Latest Odisha News

BREAKING NEWS

କଣ୍ଡୋମ ପ୍ୟାକେଟ ମାଧ୍ୟମରେ ନିର୍ବାଚନ ପ୍ରଚାର

ହାଇଦ୍ରାବାଦ: ନିର୍ବାଚନରେ ମତଦାତାଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ନେତାମାନେ ଭୋଟ ହାତେଇବା ପାଇଁ ଉଦ୍ୟମ କରିଥାନ୍ତି । ପୂର୍ବରୁ ଲ୍ୟାପଟପ, ଟ୍ୟାବଲେଟ, ସାଇକେଲ ପରି ପଦାର୍ଥ ଦାନ କରାଯାଉଥିଲା । ତେବେ ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆନ୍ଧ୍ରପ୍ରଦେଶରେ ପ୍ରଚାର ଆରମ୍ଭ ହୋଇଗଲାଣି କହିଲେ ଭୁଲ ହେବନି । ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଠାକାର ପ୍ରମୁଖ ପାର୍ଟି ଏହି ପ୍ରଚାର ପାଇଁ କଣ୍ଡୋମର ପ୍ୟାକେଟକୁ ବ୍ୟବହାର କରିବା ପାଇଁ ପଛାଇ ନାହାନ୍ତି । ତେଲୁଗୁ ଦେଶମ ପାର୍ଟି ଓ ୱାଇଏସଆର କଂଗ୍ରେସ ପାର୍ଟି ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ କର୍ମୀମାନଙ୍କ ଦ୍ୱାରା ମତଦାତାଙ୍କୁ ବାଂଟୁଛନ୍ତି ।

ଅବଶ୍ୟ ଏହି ଖବରକୁ ଉଭୟ ପାର୍ଟି ପକ୍ଷରୁ ଖଣ୍ଡନ କରାଯିବା ସହ ପରସ୍ପରକୁ ଏଥିପାଇଁ ଦାୟୀ କରିଛନ୍ତି । ଜଗଦ ମୋହନ ରେଡ୍ଡୀଙ୍କ ପାର୍ଟିଙ୍କ ପକ୍ଷରୁ ବିପକ୍ଷ ଦଳକୁ ପ୍ରଶ୍ନ କରାଯାଇଛି ଯେ, କଣ୍ଡୋମରେ ପ୍ରଚାର କରିବ ନାଁ ଆଗକୁ ଆଉ କିଛି ପଦକ୍ଷେପ ନେବ । ଏହାର ଜବାବରେ ଟିଡିପି ପ୍ରତିଦ୍ୱନ୍ଦ୍ୱୀ ଦଳର ଚିହ୍ନ ଥିବା କଣ୍ଡୋମର ଫଟୋ ଶେୟାର କରି କହିଛନ୍ତି ଏ ବିଷୟରେ ପ୍ରଶ୍ନ କରୁଛନ୍ତି କି ? ସେ ଯାହା ହେଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୁବ ଶୀଘ୍ର ଏହାର ସତ୍ୟତା ସମ୍ମୁଖକୁ ଆସିିଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.