Latest Odisha News

BREAKING NEWS

କଟକରେ ଏସ୍.ଆର୍. ଆଲକୋଭେଦ୍ କମ୍ପାନୀ ଉପରେ CBI ଚଢ଼ାଉ

କଟକ: ବ୍ୟାଙ୍କରୁ ଋଣ ନେଇ ସୁଝୁ ନଥିବା ଅଭିଯୋଗରେ କଟକ ଜଗତପୁର ସ୍ଥିତ ଏସ୍. ଆର୍‌. ଆଲକୋଭେଦ୍ ପ୍ରା. ଲିଃ ସଂସ୍ଥା ଉପରେ ସିବିଆଇର ଚଢ଼ାଉ । ଠକେଇ ଅଭିଯୋଗରେ ଭୁବନେଶ୍ୱର ସିବିଆଇ ଟିମ୍ ରେଡ୍ କରିଛି । ଅଭିଯୋଗ ହୋଇଛି ସଂପୃକ୍ତ ସଂସ୍ଥା ଦୁଇଟି ବ୍ୟାଙ୍କରୁ ୨୦୧୩ରେ ୭୩ କୋଟି ଟଙ୍କା ଋଣ ନେଇ ଆଉ ପରିଶୋଧ କରୁ ନାହିଁ ।

ଅଭିଯୋଗ ଅନୁସାରେ, ଏସ୍. ଆର୍‌. ଆଲକୋଭେଦ୍ ସଂସ୍ଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଓ ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ନେଇଥିଲା । କିନ୍ତୁ ଋଣ ସୁଧୁ ନଥିବା ଅଭିଯୋଗ ହୋଇଛି । ମୂଳ ଓ ସୁଧ ରାଶି ମିଶି ୧୪୦କୋଟି ୪୮ଲକ୍ଷ ହୋଇଛି ।

ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍ ସତ୍ତ୍ୱେ ସଂପୃକ୍ତ ସଂସ୍ଥା କୌଣସି ଉତ୍ତର ଦେଉ ନଥିଲା । ଏନେଇ ସିବିଆଇରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଅଭିଯୋଗରେ ପରେ ଭୁବନେଶ୍ୱର ସିବିଆଇର ଟିମ୍ ଏସ୍. ଆର୍‌. ଆଲକୋଭେଦ୍ ଉପରେ ପଞ୍ଝା ମାରିଛି ।

Leave A Reply

Your email address will not be published.