Latest Odisha News

ବିକ୍ରି ହେବ ସିଇଏଲର ଶହେ ପ୍ରତିଶତ ଅଂଶଧନ ଓ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ, ପ୍ରକ୍ରିୟା ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପରେ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ ବା CEL ପାଳି । ସିଇଏଲର ଶହେ ପ୍ରତିଶତ ଅଂଶଧନ ଓ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ ବିକ୍ରି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଏ ନେଇ ଫାଇନାନସିଆଲ ବିଡ୍ ହାସଲ ହୋଇଥିବା ନେଇ ସରକାରଙ୍କୁ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଡିଆଇପିଏଏମ୍ ସଚିବ ତୁହିତକାନ୍ତ ପାଣ୍ଡେ ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ସିଇଏଲରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ ହୋଇଛି । ସିଇଏଲକୁ କିଣିବାକୁ ଆଗ୍ରହୀ ଥିବା କମ୍ପାନୀ ପାଖରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୫୦ କୋଟି ରହିଥିବା ଆବଶ୍ୟକ । ଏବଂ ଆସନ୍ତା ୩ବର୍ଷ ପାଇଁ ଏହି କମ୍ପାନୀ ସିଇଏଲର ଅଂଶଧନ କାହାକୁ ବିକ୍ରି କରିପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ସରକାର ।

Leave A Reply

Your email address will not be published.