Latest Odisha News

BREAKING NEWS

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି।

କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଜିତେନ୍ଦ୍ର ପଟୱାରୀ। ଏକ ଟ୍ୱିଟ ମାଧ୍ୟମରେ ସେ ଏହି ଦୁଃଖଦାୟକ ଘଟଣାକୁ ମନେ ପକେଇ ଦେବା ସହ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି।

ଆଉ ମାତ୍ର କିଛି ଦିନ ପରେ ବାଲେଶ୍ୱର ରେଳ ଦୁର୍ଘଟଣାକୁ ମାସେ ପୁରିଯିବ। କିନ୍ତୁ ଏ ଯାଏ କିଛି କାରଣ ସମ୍ପର୍କରେ ସ୍ପଷ୍ଟ ହେଲା ନାହିଁ ବୋଲି ପଟୱାରୀ କହିଛନ୍ତି।

୨୮୦ ଲୋକଙ୍କ ମୃତ୍ୟୁ ଓ ୧୨୦୦ ଆହତଙ୍କ ଉତ୍ତରଦାୟିତ୍ୱ, ଫଟୋ ଓ ଭିଡିଓ କାମ ସରିବା ପରେ କେନ୍ଦ୍ର ରେଳମନ୍ତ୍ରୀ କାହାନ୍ତି, ଏଭଳି ହୃଦୟବିଦାରକ ଘଟଣାରେ ଦୋଷୀ କିଏ, ସେ କେଉଁଠି?

ଏହି ଘଟଣାର ଏତେ ଦିନ ବିତିଯାଇଥିଲେ ମଧ୍ୟ ନା ଇସ୍ତଫା ନା କୌଣସି କାର୍ଯ୍ୟାନୁଷ୍ଠାନ? ଏଭଳି ପ୍ରସଙ୍ଗକୁ ନେଇ ଜିତୁ ପଟୱାରୀ ରେଳ ଦୁର୍ଘଟଣାର ଫଟୋ ସହ ଟ୍ୱିଟ କରିଛନ୍ତି।

ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ୟାଗ କରିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି।

ଏପରିକି ଏହି ଘଟଣାରେ ଏ ଯାଏ ଆହୁରି ଅନେକ ଶବ ଚିହ୍ନଟ ହୋଇପାରି ନାହିଁ। ତେଣୁ ଏଭଳି ସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ଜିତୁ ପଟୱାରୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ କାଠଗଡକୁ ଟାଣିଛନ୍ତି।

Leave A Reply

Your email address will not be published.