Latest Odisha News

BREAKING NEWS

ଗୋଟିଏ ଛାତ ତଳେ ଗଢି ଉଠିଛି ଏହି ସହର…

ସହର ମାନଙ୍କରେ ବଡ଼ ବଡ଼ କୋଠା ଥିବା କଥା ଆପଣ ଜାଣିଥିବେ । କିନ୍ତୁ କୋଠା ଉପରେ ଏକ ସହର ଗଢିହୋଇଥିବା କଥା କାନକୁ ଟିକିଏ ଅଲଗା ଶୁଭୁଥିବ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ ।

ଉତ୍ତର ଆମେରିକାରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଶିଷ୍ଟ କୋଠା ରହିଛି। ଏହି କୋଠାରେ ଗଢି ଉଠିଛି ଏକ ଛୋଟ ସହର।

ଏହି କୋଠାରେ ପାଖାପାଖି ୨ଶହ ପରିବାର ବାସ କରୁଛନ୍ତି। ଲୋକମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସାଧାରଣ ବ୍ୟବସ୍ଥା ଏହି କୋଠାରେ ଥିବା ଛୋଟ ସହରରେ ରହିଛି।

କୋଠାରେ ପୋଲିସ ଷ୍ଟେସନ, ଅଫିସ୍‌, ହସ୍ପିଟାଲ, ଉପାସନା ଗୃହ ଆଦି ସମସ୍ତ ସୁବିଧା ରହିଛି। ଏହାକୁ ଲୋକେ ବେଗିଚ୍‌ ଟାଓ୍ବାର ବୋଲି କହିଥାନ୍ତି। କେହି କେହି ଏହାକୁ ଭର୍ଟିକାଲ୍‌ ଟାଉନ୍‌ ମଧ୍ୟ କୁହନ୍ତି। ଏଠାରେ କରୁଥିବା କର୍ମଚାରୀ ତଥା ମାଲିକ ଭିନ୍ନ ଭିନ୍ନ ମହଲାରେ ରୁହନ୍ତି।

ଶୀତଳଯୁଦ୍ଧ ସମୟରେ ଏହି ବିଲ୍ଡିଂକୁ ସୈନ୍ୟ ବାହିନୀ ବାରାକ୍‌ ଭାବରେ ବ୍ୟବହାର କରାଯାଉଥିଲା। ଏହି ବିଲ୍ଡିଂ ନିକଟକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ଏଠାରେ ପହଞ୍ଚିବା ପାଇଁ ସୁଡ଼ଙ୍ଗ ପଥ ଏବଂ ଜଳପଥର ସହାୟତା ନିଆଯାଇଥାଏ।

Leave A Reply

Your email address will not be published.