Latest Odisha News

BREAKING NEWS

ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ଫୋନ ହ୍ୟାକ୍

ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଫୋନ ବ୍ୟବହାର କରୁଛନ୍ତି କି? ଏବଠୁ ହୋଇଯାଆନ୍ତୁ ସାବଧାନ । ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନସି ରେସପନସ ଟିମ୍ ବା ସିଇଆରଟି ପକ୍ଷରୁ ଜାରି କରାଯାଇଛି ହାଇରିସ୍କ ଆଲର୍ଟ । ଏହି ଧରଣର ଉଭୟ ପୁରୁଣା ଓ ନୂଆ ଫୋନରେ ଅନେକ ଦୋଷ ଦୁର୍ବଳତା ରହିଛି ରହିଥିବାରୁ ଗ୍ରାହକ ସଚେତନ ହେବା ଲାଗି ପରାମର୍ଶ ଦେଇଛି ସିଇଆରଟି ।

ନିଜ ଫୋନର ଅପରେଟିଂ ସିଷ୍ଟମ ବା ଫାର୍ମଓ୍ବେରକୁ ତୁରନ୍ତ ଅପଡେଟ କରିବା ଲାଗି ସିଇଆରଟି କହିଛି । ସାମସଙ୍ଗ ଗାଲାକ୍ସିରେ ଅନେକ ଦୁର୍ବଳତା ରହିଥିବାରୁ ଫୋନରେ ରହିଥିବା ସୁରକ୍ଷା ବ୍ୟବସ୍ଥାକୁ ହ୍ୟାକରମାନେ ହ୍ୟାକ କରି ଗୁରୁତ୍ବପୂର୍ଣ୍ଣ ସୂଚନା ହାସଲ କରିବାର ଆଶଙ୍କା ରହିଛି । ସାମସଙ୍ଗ ମୋବାଇଲ ଆଣ୍ଡ୍ରଏଡ ଭର୍ସନ ୧୧, ୧୨,୧୩ ଓ ୧୪ ଲାଗି ବିପଦ ରହିଛି ବୋଲି କହିଛି ସିଇଆରଟି ।

ଯଦି ସାଇବର ହ୍ୟାକରମାନେ ଫୋନରେ ଆସେସ କରନ୍ତି ତେବେ ସେମାନେ ଫୋନର ସିକ୍ରେଟ କୋଡ ଅର୍ଥାତ ସିମ୍ ପିନ ହାସଲ କରିପାରିବେ । ହ୍ୟାକରମାନେ ଏଆର ଏମୋଜି ଫାଇଲସ ସମେତ ଅନ୍ୟାନ୍ୟ ଫାଇଲକୁ ଆସେସ କରିପାରିବେ । ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ସେମାନେ ହାସଲ କରିପାରିବା ସହ ଫୋନକୁ ଟାର୍ଗେଟେଡ ସିଷ୍ଟମକୁ ନେଇପାରିବେ । ଏକ କଣ୍ଢେଇ ପରି ଫୋନକୁ ନିୟନ୍ତ୍ରଣ କରିବେ । ଏନେଇ ସାମସଙ୍ଗ ଗାଲାକ୍ସି ଫୋନ ୟୁଜରଙ୍କ ଲାଗି କେତେକ ପରାମର୍ଶ ଦିଆଯାଇଛି । ଅପରେଟିଂ ସିଷ୍ଟମକୁ ଅପଡେଟ କରିବା ଲାଗି ପରାମର୍ଶ ଦିଆଯାଇଛି । ଅପଡେଟ କରିବାରେ ବିଫଳ ହେଲେ ନିଶ୍ଚିତ ବିପଦର ସମ୍ମୁଖୀନ ହେବାକୁ ପଡିପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.