Latest Odisha News

BREAKING NEWS

ବନ୍ୟପ୍ରାଣୀ ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ସିବିଆଇ: ଚୋରି ସାମଗ୍ରୀ ଜବତ, ୪ ଗିରଫ

ହରିୟାଣା: ବନ୍ୟପ୍ରାଣୀ ଶିକାର ଏବଂ ଚୋରା ଚାଲାଣ ବିରୋଧରେ ସିବିଆଇର ବନ୍ୟପ୍ରାଣୀ ଅପରାଧ ୟୁନିଟ୍ ଆଜି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଆଧାରରେ ସିବିଆଇକୁ ବଡ଼ ସଫଳତା ମିଳିଛି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ର ଅଧିକାରୀମାନଙ୍କ ସହିତ ସିବିଆଇ ଟିମ୍ ହରିୟାଣାର ପିଞ୍ଜୋରରେ ଏକ ଗାଡ଼ିକୁ ଅଟକାଇ ତଲାସୀ କରାଯାଇଥିଲା। ଏହି ସମୟରେ ଦୁଇଟି ଚିତାବାଘ ଚମଡ଼ା, ନଅଟି ଦାନ୍ତ, ୨୫ଟି ନଖ, ତିନୋଟି ପାଟି ଖଣ୍ଡ, ତିନୋଟି ଓଟର ଚମଡ଼ା ଏବଂ ଗୋଟିଏ ବଜ୍ରକାପ୍ତା କାତି ଜବତ କରିଛି।

ଘଟଣାସ୍ଥଳରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ସଦସ୍ୟକୁ କାଲକା ରେଳ ଷ୍ଟେସନରୁ ଗିରଫ କରାଯାଇଛି। ସେମାନଙ୍କ ସମସ୍ତଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (BNS)ର ଧାରା ୬୧(୨) ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା ୪୦, ୪୯, ୪୯(ବି) ଏବଂ ୫୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ପୂର୍ବରୁ ବନ୍ୟପ୍ରାଣୀ ଅପରାଧ ମାମଲାରେ ନେପାଳ ପୋଲିସ ଦ୍ୱାରା ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ବନ୍ୟପ୍ରାଣୀ ଚୋରା ଚାଲାଣର ଉତ୍ସ, ଏହି ଗ୍ୟାଙ୍ଗର ଅନ୍ୟାନ୍ୟ ନେଟୱାର୍କ ଏବଂ ଟଙ୍କା କାରବାରର ଲିଙ୍କ୍ ଅଛି ନା ନାହିଁ ସେ ନେଇ ସମ୍ପୂର୍ଣ୍ଣ ମାମଲାର ଗଭୀର ତଦନ୍ତ କରୁଛି ସିବିଆଇ।

Comments are closed.