Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କୁ ବିଚାରି କହିବା ଘଟଣା; ସୋନିଆଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଭାରତୀୟ ଜନତା ପାର୍ଟିର ସାଂସଦମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାଂସଦମାନେ ତାଙ୍କ ବିରୁଦ୍ଧରେ ଏକ ସ୍ବାଧିକାର ଭଙ୍ଗ ନୋଟିସ୍‌ ପାରିତ କରିଛନ୍ତି ।

ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ, ସୋନିଆଙ୍କ ମନ୍ତବ୍ୟ ରାଷ୍ଟ୍ରପତି ପଦର ମର୍ଯ୍ୟାଦାକୁ ଆଘାତ ଦେଇଛି । ବିଜେପି ତାଙ୍କ ବକ୍ତବ୍ୟକୁ ଅପମାନଜନକ ବୋଲି କହିଛି ।

ସୂଚନାଯୋଗ୍ୟ, ଜାନୁଆରୀ ୩୧ତାରିଖରେ ରାଜ୍ୟସଭାରେ ରାଷ୍ଟ୍ରପତି ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ଦେଇ ସୋନିଆ ଗାନ୍ଧୀ କହିଥିଲେ ଯେ ‘ବିଚାରୀ ମହିଳା’ ତାଙ୍କ ଅଭିଭାଷଣ ଶେଷ ହେବା ପର୍ଯ୍ୟନ୍ତ କ୍ଳାନ୍ତ ହୋଇଯାଇଥିଲେ । ସେ ବହୁ କଷ୍ଟରେ କଥା କହୁଥିଲେ ।

ବିଜେପି ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ଏବଂ ଆଦିବାସୀ ବିରୋଧୀ ମାନସିକତା ବୋଲି କହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଦ୍ୱାରକାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଏହି ପ୍ରସଙ୍ଗରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ମନ୍ତବ୍ୟ ସମଗ୍ର ଆଦିବାସୀ ସମା ପାଇଁ ଅପମାନ ।

ରାଷ୍ଟ୍ରପତି ଭବନ ଏହି ମନ୍ତବ୍ୟକୁ ଗ୍ରହଣୀୟ ନୁହେଁ ବୋଲି କହିଥିଲା ​​ଏବଂ ରାଷ୍ଟ୍ରପତି କ୍ଳାନ୍ତ ହୋଇନାହାଁନ୍ତି ବୋଲି କହିଥିଲା । ସେବେଠାରୁ ବିଜେପି ଲଗାତାର କଂଗ୍ରେସକୁ ଟାର୍ଗେଟ କରୁଛି । ବିଜେପି ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ ଏହି ବିବୃତ୍ତି କେବଳ ଆଦିବାସୀ ସମ୍ପ୍ରଦାୟ ପାଇଁ ନୁହେଁ ବରଂ ସମଗ୍ର ଗଣତନ୍ତ୍ର ପାଇଁ ଅପମାନ । ଏଥିପାଇଁ ସୋନିଆ ଗାନ୍ଧୀଙ୍କୁ ଏଥିପାଇଁ କ୍ଷମା ମାଗିବା ଉଚିତ । ତାଙ୍କ ବିରୁଦ୍ଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ସାଂସଦମାନେ ଦାବି କରିଛନ୍ତି ।

Comments are closed.