Latest Odisha News

BREAKING NEWS

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ରେଡ୍

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ରେଡ୍ । ହାଇଡ୍ରୋ ପ୍ରୋଜେକ୍ଟ ମାମଲାରେ ଦିଲ୍ଲୀର ୩୦ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ଏହାପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ ସତ୍ୟପାଲ ମଲିକ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ବୀମା ଘୋଟାଲା ମାମଲାରେ ସିବିଆଇ ରେଡ୍ କରିବା ସହ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୯ ମସିହାରେ କିଶ୍ତୱାଡର କିରୁ ହାଇଡ୍ରୋ ପାୱାର ପ୍ରକଳ୍ପ ପାଇଁ ୨୨, ୦୦୦ କୋଟି ଟଙ୍କାର ସିଭିଲ ୱାର୍କ ଚୁକ୍ତିନାମା ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । ଅଗଷ୍ଟ ୨୩,୨୦୧୮ ରୁ ୩୦ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିବା ମଲିକ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକଳ୍ପ ସହ ଜଡିତ ଦୁଇଟି ଫାଇଲ ମଞ୍ଜୁରୀ ଦେବା ପାଇଁ ତାଙ୍କୁ ୩୦୦କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା ।

ସତ୍ୟପାଲ ମଲିକ ଏହି ଚଢାଉ ବିଷୟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ମୁଁ ଗତ ୩-୪ ଦିନ ହେବ ଅସୁସ୍ଥ ଅଛି ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଏହା ସତ୍ତ୍ଵେ ସରକାରୀ ଏଜେନ୍ସି ମାଧ୍ୟମରେ ମୋ ଘରେ ଚଢାଉ କରାଯାଉଛି । ମୋର ଡ୍ରାଇଭର ଏବଂ ସହାୟକଙ୍କୁ ମଧ୍ୟ ଅନାବଶ୍ୟକ ଭାବେ ହଇରାଣ କରାଯାଉଛି | ମୁଁ ଜଣେ କୃଷକର ପୁଅ, ମୁଁ ଏହି ଚଢାଉକୁ ଭୟ କରୁ ନାହିଁ । ମୁଁ କୃଷକମାନଙ୍କ ସହିତ ଅଛି ।

 

Leave A Reply

Your email address will not be published.