Latest Odisha News

ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ । ଚତୁର୍ଥ ପର୍ଯ୍ୟାୟ ପାଇଁ ଦେଶରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯିବ । ଆସନ୍ତାକାଲିଠୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେବ । ଲକଡାଉନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟକୁ ଏନ୍‌ଡିଏମ୍‌ଏ ନିର୍ଦ୍ଦେଶ ଦେଇଛି । ଚତୁର୍ଥ ପର‌୍ୟ୍ୟାୟ ଲକ୍‌ଡାଉନରେ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଘଋଉକୁ ଗାଇଡଲାଇନରେ ସଂଶୋଧନ ପାଇଁ ଘଊଗଇର ନିର୍ଦ୍ଦେଶ।
ଏହାକୁ ନେଇ ଗାଇଡ୍ ଲାଇନ୍ କିଛି ସମୟ ପରେ ଘୋଷଣା କରାଯିବ। ଲକ୍‌ଡାଉନ୍‌-୩ର ଆଜି ହେଉଛି ଶେଷ ଦିନ। ଲକ୍‌ଡାଉନ୍ ୪.୦ରେ କଣ କଣ ରିହାତି ମିଳିବ ଏବଂ ଏହାର ଗାଇଡ୍ ଲାଇନ୍ କଣ ରହିବ, ସେ ବିଷୟରେ ଆଜି ସରକାର ମହତ୍ଵପୂର୍ଣ୍ଣ ଘୋଷଣା କରିବେ।

ପୂର୍ବରୁ ୪ଟି ରାଜ୍ୟ ସରକାର ମେ ୩୧ ଯାଏଁ ଲକଡାଉନ୍ ବୃଦ୍ଧି କରି ସାରିଛନ୍ତି। ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ଓ ମିଜୋରାମ ଲକଡାଉନ୍ ବଢ଼ାଇଛନ୍ତି। ଆଜି ମହାରାଷ୍ଟ୍ର ଓ ତାମିଲନାଡୁରେ ମେ ୩୧ ଯାଏ ଲକ୍‌ଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଲକ୍‌ଡାଉନ୍ ୪ କେମିତି ରହିବ ସେ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯିବ। ଅଧିକାରୀଙ୍କ ଅନୁଯାୟୀ ଲକ୍‌ଡାଉନ୍ ୪.୦ରେ ଯାତ୍ରୀବାହୀ ରେଳ ସେବା ଓ ଘରୋଇ ଯାତ୍ରୀ ଉଡାଣ କ୍ରମାନ୍ଵୟରେ ଆରମ୍ଭ ହୋଇପାରେ। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜ ନିଜର ଅଞ୍ଚଳରେ ହଟ୍‌ସ୍ପଟ୍ ଚିହ୍ନଟ କରିବାର ଅଧିକାର ଦିଆଯିବ।

Leave A Reply

Your email address will not be published.