Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁର ତଦନ୍ତ କରିବ ସିବିଆଇ, ସୁପାରିଶକୁ ଗ୍ରହଣ କଲା କେନ୍ଦ୍ର

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖୋଲିବ ରହସ୍ୟ । ପଦାକୁ ଆସିବ ସତ । ତଦନ୍ତ କରିବ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ । ବିହାର ସରକାର କରିଥିବା ସୁପାରିଶକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମାମଲାକୁ ପାଟନାରୁ ବିହାର ସ୍ଥାନାନ୍ତରଣ ପାଇଁ କରିଥିବା ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏତିକିବେଳେ ସିବିଆଇ ତଦନ୍ତ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଥିବା କୋର୍ଟଙ୍କୁ ଅବଗତ କରାଇଥିଲେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ।

ତୁଷାର ମେହେଟ୍ଟା କହିଥିଲେ, ଅନୁମତି ମିଳିଲେ ଆଜି ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଖୁବଶୀଘ୍ର ଗଠନ ହେବ ତଦନ୍ତକାରୀ ଟିମ୍ । ସୁଶାନ୍ତ ଓ ସୁଇସାଇଡକୁ ନେଇ ଘନେଇଛି ସସପେନ୍ସ । ଚାରିଆଡୁ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ସହ ନ୍ୟାୟ ଦେବାକୁ ଦାବି ଉଠୁଛି ।

ରିୟା ଚକ୍ରବର୍ତ୍ତୀଙ୍କ ନାଂରେ ପାଟନା ଥାନାରେ ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ବାପା କେ. କେ. ସିଂହ । ଏହାସହ ସିବିଆଇ ତଦନ୍ତ ପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅନୁରୋଧ କରିଥିଲେ । ଏହାପରେ ସିବିଆଇ ତଦନ୍ତ ସୁପାରିଶ କରିଥଲେ ବିହାର ସରକାର ।

Leave A Reply

Your email address will not be published.