Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶା ସୁରକ୍ଷିତ ନାହିଁ, ଏଥିପାଇଁ ଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା ଭ୍ରଷ୍ଟାଚାରୀ

ଅନୁଗୁଳ: ‘ସମୃଦ୍ଧ ଓଡିଶାର ଜନସାଧାରଣ ଏତେ ଗରିବି ଭିତରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଏ ସବୁର କାରଣ ବିଜେଡି ସରକାର । ଭ୍ରଷ୍ଟାଚାର କବଳରେ ଫସିରହିଛି ଓଡିଶା । କିଛି ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ତାଙ୍କ କାର୍ଯ୍ୟାଳୟକୁ ନିଜ କବ୍ଜାରେ ରଖିଛନ୍ତି ।’ ଅନୁଗୁଳରେ ଜନସଭାକୁ…

ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ-ଏସଓଜି ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ମାଓବାଦୀ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ସୁନାବେଡ଼ା ଅଭୟାରଣ୍ୟ ଚାଲିଥିବା ଗୁଳି ବିନିମୟରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୁମ୍ବିଂ ଅପରେସନ ଜାରି ରହିଥିବା…

ଆରମ୍ଭ ହେଲା ମୋଦୀଙ୍କ ମେଗା ରୋଡ ସୋ’, ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ସାରିବା ପରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ୍ ସୋ’। ମରିଚିକୋଟ ଛକରୁ ରୋଡ୍ ସୋ'ରେ ବାହାରିଲେ ମୋଦୀ। ମୋଦୀଙ୍କ ରୋଡ୍‌ ସୋ’ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ତାଙ୍କ ସହ ଅଛନ୍ତି ମନମୋହନ ସାମଲ, ପୁରୀ ଲୋକସଭା ସାଂସଦ…

ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ: ଦର୍ଶନ ପରେ ରୋଡ ସୋ’ ଆରମ୍ଭ, ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ

ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଭୁବନେଶ୍ୱରରୁ ବାହାରି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀ ଅବତରଣ କରିଛନ୍ତି। ମୋଦୀଙ୍କ ପାଇଁ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। ତାଳବଣିଆ…

ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୫ ଲୋକସଭା,୩୫ ବିଧାନସଭାର ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା, ସୁନ୍ଦରଗଡ଼ରେ ଆଜି ପଡ଼ିବ ଭୋଟ୍‌। ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ନେତା ବାଛିବେ ଜନତା । ମୋଟ୍ ୯୧୪୮ଟି ମତଦାନ କେନ୍ଦ୍ରରେ ୭୯ ହଜାରରୁ ଅଧିକ ମତଦାତା ସେମାନଙ୍କର ପସନ୍ଦର ନେତା ବାଛିବେ। ନିର୍ବାଚନ…

ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ଵର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଋଣନୀତି ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଜେପି କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଏହାପରେ ରାଜଭବନ ଅଭିମୁଖେ ବାହାରିଛନ୍ତି ମୋଦୀ । ପ୍ରାୟ ୩୦ ମିନିଟ ଧରି ରାଜ୍ୟ ବିଜେପିର…

ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ

ସମ୍ବଲପୁର: କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କଲେ ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି ପାଣ୍ଡିଆନ । ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି…

ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ

କେନ୍ଦୁଝର: ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର । କୁମ୍ଭୀର କାନ୍ଦଣା ଏଠାରେ ଚଳିବନି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଆନନ୍ଦପୁରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିରୋଧିଙ୍କ ଉପରେ…

ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ, ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ଵର: ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମେଗା ରୋଡ ସୋ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ପୁଣିଥରେ ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ପୁନମା ଗେଟରୁ ଆରମ୍ଭ ହେବ ରୋଡ ଶୋ’ । ଏକାମ୍ର ଛକ ଯାଏଁ…

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ

ଭୁବନେଶ୍ୱର: ଆସନ୍ତାକାଲି ଦେଶରେ ପଞ୍ଚମ ଏବଂ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଇନ ଶୃଙ୍ଖଳାକୁ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିଜିପି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ୫ ଲୋକସଭା ଏବଂ ଏହା…