Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ଜଣ୍ଡିସ ଆତଙ୍କ: ୫ ଆକ୍ରାନ୍ତ ଚିହ୍ନଟ ପରେ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍

ବାଲେଶ୍ବର: ବନ୍ୟା ଛାଡିଲା ହେଲେ ମାଡିଲା ଜଣ୍ଡିସ୍। ଲଗାଣ ବର୍ଷା ପରେ ଲୋକଙ୍କୁ ଡରାଉଛି ଜଣ୍ଡିସ ରୋଗ। ବାଲେଶ୍ବର ଜିଲ୍ଲା ଗରଡିହୀ ଗାଁରେ ଜଣ୍ଡିସ ଆତଙ୍କ। ଜଣ୍ଡିସରେ ୫ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏକାଧିକ ଜ୍ବରରେ ପୀଡ଼ିତ ଅଛନ୍ତି। ଏବେ ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍‌।…

ସିଜେପିର ‘ସ୍କୁଲ ଠିକ୍ କରୋ ଅଭିଯାନ’ରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ସରକାରୀ ସ୍କୁଲଗୁଡ଼ିକରେ ବାହାର ଲୋକଙ୍କ ପ୍ରବେଶ, ଫଟୋଗ୍ରାଫି ଏବଂ ଭିଡିଓ ରେକର୍ଡିଂ ଉପରେ ଲଗାଯାଇଥିବା କଟକଣାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିଷେଧାଦେଶକୁ…

ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍‌କୋ: ୩୭ଟି ପ୍ରକଳ୍ପକୁ ଜମି ବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ବ୍ୟବସାୟିକ ଅନୁକୂଳ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇଡକୋ (IDCO) ଜମି ବଣ୍ଟନ କମିଟି (LAC) ପକ୍ଷରୁ ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି‌। ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ…

ଭିତରକନିକାରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଭିତରକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଚାରି ଦିନିଆ ଗଣନାରେ ସ୍ଥାନୀୟ ପ୍ରଜାତି ଏବଂ ସେମାନଙ୍କ ସଂଖ୍ୟା ରେକର୍ଡ ଓ ତାଲିକାଭୁକ୍ତ କରାଯିବ। ଗୁରୁବାର ବନ ବିଭାଗ ଦ୍ୱାରା ପକ୍ଷୀ ଗଣନା…

ଭାରତକୁ ଇରାନର ପ୍ରସ୍ତାବ: ତେହେରାନ – ଦିଲ୍ଲୀ ସିଧାସଳଖ ବିମାନ ସେବା

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇରାନ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରସ୍ତାବ ଦେଇଛି। ତେହେରାନରୁ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଇରାନ ସରକାର ଭାରତ ଆଗରେ ନୂଆ ଯୋଜନା ରଖିଛନ୍ତି।…

ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା, ବଢୁଛି ନଦୀ ଜଳସ୍ତର

ବାଲେଶ୍ୱର: ଝାଡ଼ଖଣ୍ଡର ଉପରମୁଣ୍ଡ ଅଞ୍ଚଳରୁ ସୁବର୍ଣ୍ଣରେଖା ନଦୀରେ ଅଧିକ ପରିମାଣର ପାଣି ପ୍ରବାହିତ ହେଉଥିବାରୁ ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଖାସକରି ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ପାର୍‌ କରିଛି । ରିପୋର୍ଟ ଅନୁଯାୟୀ, ବୁଧବାର…

ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ଅଘଟଣ; ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର

ଭୁବନେଶ୍ବର:ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ଅଘଟଣ । ନିଆଁରେ ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର। ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ନୟାଗଡ଼ ଗାତେରୀ ଠାରେ ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ବଏଲରରେ ଟେଷ୍ଟିଂ କରୁଥିବାବେଳେ ଅସାବଧାନତା କାରଣରୁ ନିଆଁ ଲାଗିଯାଇଥିଲା।…

ରାଜ୍ୟ ପାଇଁ ଗର୍ବର ବିଷୟ: ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରି ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଲା ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ନିଜର ସଫଳତା ଖାତାରେ ଆଉ ଏକ ବଡ଼ ଉପଲବ୍ଧି ଯୋଡ଼ିଛି। ଉନ୍ନତମାନର ଯାତ୍ରୀ ସେବା, କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ସୁଚାରୁ ପରିଚାଳନା ପାଇଁ ଏହି ବିମାନବନ୍ଦରକୁ ସମ୍ମାନଜନକ ଆଇଏସଓ ମାନ୍ୟତା ପ୍ରଦାନ…

କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା

କଟକ: କଟକରେ ପୁଣି ଥରେ ଡେଙ୍ଗୁର ଆତଙ୍କ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଏବଂ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ସହରରେ ମଶା ବଂଶ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ, କଟକ ସହରର ବିଭିନ୍ନ…

ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର

ବଲାଙ୍ଗୀର: ରାଜ୍ୟରେ ପୁଣି ଏକ ବଡ଼ ଧରଣର ଦେହଜୀବୀ ବେପାର ବା ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି । ବଲାଙ୍ଗୀର ସହରରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଉପରେ ପୋଲିସ ଅଚାନକ ଚଢ଼ାଉ କରି ବ୍ୟାପକ ସଫଳତା ହାସଲ କରିଛି । ଏହି ଚଢ଼ାଉରେ ରାକେଟ୍ ଚଳାଉଥିବା ମୁଖ୍ୟ…