୃତ, ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଚାଲିଛି ଖୋଜାଖୋଜି

କୋରାପୁଟ: ମାଟି ଅତଡ଼ା ଧସି ଚାପିହୋଇ ରହିଛନ୍ତି ୨ ମହିଳା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଖବର ମୁତାବକ,…

କଇଁଛ ଚାଲାଣବେଳେ ମାଡିବସିଲା ବନବିଭାଗ; ୪ ଗିରଫ, ୧୭୫ରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର

ନବରଙ୍ଗପୁର: କଇଁଛ ଚୋରା ଚାଲାଣ ବେଳେ ମାଡିବସିଲା ବନ ବିଭାଗ । ଘଟଣାରେ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୧୭୫ ରୁ ଅଧିକ କଇଁଛ ଉଦ୍ଧାର ହୋଇଛି । ତେବେ କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ନିକଟରେ ଏହି ଘଟଣା ଘଟିଛି । ସୂଚନା…