Latest Odisha News

BREAKING NEWS

ମନୀଷ ଅନୁରାଗ ମୃତ୍ୟୁ ରହସ୍ୟରୁ ହଟୁଛି ପରଦା : ୫ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ହଟୁଛି ଗୋଟିଏ ପରେ ଗୋଟିଏ ପରଦା । ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ମନୀଷଙ୍କ ଘନିଷ୍ଠ ବନ୍ଧୁ ଅମ୍ରିତ ବିଶ୍ବାଳଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଅମ୍ରିତ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ କରାଯାଉଛି ।

ସେପଟେ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି ଦୁଇ ସନ୍ଦିଗ୍ଧ । ସେମାନେ ହେଉଛନ୍ତି ଫୁଲବାଣୀ ଆମଲାପଡାର ଲିଟୁ ଓରଫ ଦିନେଶ ମହାପାତ୍ର ଓ ପିଏନପଡାର ମୁନା ଓରଫ ମୃତ୍ୟୁଞ୍ଜୟ ମିଶ୍ର । ମନୀଷଙ୍କ ମୃତ୍ୟୁ ପୂର୍ବରୁ ଏହି ଦୁଇ ଜଣ ହୋଟେଲରେ ତାଙ୍କ ସହ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା । ଉଭୟଙ୍କୁ ଭୁବନେଶ୍ବର ଆଣି ଅଧିକ ପଚରାଉଚରା କରିବ ପୋଲିସ । ଫୁଲବାଣୀ ଥାନାରେ ସ୍ପେଶାଲ ସ୍କ୍ବାଡର ଏକ ଟିମ୍ ଡେରା ପକାଇଛି । ସେପଟେ ଲିଟୁ ଓ ମୁନାକୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକକୁ ମଧ୍ୟ ପୋଲିସ ଅଟକ ରଖିଛି ।

Leave A Reply

Your email address will not be published.