Latest Odisha News

BREAKING NEWS

ସୁଟିଂ ସେଟରେ ଗୁରୁତର ଆହତ ହେଲେ ଅଭିନେତା ଶାହିଦ କପୁର..

ମୁମ୍ବାଇ:ସୁଟିଂ ସମୟରେ ଗୁରୁତରଭାବେ ଆହତ ହୋଇଛନ୍ତି ବଲିଉଡ ଅଭେନେତା ଶାହିଦ କପୁର ।

ମିଳିଥିବା ସୂଚନା ଅନୁସାରେ, ଚଣ୍ଡୀଗଡରେ ଜର୍ସି ଫିଲ୍ମ ସୁଟିଂ ସମୟରେ ଏକ ବଲ୍ ତାଙ୍କ ମୁହଁରେ ବାଜିଥିଲା । ଏଥିରେ ତାଙ୍କ ଓଠ ଫାଟିଯିବା ସହ ମୁହଁ ମଧ୍ୟ ଫୁଲି ଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କିଛି ଦିନ ବିଶ୍ରାମ ଦିଆଯାଇଛି । ଏହି ଖବର ପାଇଁ ଶାହିଦଙ୍କ ପତ୍ନୀ ମୀରା ଚଣ୍ଡୀଗଡରେ ପହଞ୍ଚିଛନ୍ତି ।

ତେବେ ଶାହିଦ ଏବେ ସୁସ୍ଥ ଥିବା ପତ୍ନୀ ମୀରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଫିଲ୍ମର ନିର୍ଦ୍ଦେଶକ ଗୌତମ ତିନୌରୀ ଓ ପ୍ରଯୋଜକ ଅମନ ଗିଲ ଶାହିଦଙ୍କ ପ୍ରଶଂସା କରି କହିଛନ୍ତି ଯେ, ଶାହିଦଙ୍କର ଫିଲ୍ମ ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହିଛି । ସେ ଜୀବନ୍ତ ଅଭିନୟ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଏହା ଏକ କ୍ରୀଡା ଭିତିକ ଫିଲ୍ମ ।

ଏଥିରେ ଶାହିଦଙ୍କ ବାପା ପଙ୍କଜ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ଜଣେ ଭଲ ଅଭିନେତା ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି ।

ଶାହିଦଙ୍କ ପୂର୍ବ ଫିଲ୍ମ କବୀର ସିଂ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ପରେ ଶାହିଦଙ୍କ ପରବର୍ତ୍ତୀ ଫିଲ୍ମ ଉପରେ ଦର୍ଶକଙ୍କ ନଜର ରହିଛି ।

Leave A Reply

Your email address will not be published.