Latest Odisha News

BREAKING NEWS

୭୨ ହୁରେଁର ଟ୍ରେଲର ଥିଏଟରରେ ଦେଖାଇବା ଉପରେ କଟକଣା ଲଗାଇଲା ସିବିଏଫସି

ମୁମ୍ବାଇ: ସେନ୍ସର ବୋର୍ଡ ମଙ୍ଗଳବାର ୭୨ ହୁରେଁ ଫିଲ୍ମର ଟ୍ରେଲର ଥିଏଟରରେ ଦେଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି । ଏହାର ଟ୍ରେଲର ଆପତିଜନକ ହୋଇଥିବାରୁ ବୋର୍ଡ ଏହି ନିଷ୍ପତି ନେଇଛି । ମେକର୍ସ ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ଦେଖାଇ ପାରିବେ । ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମକୁ ସବୁଜ ସଙ୍କେତ ଦେଇଥିବା ବେଳେ ଏବେ ଟ୍ରେଲର ପ୍ରତ୍ୟାଖ୍ୟାନ କରିବା ସମସ୍ତଙ୍କୁ ଚକିତ କରିଛି । ମେକର୍ସ ଏବେ ଏହାର ଟ୍ରେଲର ୨୮ ଜୁନ ଦିନ ୧୧ଟା ବେଳେ ଡିଜିଟାଲ ରିଲିଜ କରିବେ । ମେକର୍ସ ଏବେ ଉଚ୍ଚଧିକାରୀଙ୍କ ପାଖକୁ ଯିବ ବୋଲି କହିଛି । ପୂର୍ବରୁ ରିଲିଜ ହୋଇଥିବା ଟିଜରରେ ଜିହାଦକୁ ସମର୍ଥନ କରୁଥିବା ହାଫିଜ ସଏଦ, ଓସମା ବିନ ଲାଡେନ, ମସୁଦ ଆଝାର ଓ ୟାକୁବ ମେନନଙ୍କ ପରି ଆତଙ୍କବାଦୀଙ୍କ ବ୍ୟାକଗ୍ରାଉଣ୍ଡ ଭଏସ ବ୍ୟବହାର କରା ଯାଇଥିଲା ।

କିଭଳି ୭୨ ହୁରେଁର ପ୍ରଲୋଭନ ଦେଖାଇ ଯୁବ ପିଢ଼ୀଙ୍କୁ ଆତଙ୍କବାଦୀ କରାଯାଉଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଜୁଲାଇ ୭ରେ ଫିଲ୍ମ ଥିଏଟରରେ ରିଲିଜ ହେବ । ୨ ଥର ଜାତୀୟ ପୁରସ୍କାର ଜିତି ସାରିଥିବା ସଞ୍ଜୟ ପୂରନ ସିଂ ଚୌହ୍ୱାନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅଶୋକ ପଣ୍ଡିତ ଏହାକୁ ପ୍ରଡ୍ୟୁସ କରିଛନ୍ତି । ଦି କେରଳ ଷ୍ଟୋରୀ ବିବାଦ ପରେ ସେନ୍ସର ବୋର୍ଡ ଏଥର କିଛି ମାତ୍ରାରେ କଠୋର ହୋଇଛି ।

Leave A Reply

Your email address will not be published.