Latest Odisha News

BREAKING NEWS

ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଫ୍ରି ଭିସା ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସମେତ ୩୩ ଦେଶର ନାଗରିକଙ୍କୁ ଇରାନ ଫ୍ରି ଭିସା ପ୍ରଦାନ କରିବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି । ଆମେରିକାର ପ୍ରତିବନ୍ଧ କାରଣରୁ ଇରାନର ଆର୍ଥୀକ ଅବସ୍ଥା ଖରାପ ରହିଛି । ଏହାକୁ ସୁଧାରିବା ପାଇଁ ସ୍ଥାନୀୟ ସରକାର ଏହି ନିଷ୍ପତି ନେଇଛନ୍ତି । ଏହା ଏକ ଶିୟା ଦେଶ ହୋଇଥିବାରୁ ଅନ୍ୟ ସ୍ଥାନରୁ ଏଠାକୁ ଶିୟା ମୁସଲମାନ ଭ୍ରମଣ କରିବା ପାଇଁ ଆସିଥାନ୍ତି । ଇରାନ ସଂସ୍କୃତି ମନ୍ତ୍ରୀ ଇଜଜତୁଲ୍ଲା ଜାରଧମୀ ଏହି ଘୋଷଣା କରିଛନ୍ତି । ଫଳରେ ୩୩ ଦେଶର ନାଗରିକଙ୍କୁ ଇରାନ ଯିବା ବେଳେ ଭିସାର ଆବଶ୍ୟକତା ପଡିବ ନାହିଁ । ଲେବାନନ, ଟ୍ୟୁନିଶିଆ, ସାଉଦି ଆରବ, ମଧ୍ୟ ଏସିଆ ଓ ଆଫ୍ରିକାର ଅଧିକାଂଶ ଦେଶ ପାଇଁ ଭିସା ଛାଡ କରାଯାଇଛି ।

ୟୁରୋପିଆନ ଓ ନାଟୋ ସଦସ୍ୟ ଦେଶ କ୍ରୋଏସିଆକୁ ଛାଡ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପୂର୍ବରୁ ମାଲେସିଆ ଓ ଥାଇଲାଣ୍ଡ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିଥିଲା । ଭାରତୀୟ ପର୍ଯ୍ୟଟକ ଏବେ ଅଧିକ ମାତ୍ରାରେ ଅନ୍ୟ ଦେଶକୁ ଭ୍ରମଣ କରିବା ପାଇଁ ଯାଉଥିବାରୁ ସମ୍ପୃକ୍ତ ଦେଶଗୁଡିକ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.