Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ

ମାଲକାନଗିରି: ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ। ଗୁରୁବାର ଦିନ ଓଡ଼ିଶାର ଜଣେ OSRTC ବସ୍ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା, କିନ୍ତୁ ସେ ସାହସର ସହିତ ପ୍ରଥମେ ବସ୍‌ଟିକୁ ସୁରକ୍ଷିତ ଭାବରେ ରାସ୍ତା କଡ଼କୁ ସାଇଡ କରିଦେଇଥିଲେ।…

Pitavas Panda Murder Case: ପୀତବାସ ପଣ୍ଡା ହତ୍ୟା ଘଟଣା: ପୋଲିସ ସୁରକ୍ଷା ହଟାଇବାକୁ ପତ୍ନୀଙ୍କ ଅନୁରୋଧ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା କରି ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ପୋଲିସ ସୁରକ୍ଷା ହଟାଇଦେବାକୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ବୈଦ୍ୟନାଥପୁର ଥାନାରେ ଲିଖିତ ଜଣାଇଛନ୍ତି।…

Russian Attacks On Ukraine: ୟୁକ୍ରେନ୍ ଉପରେ ଋଷର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼: ୨୬ ମୃତ, ୧୦୦ ଆହତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ତିନି ଜଣ ଶିଶୁ ମଧ୍ୟ ଅଛନ୍ତି ଏବଂ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ୨୦୨୨ ମସିହାରେ ମସ୍କୋ ଆକ୍ରମଣ କରିବା ପରଠାରୁ ଟେର୍ନୋପିଲ୍ ସହରରେ…

ED Attaches Anil Ambani-linked Assets: ଅନୀଲ ଅମ୍ବାନୀଙ୍କୁ ଇଡି ଝଟକା, ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଇଡି ଝଟକା। ଲୋନ୍ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ସମ୍ପତ୍ତି ଆଟାଚ୍ କଲା ଇଡି। ଦେଶର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଆଟାଚମେଣ୍ଟ ଆଦେଶ ଜାରି କରାଯାଇଛି। ସବୁଠୁ ବଡ଼ କଥା ହେଉଛି…

Nitish Kumar Cabinet 10.0: ୧୦ମ ଥର ପାଇଁ ସରକାର ଗଢିଲେ ନୀତିଶ କୁମାର, ଗାନ୍ଧୀ ମଇଦାନରେ ଶପଥ ନେଲେ ନୀତିଶଙ୍କ ସହ…

ପାଟନା: ବିହାରର ପାଟନାରେ ଆୟୋଜିତ ଏକ ଉତ୍ସବରେ ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ୨୬ ମନ୍ତ୍ରୀ ମଧ୍ୟ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏଥର, ଉଭୟ ଉପମୁଖ୍ୟମନ୍ତ୍ରୀ, ବିଜୟ ସିହ୍ନା ଏବଂ ସମ୍ରାଟ ଚୌଧୁରୀଙ୍କୁ ପୁନରାବୃତ୍ତି…

ବାପାର ଦଶାହ ଦିନ ଚାଲିଗଲା ପୁଅର ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ବାପା ମରିବାର ୧୦ ଦିନରେ ପୁଅର ମୃତ୍ୟୁ ହୋଇଥିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି। ବାପାର ଦଶାହ କାର୍ଯ୍ୟ ଏବଂ ପୁଅର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ ସେଥିପାଇଁ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଏବେ…

Nitish Kumar oath: ଆଜି ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ଏହିମାନେ ପାଇବେ ମନ୍ତ୍ରୀ…

ପାଟନା: ନୀତିଶ କୁମାର ଆଜି ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ଗୁରୁବାର ପୂର୍ବାହ୍ନ ୧୧:୩୦ ରେ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Tomato prices: ପୁଣି ନିୟନ୍ତ୍ରଣ ବାହାରେ ଟମାଟୋ ଦର…୧୦ ଦିନ ମଧ୍ୟରେ ୫୦% ମହଙ୍ଗା…

ନୂଆଦିଲ୍ଲୀ: ପୁଣି ବଢିଲା ଟମାଟୋ ଦର । ସାରା ଦେଶରେ ଟମାଟୋର ମୂଲ୍ୟ ହଠାତ୍ ବୃଦ୍ଧି ପାଇଛି । ମାତ୍ର ୧୦ ରୁ ୧୫ ଦିନ ମଧ୍ୟରେ ପ୍ରାୟ ୫୦% ବୃଦ୍ଧି ପାଇଛି। ଅନେକ ସ୍ଥାନରେ, ଭଲ ଗୁଣବତ୍ତାର ଟମାଟୋ ପ୍ରତି କିଲୋ ୧୦୦ ଟଙ୍କାରେ ପହଞ୍ଚିଛି, ଯାହା ରୋଷେଇ ଘରର ବଜେଟକୁ ସମ୍ପୂର୍ଣ୍ଣ ଭାବରେ ବାଧା…

Loot: ବନ୍ଧୁକ ମୁନରେ ପରିବହନ କାର୍ଯ୍ୟାଳୟରୁ ଲୁଟ୍,୩ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି…

National Para Swimming Championships: ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡିଶାର ୩୯ ପଦକ ହାସଲ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ…