Latest Odisha News

BREAKING NEWS

ଡ଼ଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ

କାମାକ୍ଷାନଗର: ଡଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ । କାର୍ତ୍ତିକ ପୂର୍ଣ୍ଣିମାରେ ଘଟିଛି ବଡ଼ ଅଘଟଣ । ନିଖୋଜ ନାବାଳକ ଜଣଙ୍କ ହେଲେ ଭୁବନ ଥାନା ଲତାବିଲ ଗାଁର ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ ।

ସୂଚନା ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରୋଶନ ଡ଼ଙ୍ଗା ଭସାଇବାକୁ ଯାଇଥିଲେ । ଭୁବନ ବୁଦ୍ଧେଶ୍ଵର ଘାଟରେ ଡ଼ଙ୍ଗା ଭସାଉଥିବାବେଳେ ନଦୀରେ ଭାସି ଯାଇଥିଲେ । ରୋଶନ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.