Latest Odisha News

BREAKING NEWS

ସୁଶାନ୍ତ ବାପାଙ୍କ ଓକିଲ କହିଲେ, ମୁଁ ଜାଣିଛି ରିୟା କେଉଁଠି ଅଛନ୍ତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଆଲୋଚନା ବିଷୟ ସାଜିଛି । ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ କେସ୍ ଲଢ଼ୁଥିବା ଓକିଲ ବୁଧବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଜାଣିଛି ରିୟା ଚକ୍ରବର୍ତି କେଉଁଠାରେ ଅଛନ୍ତି । ପିଙ୍କ ଭିଲାକୁ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି । ତେବେ ମୁଁ ଆପଣଙ୍କୁ ଆଡ୍ରେସ କହିପାରିବି ନାହିଁ । ସୁଶାନ୍ତ କେସ ସିବିଆଇକୁ ହସ୍ତାନ୍ତର କରାଗଲେ ପ୍ରକୃତ ଘଟଣା ଜଣାପଡିବ ।

ବିହାରରୁ ଯାଇଥିବା ପୋଲିସ ଟିମକୁ ସହଯୋଗ କରାଯାଉ ନାହିଁ । ଜବରଦସ୍ତ ସେମାନଙ୍କୁ କ୍ୱାରେଂଟାଇନରେ ରଖାଯାଉଛି ବୋଲି ସେ କହିଛନ୍ତି । କେତେକ ରିପୋର୍ଟ ମୁତାବକ ରିୟା ଏବଂ ତାଙ୍କ ପରିବାର ୩ ଦିନ ପୂର୍ବେ ଅର୍ଦ୍ଧ ରାତ୍ରିରେ ବିଲ୍ଡିଂ ଛାଡି ପଳାଇ ଯାଇଥିଲେ । ଏହାର କାରଣ ଜଣାପଡିବା ଦରକାର । ଅପରପକ୍ଷରେ ରିୟା କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଅନୁରୋଧ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ମୁମ୍ବାଇ ପୋଲିସକୁ ସୁଶାନ୍ତ କେସର ତଦନ୍ତ ରିପୋର୍ଟ ମାଗିଛି ।

Leave A Reply

Your email address will not be published.